735 | GEN 27:7 | ସେ ତାହାକୁ କହିଲେ, ‘ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା।’ |
1876 | EXO 13:8 | ପୁଣି, ସେହି ଦିନ ତୁମ୍ଭେ ଆପଣା ପୁତ୍ରକୁ କହିବ, ‘ମିସରଠାରୁ ଆମ୍ଭେ ବାହାର ହେବା ବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁର ସ୍ମରଣ ନିମନ୍ତେ ଏହା ହୁଏ। |
2949 | LEV 8:31 | ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର। |
2957 | LEV 9:3 | ପୁଣି, ଇସ୍ରାଏଲ ସନ୍ତାନଗଣକୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁରେ ବଳିଦାନାର୍ଥେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷବତ୍ସ ନେବ, ଦୁହେଁ ଏକବର୍ଷୀୟ ଓ ନିଖୁନ୍ତ ଥିବେ, |
3098 | LEV 13:45 | ଆଉ, ଯେଉଁ କୁଷ୍ଠୀର ଘା’ ହୋଇଅଛି, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ଆପଣାର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ, ପୁଣି ‘ଅଶୁଚି ଅଶୁଚି’ ବୋଲି ଡାକ ପକାଇବ। |
4944 | DEU 2:4 | ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ‘ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍, ଏଷୌ ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ। |
5272 | DEU 12:30 | ସେତେବେଳେ ସେମାନେ ତୁମ୍ଭ ସମ୍ମୁଖରେ ବିନଷ୍ଟ ହେଲା ଉତ୍ତାରେ ତୁମ୍ଭେ ଯେପରି ସେମାନଙ୍କ ପଶ୍ଚାଦ୍ଗାମୀ ହେବା ପାଇଁ ଫାନ୍ଦରେ ନ ପଡ଼; ପୁଣି ‘ଏହି ଗୋଷ୍ଠୀୟ ଲୋକମାନେ କିପରି ଆପଣା ଆପଣା ଦେବତାଗଣର ସେବା କରନ୍ତି ? ଆମ୍ଭେ ମଧ୍ୟ ସେହିପରି କରିବା, ଏହା କହି ଯେପରି ସେମାନଙ୍କ ଦେବତାଗଣର ଅନ୍ୱେଷଣ ନ କର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। |
5430 | DEU 20:1 | ‘ତୁମ୍ଭେ ଆପଣା ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ବାହାରିଲେ, ଯେବେ ଆପଣା ଅପେକ୍ଷା ଅଧିକ ଅଶ୍ୱ, ରଥ ଓ ଲୋକ ଦେଖିବ, ତେବେ ତୁମ୍ଭେ ସେମାନଙ୍କ ବିଷୟରେ ଭୀତ ହେବ ନାହିଁ। କାରଣ ଯେ ତୁମ୍ଭକୁ ମିସର ଦେଶରୁ ଆଣିଅଛନ୍ତି, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି। |
5602 | DEU 27:15 | “ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’ (ଏହିପରି ହେଉ)। |
5603 | DEU 27:16 | “ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍’। |
5604 | DEU 27:17 | “ଯେକେହି ଆପଣା ପ୍ରତିବାସୀର ଭୂମିଚିହ୍ନ ଘୁଞ୍ଚାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍’। |
5605 | DEU 27:18 | “ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5606 | DEU 27:19 | “ଯେକେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ଅନ୍ୟାୟ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5607 | DEU 27:20 | “ଯେକେହି ଆପଣା ପିତୃର ଭାର୍ଯ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ଯେହେତୁ ସେ ଆପଣା ପିତାର ଅଧୀକାରକୁ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5608 | DEU 27:21 | “ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5609 | DEU 27:22 | “ଯେକେହି ଆପଣା ଭଗିନୀ, ଅର୍ଥାତ୍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5610 | DEU 27:23 | “ଯେକେହି ଆପଣା ଶାଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5611 | DEU 27:24 | “ଯେକେହି ଆପଣା ପ୍ରତିବାସୀକୁ ଗୋପନରେ ବଧ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5612 | DEU 27:25 | “ଯେକେହି ନିର୍ଦ୍ଦୋଷ ପ୍ରାଣୀକୁ ବଧ କରିବାକୁ ଲାଞ୍ଚ ନିଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
5613 | DEU 27:26 | “ଯେକେହି ଏହି ବ୍ୟବସ୍ଥାର କଥାସବୁ ପାଳିବାକୁ ତହିଁରେ ଆସ୍ଥା ନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ‘ଆମେନ୍।’ |
6050 | JOS 9:11 | ଏହେତୁ ଆମ୍ଭମାନଙ୍କ ପ୍ରାଚୀନବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, “ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ‘ଆମ୍ଭେମାନେ ଆପଣମାନଙ୍କ ଦାସ; ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ।’” |
6655 | JDG 5:30 | ‘ସେମାନେ କି ଲୁଟ ପାଇ ନାହାନ୍ତି, ସେମାନେ କି ବିଭାଗ କରି ନାହାନ୍ତି ? ପ୍ରତ୍ୟେକ ପୁରୁଷ ପାଇଁ ଏକ କାମିନୀ, କିମ୍ବା ଦୁଇ କାମିନୀ; ସୀଷରା ପାଇଁ ନାନା ବର୍ଣ୍ଣର ଲୁଟ, ନାନା ବର୍ଣ୍ଣର ସୂଚିକର୍ମନିର୍ମିତ ଚିତ୍ରିତ ବସ୍ତ୍ରର ଲୁଟ, ଲୁଟିତମାନଙ୍କ ଗଳାରୁ ଦୁଇ ପାଖରେ ସୂଚିକର୍ମନିର୍ମିତ ନାନା ରଙ୍ଗର ଚିତ୍ରିତ ବସ୍ତ୍ର।’ |
7432 | 1SA 10:12 | ତହିଁରେ ସେହି ସ୍ଥାନର ଜଣେ ଉତ୍ତର କରି କହିଲା, ଆଚ୍ଛା, ସେମାନଙ୍କ ପିତା କିଏ ? ଏହିହେତୁ ‘ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ’ ଏହି କଥା ଏକ ପ୍ରବାଦ ହୋଇ ଉଠିଲା। |
8096 | 2SA 3:12 | ଏଉତ୍ତାରେ ଅବ୍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର ? ଆହୁରି କହିଲା, ‘ଆପଣ ମୋ’ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ’ ହସ୍ତ ଆପଣଙ୍କର ସହାୟ ହେବ।’” |
8133 | 2SA 4:10 | ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେକରି ମୋତେ କହିଲା, ‘ଦେଖନ୍ତୁ, ଶାଉଲ ମରିଅଛି,’ ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଲଗ୍ଠାରେ ବଧ କଲି। |
8188 | 2SA 7:5 | “ଯାଅ, ଆମ୍ଭ ଦାସ ଦାଉଦକୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି,’ ତୁମ୍ଭେ କି ଆମ୍ଭ ନିମନ୍ତେ ବସତିଗୃହ ନିର୍ମାଣ କରିବ ? |
8282 | 2SA 11:20 | ଯଦି ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମ୍ଭକୁ କହନ୍ତି, ‘କାହିଁକି ତୁମ୍ଭେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ ? ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କ’ଣ ତୁମ୍ଭେମାନେ ଜାଣିଲ ନାହିଁ ? |
8283 | 2SA 11:21 | ଯିରୁବ୍ବେଶତର ପୁତ୍ର ଅବୀମେଲକ୍କୁ କିଏ ମାରିଲା ? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କ’ଣ ତେବେସରେ ମଲା ନାହିଁ ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ ?’ ତେବେ ତୁମ୍ଭେ କହିବ, ‘ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି।’” |
8287 | 2SA 11:25 | ସେତେବେଳେ ଦାଉଦ ସେହି ଦୂତକୁ କହିଲେ, “ତୁମ୍ଭେ ଯୋୟାବକୁ ଏପରି କହିବ, ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ୍ଗ ଯେପରି ଏକକୁ, ସେପରି ଅନ୍ୟକୁ ଗ୍ରାସ କରେନ୍ତ ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର,’ ଏହିରୂପେ ତୁମ୍ଭେ ତାହାକୁ ସାହସିକ କର।” |
8296 | 2SA 12:7 | ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ଶାଉଲଙ୍କ ହସ୍ତରୁ ରକ୍ଷା କଲୁ; |
8300 | 2SA 12:11 | ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା; ତହିଁରେ ସେ ପ୍ରକାଶ୍ୟରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ। |
8325 | 2SA 13:5 | ଏଥିରେ ଯୋନାଦବ୍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର; ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ମୋହର ଭଗିନୀ ତାମରକୁ ମୋ’ ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋ’ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’” |
8348 | 2SA 13:28 | ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ‘ଅମ୍ନୋନକୁ ମାର,’ ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ।” |
8366 | 2SA 14:7 | ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ‘ଆପଣା ଭାଇକୁ ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ,’ ପୁଣି ଉତ୍ତରାଧିକାରୀଙ୍କୁ ମଧ୍ୟ ଉଚ୍ଛିନ୍ନ କରିବୁ; ଏହା କଲେ ସେମାନେ ମୋର ବାକୀ ଥିବା ନିଆଁ ଲିଭାଇ ଦେବେ ଓ ପୃଥିବୀରୁ ମୋ’ ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ।” |
8374 | 2SA 14:15 | ଏବେ ମୁଁ ଯେ ମୋର ପ୍ରଭୁ ମହାରାଜଙ୍କ ନିକଟରେ ଏହି କଥା ନିବେଦନ କରିବାକୁ ଆସିଲି, ତହିଁର କାରଣ ଏହି ଯେ, ଲୋକମାନେ ମୋର ଭୟ ଜନ୍ମାଇଲେ; ତହିଁରେ ଆପଣଙ୍କ ଦାସୀ କହିଲା, ‘ମୁଁ ଏବେ ମହାରାଜଙ୍କୁ କହିବି; ହୋଇପାରେ, ମହାରାଜ ଆପଣା ଦାସୀର ନିବେଦନାନୁସାରେ କରିବେ। |
8376 | 2SA 14:17 | ଆପଣଙ୍କ ଦାସୀ ଆହୁରି କହିଲା, ‘ମୋର ପ୍ରଭୁ ମହାରାଜଙ୍କ ବାକ୍ୟ ଅବଶ୍ୟ ଶାନ୍ତିଦାୟକ ହେବ, କାରଣ ଭଲ ମନ୍ଦ ଶୁଣିବାକୁ ମୋର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ,’ ପୁଣି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କ ସଙ୍ଗେ ଥାଉନ୍ତୁ।” |
8391 | 2SA 14:32 | ତହୁଁ ଅବଶାଲୋମ ଯୋୟାବଙ୍କୁ ଉତ୍ତର କଲା, “ଦେଖ ମୁଁ ତୁମ୍ଭ ନିକଟକୁ ଲୋକ ପଠାଇ କହିଲି, ‘ତୁମ୍ଭେ ଏଠାକୁ ଆସ, “ମୁଁ କାହିଁକି ଗଶୂରରୁ ଆସିଲି ? ଏକଥା ପଚାରିବା ପାଇଁ ମୁଁ ରାଜାଙ୍କ ନିକଟକୁ ତୁମ୍ଭକୁ ପଠାଇବି। ଆଜି ପର୍ଯ୍ୟନ୍ତ ସେଠାରେ ଥିଲେ, ମୋହର ଭଲ ହୋଇଥା’ନ୍ତା; ଏବେ ମୋତେ ରାଜାଙ୍କ ମୁଖ ଦେଖିବାକୁ ଦିଅ, ଯେବେ ମୋ’ଠାରେ ଅପରାଧ ଥାଏ, ତେବେ ସେ ମୋତେ ବଧ କରନ୍ତୁ।’” |
8395 | 2SA 15:3 | ‘ଅବଶାଲୋମ ତାହାକୁ କହେ, “ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।” |
8400 | 2SA 15:8 | କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’” |
8418 | 2SA 15:26 | ‘ମାତ୍ର ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋ’ ପ୍ରତି କରନ୍ତୁ।” |
8426 | 2SA 15:34 | ମାତ୍ର ଯେବେ ତୁମ୍ଭେ ନଗରକୁ ଫେରି ଯାଇ ଅବଶାଲୋମକୁ କହିବ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି; ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି, ସେପରି ଏବେ ମୁଁ ଆପଣଙ୍କର ଦାସ ହେବି,’ ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହୀଥୋଫଲର ମନ୍ତ୍ରଣା ବ୍ୟର୍ଥ କରି ପାରିବ।” |
8432 | 2SA 16:3 | ତେବେ ରାଜା କହିଲେ, “ତୁମ୍ଭ ପ୍ରଭୁର ପୁତ୍ର କାହିଁ ?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, ‘ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।’” |
8439 | 2SA 16:10 | ତହିଁରେ ରାଜା କହିଲେ, “ହେ ସରୁୟାର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋ’ର କ’ଣ କରିବାର ଅଛି ? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦକୁ ‘ଅଭିଶାପ ଦିଅ’ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି ? ‘ଏଥିପାଇଁ କିଏ କହିବ, ତୁମ୍ଭେ କାହିଁକି ଏପରି କଲ ?’” |
8461 | 2SA 17:9 | ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରି ଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ‘ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।’ |
8468 | 2SA 17:16 | ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ‘ପ୍ରାନ୍ତରସ୍ଥ ଘାଟୀ ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସି-ମତେ ପାର ହୋଇ ଚାଲି ଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ।’” |
8493 | 2SA 18:12 | ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, “ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ‘ତୁମ୍ଭେମାନେ କେହି ଯୁବା ଅବଶାଲୋମକୁ ସ୍ପର୍ଶ କରିବ ନାହିଁ।’ |
8525 | 2SA 19:12 | ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ ? |
8527 | 2SA 19:14 | ପୁଣି ତୁମ୍ଭେମାନେ ଅମାସାଙ୍କୁ କୁହ, ‘ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ ?’ ଯଦି ତୁମ୍ଭେ ଯୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।’” |
8575 | 2SA 20:18 | ତହୁଁ ସେ କହିଲା, “ପୂର୍ବକାଳରେ ଲୋକମାନେ କହୁଥା’ନ୍ତି, ‘ଲୋକେ ଆବେଲ୍ରେ ଅବଶ୍ୟ ପରାମର୍ଶ ପଚାରିବେ,’ ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ। |
8659 | 2SA 23:3 | ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ‘ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ। |
8707 | 2SA 24:12 | “ଦାଉଦ ନିକଟକୁ ଯାଇ ତାହାକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।”’” |
8733 | 1KI 1:13 | ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ‘ହେ ମୋହର ପ୍ରଭୁ, ମହାରାଜ, ଆପଣ କି ଶପଥ କରି ଆପଣା ଦାସୀକୁ କହି ନାହାନ୍ତି, “ମୋ’ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋ’ ସିଂହାସନରେ ବସିବ ?” ତେବେ, କାହିଁକି ଅଦୋନୀୟ ରାଜା ହୋଇଅଛି ?’ |
8767 | 1KI 1:47 | ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ‘ଆପଣଙ୍କ ପରମେଶ୍ୱର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ,’ ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ। |
8768 | 1KI 1:48 | ଆଉ, ମଧ୍ୟ ରାଜା ଏପରି କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆଜି ମୋ’ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା।’” |
8771 | 1KI 1:51 | ଏଉତ୍ତାରେ କେହି ଶଲୋମନଙ୍କୁ ଜଣାଇ କହିଲା, “ଦେଖନ୍ତୁ, ଶଲୋମନ ରାଜାଙ୍କୁ ଅଦୋନୀୟ ଭୟ କରୁଅଛି; କାରଣ, ସେ ଯଜ୍ଞବେଦିର ଶୃଙ୍ଗ ଅବଲମ୍ବନ କରି କହୁଅଛି, ‘ଶଲୋମନ ରାଜା ଯେ ଆପଣା ଦାସକୁ ଖଡ୍ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋ’ ନିକଟରେ ଶପଥ କରନ୍ତୁ।’” |
9013 | 1KI 8:25 | ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭର ସନ୍ତାନମାନେ ଯେବେ ଆମ୍ଭ ସମ୍ମୁଖରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ଏହି ପ୍ରତିଜ୍ଞା ଏବେ ସଫଳ କର।’ |
9017 | 1KI 8:29 | ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ‘ଏହିଠାରେ ଆମ୍ଭ ନାମ ରହିବ,’ ସେହି ସ୍ଥାନ, ଅର୍ଥାତ୍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ। |
9450 | 1KI 20:39 | ତହୁଁ ରାଜା ନିକଟ ଦେଇ ଯିବା ବେଳେ ସେ ଡାକ ପକାଇ ରାଜାଙ୍କୁ କହିଲା; “ଆପଣଙ୍କ ଦାସ ବାହାରି ଯୁଦ୍ଧ ମଧ୍ୟକୁ ଯାଇଥିଲା; ଆଉ ଦେଖନ୍ତୁ, ଜଣେ ମନୁଷ୍ୟ ମୋ’ ପାଖକୁ ଫେରି ଏକ ଲୋକକୁ ଆଣି କହିଲା, ‘ଏ ଲୋକକୁ ରଖ; ଯେବେ କୌଣସି ରୂପେ ତାହାର ସନ୍ଧାନ ନ ମିଳେ, ତେବେ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ, ନୋହିଲେ ତୁମ୍ଭେ ଏକ ତାଳନ୍ତ ରୂପା ଦେବ।’ |
9553 | 2KI 1:16 | ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’” |
9596 | 2KI 3:16 | ତହିଁରେ ସେ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଏହି ଉପତ୍ୟକାକୁ ଖାତରେ ପୂର୍ଣ୍ଣ କର।’ |
9597 | 2KI 3:17 | କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ; ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଗୋମେଷାଦି ଓ ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ।’ |
9620 | 2KI 4:13 | ଏଥିରେ ଇଲୀଶାୟ ଗିହେଜୀକୁ କହିଲେ, “ତାଙ୍କୁ କୁହ, ‘ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ମୁଁ ତୁମ୍ଭ ନିମନ୍ତେ କ’ଣ କରି ପାରିବି ? ମୋତେ ତୁମ୍ଭ ସପକ୍ଷରେ ରାଜା କିମ୍ବା ସେନାପତିଙ୍କ ନିକଟରେ କିଛି କହିବାକୁ ଇଚ୍ଛା କରୁଛ କି ?’” ତହୁଁ ସେ ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି।” |
9633 | 2KI 4:26 | ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ସାକ୍ଷାତ କରି ପଚାର, ‘ତୁମ୍ଭର ସମସ୍ତ ବିଷୟ ମଙ୍ଗଳ ତ ? ତୁମ୍ଭ ସ୍ୱାମୀର ମଙ୍ଗଳ ତ ? ବାଳକର ମଙ୍ଗଳ ତ ?’” ତହୁଁ ସେ ଉତ୍ତର କଲା, “ମଙ୍ଗଳ।” |
9635 | 2KI 4:28 | ଏଥିରେ ସେ ସ୍ତ୍ରୀ କହିଲା, “ମୋ’ ପ୍ରଭୁଙ୍କୁ ମୁଁ କ’ଣ ପୁତ୍ର ମାଗିଥିଲି ? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା ନ କର ?’” |
9650 | 2KI 4:43 | ତହୁଁ ତାଙ୍କ ଦାସ କହିଲା, “କ’ଣ, ଶହେ ଲୋକଙ୍କ ଆଗରେ ଏହା ରଖିବି ?” ମାତ୍ର ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ‘ସେମାନେ ଭୋଜନ କରିବେ ଓ ତହିଁରୁ ଅବଶିଷ୍ଟାଂଶ ରଖିବେ।’” |
9673 | 2KI 5:22 | ତହିଁରେ ସେ କହିଲା, “ସବୁ କୁଶଳ। ମୋ’ ପ୍ରଭୁ ମୋତେ ପଠାଇ କହିଅଛନ୍ତି, ‘ଦେଖ, ଏହିକ୍ଷଣେ ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ ଦୁଇ ଯୁବା ଲୋକ ଆସିଲେ; ମୁଁ ବିନୟ କରୁଅଛି, ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’” |
9706 | 2KI 6:28 | ଆହୁରି ରାଜା ତାହାକୁ କହିଲେ, “ତୁମ୍ଭର କି ଦୁଃଖ ହୋଇଅଛି ?” ତହୁଁ ସେ ଉତ୍ତର ଦେଲା, “ଏହି ସ୍ତ୍ରୀ ମୋତେ କହିଲା, ‘ତୁମ୍ଭ ପୁଅଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ଖାଇବା, ପୁଣି ମୋ’ ପୁଅକୁ କାଲି ଖାଇବା।’ |
9707 | 2KI 6:29 | ତହୁଁ ଆମ୍ଭେମାନେ ମୋ’ ପୁଅକୁ ସିଦ୍ଧ କରି ଖାଇଲୁ; ପୁଣି ଆର ଦିନ ମୁଁ ତାହାକୁ କହିଲି, ‘ତୁମ୍ଭ ପୁଅକୁ ଦିଅ, ଆମ୍ଭେମାନେ ତାକୁ ଖାଇବା,’ ମାତ୍ର ସେ ଆପଣା ପୁଅକୁ ଲୁଚାଇଅଛି।” |
9712 | 2KI 7:1 | ସେତେବେଳେ ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର ଦ୍ୱାରରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରୟ କରାଯିବ।’” |
9739 | 2KI 8:8 | ତହିଁରେ ରାଜା ହସାୟେଲକୁ କହିଲା, “ଆପଣା ହସ୍ତରେ ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କରିବାକୁ ଯାଅ, ‘ଆଉ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ ?’ ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଚାର।” |
9740 | 2KI 8:9 | ଏଥିରେ ହସାୟେଲ ତାଙ୍କୁ ସାକ୍ଷାତ କରିବାକୁ ଗଲା ଓ ଦମ୍ମେଶକର ସକଳ ଉତ୍ତମ ବସ୍ତୁର ଚାଳିଶ ଓଟର ବୋଝ ଉପହାର ସଙ୍ଗେ ନେଇ ଆସି ତାଙ୍କ ସମ୍ମୁଖରେ ଉଭା ହୋଇ କହିଲା, “ଆପଣଙ୍କ ପୁତ୍ର ଅରାମର ରାଜା ବିନ୍ହଦଦ୍ ଆପଣଙ୍କ ନିକଟକୁ ମୋତେ ପଠାଇ ପଚାରୁଅଛନ୍ତି, ‘ମୁଁ କ’ଣ ଏହି ପୀଡ଼ାରୁ ମୁକ୍ତ ହେବି ?’” |
9741 | 2KI 8:10 | ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।” |
9763 | 2KI 9:3 | ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛୁ।’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇ ଯାଅ ଓ ବିଳମ୍ବ ନ କର।” |
9766 | 2KI 9:6 | ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। |
9772 | 2KI 9:12 | ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’” |
9777 | 2KI 9:17 | ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି।” ତହିଁରେ ଯୋରାମ୍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି ?’” |
9778 | 2KI 9:18 | ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି ?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି ? ତୁମ୍ଭେ ମୋ’ ପଛକୁ ଯାଅ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରି ଆସୁ ନାହିଁ।” |
9786 | 2KI 9:26 | ଯଥା, ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି।’ ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ।” |
9796 | 2KI 9:36 | ଏହେତୁ ସେମାନେ ଫେରି ଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍ର ମାଂସ ଖାଇବେ; |
9909 | 2KI 14:9 | ତହିଁରେ ଇସ୍ରାଏଲର ରାଜା ଯୋୟାଶ୍ ଯିହୁଦାର ରାଜା ଅମତ୍ସୀୟଙ୍କ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନର କଣ୍ଟକଲତା ଲିବାନୋନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ ଦିଅ,’ ଏଥି ମଧ୍ୟରେ ଲିବାନୋନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକଲତାକୁ ଦଳି ପକାଇଲା। |
10050 | 2KI 18:22 | ମାତ୍ର ଯେବେ ତୁମ୍ଭେମାନେ ମୋତେ କୁହ, ‘ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ;’ ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ‘ତୁମ୍ଭେମାନେ ଯିରୂଶାଲମରେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହଁନ୍ତି ?’ |
10053 | 2KI 18:25 | ମୁଁ କ’ଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି ? ସଦାପ୍ରଭୁ ମୋତେ କହିଲେ, ‘ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।’” |
10057 | 2KI 18:29 | ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ନ ଦିଅ; କାରଣ ସେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ। |
10059 | 2KI 18:31 | ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କହନ୍ତି, ‘ତୁମ୍ଭେମାନେ ମୋ’ ସଙ୍ଗେ ସନ୍ଧି କର ଓ ମୋ’ ନିକଟକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର। |
10068 | 2KI 19:3 | ତହିଁରେ ସେମାନେ ଯିଶାଇୟଙ୍କୁ କହିଲେ, “ହିଜକୀୟ କହନ୍ତି, ‘ଆଜି ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ; କାରଣ ବାଳକଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ। |
10071 | 2KI 19:6 | ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ କହିବ; ସଦାପ୍ରଭୁ ଏହା କହନ୍ତି, ‘ଅଶୂରୀୟ ରାଜାର ଦାସମାନେ ଆମ୍ଭକୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ। |
10075 | 2KI 19:10 | “ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟଙ୍କୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ। |
10085 | 2KI 19:20 | ଏଥିଉତ୍ତାରେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ଅଶୂରର ରାଜା ସନ୍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଲୁ।’” |
10098 | 2KI 19:33 | ସଦାପ୍ରଭୁ କହନ୍ତି, ‘ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରି ଯିବ, ଓ ସେ ଏହି ନଗରକୁ ଆସିବ ନାହିଁ। |
10103 | 2KI 20:1 | ସେହି ସମୟରେ ହିଜକୀୟଙ୍କର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।’” |
10107 | 2KI 20:5 | ଯଥା, “ଫେରି ଯାଅ ଓ ଆମ୍ଭ ଲୋକମାନଙ୍କ ଅଧିପତି ହିଜକୀୟକୁ କୁହ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ; ଦେଖ, ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ; ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବ। |
10119 | 2KI 20:17 | ‘ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି।’ ସଦାପ୍ରଭୁ କହନ୍ତି, ‘କିଛି ଛଡ଼ା ଯିବ ନାହିଁ। |
10164 | 2KI 22:15 | ତହିଁରେ ହୁଲ୍ଦା ଭବିଷ୍ୟଦ୍ବକ୍ତ୍ରୀ ସେମାନଙ୍କୁ କହିଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲେ, ତାହାକୁ କୁହ, |
10167 | 2KI 22:18 | ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲେ ଯେ ଯିହୁଦା ରାଜା ଯୋଶୀୟ, ତାଙ୍କୁ ତୁମ୍ଭେମାନେ କହିବ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭର ଶ୍ରୁତ ବାକ୍ୟ ବିଷୟରେ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ବିରୁଦ୍ଧରେ ଓ ତହିଁର ନିବାସୀମାନଙ୍କ ବିରୁଦ୍ଧରେ ଯେସକଳ ବାକ୍ୟ କହିଅଛୁ, ଅର୍ଥାତ୍, ସେମାନେ ଯେ ଧ୍ୱଂସର ଓ ଅଭିଶାପର ପାତ୍ର ହେବେ, |
10949 | 1CH 21:10 | “ଯାଅ, ଦାଉଦକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’” |
12127 | EZR 4:12 | ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ‘ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି।’ |
12128 | EZR 4:13 | ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ‘ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ। |
12131 | EZR 4:16 | ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ‘ଏହି ନଗର ନିର୍ମିତ ଓ ଏହି ପ୍ରାଚୀର-କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।’” |
12147 | EZR 5:8 | ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ‘ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି, ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି।’ |
12148 | EZR 5:9 | ତେବେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରି ଏହିପରି କହିଲୁ, ‘ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା ?’ |