12 | GEN 1:12 | ଅର୍ଥାତ୍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି, ପରମେଶ୍ୱର ତାହା ଉତ୍ତମ ଦେଖିଲେ। |
148 | GEN 6:10 | ନୋହ, ଶେମ ଓ ହାମ ଓ ଯେଫତ୍, ଏହି ତିନି ପୁତ୍ରଙ୍କୁ ଜାତ କଲେ। |
175 | GEN 7:15 | ଅର୍ଥାତ୍, ପ୍ରାଣବାୟୁ ବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। |
181 | GEN 7:21 | ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, |
183 | GEN 7:23 | ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ। |
216 | GEN 9:10 | ଅର୍ଥାତ୍, ଜାହାଜରୁ ବହିର୍ଗତ ଗ୍ରାମ୍ୟ ଓ ବନ୍ୟପଶୁ ଓ ପକ୍ଷୀ ପ୍ରଭୃତି ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରୁଅଛୁ। |
237 | GEN 10:2 | ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍, ଏମାନେ ଯେଫତ୍ର ସନ୍ତାନ। |
256 | GEN 10:21 | ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା। |
264 | GEN 10:29 | ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନ୍ର ସନ୍ତାନ। |
339 | GEN 14:2 | ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍, ସୋୟରର ରାଜା ସହିତ ଯୁଦ୍ଧ କଲେ। |
340 | GEN 14:3 | ଏସମସ୍ତେ ସୀଦ୍ଦୀମ ପଦାରେ, ଅର୍ଥାତ୍, ଲବଣ ସମୁଦ୍ର ନିକଟରେ ଏକତ୍ର ହୋଇଥିଲେ। |
344 | GEN 14:7 | ପୁଣି, ସେମାନେ ସେହି ସ୍ଥାନରୁ ବାହୁଡ଼ି ଐଣ୍ମିସ୍ପଟ୍, ଅର୍ଥାତ୍, କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଓ ହତ୍-ସସୋନ୍-ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ। |
345 | GEN 14:8 | ଏହେତୁ ସଦୋମର ରାଜା ଓ ହମୋରାର ରାଜା ଓ ଅଦ୍ମାର ରାଜା ଓ ସବୋୟୀମର ରାଜା ଓ ବିଲାର, ଅର୍ଥାତ୍, ସୋୟରର ରାଜା, ଏହି ପାଞ୍ଚ ରାଜା ମିଳିତ ହୋଇ, |
354 | GEN 14:17 | ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ, ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍, ରାଜାର ପଦାକୁ ଗମନ କଲେ। |
361 | GEN 14:24 | କେବଳ ମୋହର ଯୁବା ଲୋକମାନେ ଯାହା ଭୋଜନ କରିଅଛନ୍ତି, ତାହା ନେବି, ପୁଣି, ମୋହର ଯେଉଁ ସହାୟଗଣ ସଙ୍ଗରେ ଯାଇଥିଲେ, ସେମାନେ, ଅର୍ଥାତ୍, ଆନେର୍ ଓ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ତବ୍ୟ ଭାଗ ଗ୍ରହଣ କରନ୍ତୁ।” |
380 | GEN 15:19 | ଅର୍ଥାତ୍, କେନୀୟ, କନଜୀୟ, କଦ୍ମୋନୀୟ, |
389 | GEN 16:7 | ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ, |
462 | GEN 19:4 | ମାତ୍ର ସେମାନେ ଶୟନ କରିବା ପୂର୍ବେ ସେହି ନଗରର ଲୋକମାନେ, ଅର୍ଥାତ୍, ସଦୋମର ଯୁବାବୃଦ୍ଧାଦି ସମସ୍ତ ଲୋକ ଚାରିଆଡ଼ୁ ଆସି ତାହାର ଘର ଘେରିଲେ। |
467 | GEN 19:9 | ସେତେବେଳେ ସେମାନେ କହିଲେ, “ଘୁଞ୍ଚି ଯା।” ପୁଣି କହିଲେ, “ଏ ଲୋକଟା ଆମ୍ଭମାନଙ୍କ ମଧ୍ୟରେ ପ୍ରବାସ କରିବାକୁ ଆସି ଆମ୍ଭମାନଙ୍କର ବିଚାରକର୍ତ୍ତା ହେବାକୁ ଚାହେଁ; ଏବେ ସେମାନଙ୍କଠାରୁ ତୋ’ ପ୍ରତି ଆହୁରି କୁବ୍ୟବହାର କରିବା।” ତହୁଁ ସେମାନେ ସେହି ମନୁଷ୍ୟ, ଅର୍ଥାତ୍, ଲୋଟ ପ୍ରତି ବଳ ପ୍ରୟୋଗ କରି କବାଟ ଭାଙ୍ଗିବାକୁ ଗଲେ। |
550 | GEN 22:2 | ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।” |
572 | GEN 22:24 | ପୁଣି, ନାହୋରର ରୂମା ନାମ୍ନୀ ଉପପତ୍ନୀଠାରୁ ଟେବହ, ଗହମ୍, ତହଶ୍ ଓ ମାଖା, ଏମାନେ ଜାତ ହେଲେ। |
574 | GEN 23:2 | ଏଥିଉତ୍ତାରେ ସାରା କିଣାନ ଦେଶସ୍ଥ କିରୀୟଥ୍-ଅର୍ବରେ, ଅର୍ଥାତ୍, ହିବ୍ରୋଣରେ ମଲା। ଏଣୁ ଅବ୍ରହାମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ। |
579 | GEN 23:7 | ସେତେବେଳେ ଅବ୍ରହାମ ଉଠି ତଦ୍ଦେଶୀୟ ଲୋକମାନଙ୍କୁ, ଅର୍ଥାତ୍, ହେତ୍ର ସନ୍ତାନମାନଙ୍କୁ ପ୍ରଣାମ କଲେ। |
590 | GEN 23:18 | ଏହି ସବୁରେ ହେତ୍ର ସନ୍ତାନମାନଙ୍କ ସାକ୍ଷାତରେ, ଅର୍ଥାତ୍, ତାହାର ନଗର-ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କର ସ୍ୱତ୍ୱାଧିକାର ସ୍ଥିର କରାଗଲା। |
661 | GEN 25:2 | ସେ ତାଙ୍କ ନିମନ୍ତେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦୀୟନ, ଯିଶ୍ବକ ଓ ଶୂହ, ଏମାନଙ୍କୁ ଜନ୍ମ କଲା। |
679 | GEN 25:20 | ସେହି ଇସ୍ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ। |
774 | GEN 27:46 | ଏଥିଉତ୍ତାରେ ରିବିକା ଇସ୍ହାକଙ୍କୁ କହିଲା, “ଏହି ହିତ୍ତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି; ଯଦି ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ତୀୟ କନ୍ୟାକୁ, ଅର୍ଥାତ୍, ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ ?” |
779 | GEN 28:5 | ଏଥିଉତ୍ତାରେ ଇସ୍ହାକ ଯାକୁବଙ୍କୁ ବିଦାୟ କରନ୍ତେ, ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଲାବନର, ଅର୍ଥାତ୍, ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ଯାତ୍ରା କଲା। |
864 | GEN 30:33 | ଏଥିଉତ୍ତାରେ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବେତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋ’ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କଳାବର୍ଣ୍ଣର ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୋରି ରୂପେ ଗଣ୍ୟ ହେବ।” |
892 | GEN 31:18 | ପୁଣି, ଆପଣା ଉପାର୍ଜ୍ଜିତ ପଶ୍ୱାଦି ସକଳ ଧନ, ଅର୍ଥାତ୍, ପଦ୍ଦନ୍ ଅରାମରେ ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜ୍ଜନ କରିଥିଲା, ତାହା ଘେନି କିଣାନ ଦେଶରେ ଆପଣା ପିତା ଇସ୍ହାକ ନିକଟକୁ ପ୍ରସ୍ଥାନ କଲା। |
943 | GEN 32:15 | ଅର୍ଥାତ୍, ଦୁଇଶହ ଛାଗୀ ଓ କୋଡ଼ିଏ ଛାଗ, ଦୁଇଶହ ମେଷୀ ଓ କୋଡିଏ ମେଷ, |
963 | GEN 33:2 | ଅର୍ଥାତ୍, ଆଗେ ଦୁଇ ଦାସୀ ଓ ସେମାନଙ୍କ ସନ୍ତାନଗଣକୁ, ତାହା ପଛେ ଲେୟା ଓ ତାହାର ସନ୍ତାନଗଣକୁ, ସର୍ବଶେଷରେ ରାହେଲ ଓ ଯୋଷେଫକୁ ରଖିଲା। |
1011 | GEN 34:30 | ତହୁଁ ଯାକୁବ ଶିମୀୟୋନ ଓ ଲେବୀକୁ କହିଲା, “ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍, କିଣାନୀୟ ଓ ପରିଷୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଥିପାଇଁ ସେମାନେ ମୋ’ ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।” |
1018 | GEN 35:6 | ଏଥିଉତ୍ତାରେ ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସ୍ରେ, ଅର୍ଥାତ୍, ବେଥେଲ୍ରେ ଉପସ୍ଥିତ ହେଲେ। |
1026 | GEN 35:14 | ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ। |
1031 | GEN 35:19 | ଏହି ପ୍ରକାରେ ରାହେଲର ମୃତ୍ୟୁୁ ହୁଅନ୍ତେ, ଇଫ୍ରାଥା, ଅର୍ଥାତ୍, ବେଥଲିହିମକୁ ଯିବା ପଥ ନିକଟରେ ତାହାର କବର ହେଲା। |
1039 | GEN 35:27 | ଏଥିଉତ୍ତାରେ କିରୀୟଥ୍-ଅର୍ବ, ଅର୍ଥାତ୍, ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇସ୍ହାକ ନିକଟରେ ଉପସ୍ଥିତ ହେଲେ। |
1043 | GEN 36:2 | ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ, ଅର୍ଥାତ୍, ହିତ୍ତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିବ୍ବୀୟ ସିବୀୟୋନ୍ର ପୌତ୍ରୀ ଅହଲୀବାମାକୁ, |
1044 | GEN 36:3 | ତଦ୍ଭିନ୍ନ ନବାୟୋତ୍ର ଭଗିନୀକୁ, ଅର୍ଥାତ୍, ଇଶ୍ମାୟେଲର କନ୍ୟା ବାସମତ୍କୁ ବିବାହ କଲା। |
1046 | GEN 36:5 | ଆଉ ଅହଲୀବାମା, ଯିୟୂଶ୍, ଯାଲମ୍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ। |
1056 | GEN 36:15 | ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍ |
1060 | GEN 36:19 | ଏମାନେ ଏଷୌର, ଅର୍ଥାତ୍, ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା। |
1063 | GEN 36:22 | ଲୋଟନ୍ର ପୁତ୍ର ହୋରି ଓ ହେମମ୍, ପୁଣି, ଲୋଟନ୍ର ତିମ୍ନା ନାମ୍ନୀ ଭଗିନୀ ଥିଲା। |
1120 | GEN 37:36 | ଏଥିମଧ୍ୟରେ ସେହି ମିଦୀୟନୀୟମାନେ ମିସର ଦେଶରେ ପୋଟୀଫର ନାମକ ଫାରୋର ଭୃତ୍ୟ, ଅର୍ଥାତ୍, ରକ୍ଷକ ସେନାପତିକୁ ଯୋଷେଫକୁ ବିକ୍ରୟ କଲେ। |
1151 | GEN 39:1 | ଯୋଷେଫ ମିସର ଦେଶକୁ ଅଣାଯା’ନ୍ତେ, ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍, ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି, ତାଙ୍କର ଆନୟନକାରୀ ଇଶ୍ମାୟେଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣି ଥିଲା। |
1231 | GEN 41:35 | ଅର୍ଥାତ୍, ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ, ପୁଣି, ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କ ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ। |
1302 | GEN 43:11 | ତହୁଁ ସେମାନଙ୍କ ପିତା ଇସ୍ରାଏଲ ସେମାନଙ୍କୁ କହିଲେ, “ଯଦି ଏପରି ହୁଏ, ତେବେ ଗୋଟିଏ କର୍ମ କର; ତୁମ୍ଭେମାନେ ଆପଣା ଆପଣା ପାତ୍ରରେ ଏହି ଦେଶର ଉତ୍ତମ ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ, ମଧୁ, ସୁଗନ୍ଧି ଦ୍ରବ୍ୟ, ଗନ୍ଧରସ, ପେସ୍ତା ଓ ବାଦାମ କିଛି କିଛି ଘେନି ସେହି ବ୍ୟକ୍ତିଙ୍କୁ ଭେଟି ଦିଅ। |
1312 | GEN 43:21 | ପୁଣି, ଉତ୍ତରିବା ସ୍ଥାନରେ ଆପଣା ଆପଣା ପଟ ଫିଟାଇ ଦେଖିଲୁ ଯେ, ପ୍ରତି ଜଣର ପଟ-ମୁଖରେ ତାହାର ଟଙ୍କା, ଅର୍ଥାତ୍, ପୂର୍ଣ୍ଣ ତୌଲ ଅନୁସାରେ ଆମ୍ଭମାନଙ୍କର ଟଙ୍କା ଅଛି; ତାହା ଆମ୍ଭେମାନେ ହସ୍ତରେ ପୁନର୍ବାର ଆଣିଅଛୁ। |
1393 | GEN 46:6 | ଏଉତ୍ତାରେ ସେମାନେ, ଅର୍ଥାତ୍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ପହଞ୍ଚିଲେ। |
1395 | GEN 46:8 | ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍। |
1397 | GEN 46:10 | ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍, ଓହଦ୍, ଯାଖୀନ୍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ। |
1398 | GEN 46:11 | ଲେବୀର ପୁତ୍ର ଗେର୍ଶୋନ, କହାତ ଓ ମରାରି। |
1399 | GEN 46:12 | ଯିହୁଦାର ପୁତ୍ର ଏର୍, ଓନନ୍, ଶେଲା, ପେରସ ଓ ସେରହ; ମାତ୍ର ଏର୍ ଓ ଓନନ୍ କିଣାନ ଦେଶରେ ମରିଥିଲେ। ପେରସର ପୁତ୍ର ହିଷ୍ରୋଣ ଓ ହାମୂଲ। |
1403 | GEN 46:16 | ଗାଦ୍ର ପୁତ୍ର ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରି, ଅରୋଦୀ ଓ ଅରେଲୀ। |
1408 | GEN 46:21 | ପୁଣି, ବିନ୍ୟାମୀନ୍ର ସନ୍ତାନ ବେଲା, ବେଖର, ଅସ୍ବେଲ, ଗେରା, ନାମାନ୍, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ୍ ଓ ଅର୍ଦ। |
1432 | GEN 47:11 | ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍, ରାମିଷେଷ୍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ। |
1459 | GEN 48:7 | ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋ’ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍, ବେଥଲିହିମର ପଥପାର୍ଶ୍ୱରେ ତାକୁ କବର ଦେଲି। |
1477 | GEN 49:3 | ହେ ରୁବେନ୍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋ’ ଶକ୍ତିର ପ୍ରଥମ ଫଳ; ପୁଣି, ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ। |
1499 | GEN 49:25 | ଅର୍ଥାତ୍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା। |
1500 | GEN 49:26 | ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାଙ୍କର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ। |
1520 | GEN 50:13 | ଅର୍ଥାତ୍, ତାଙ୍କର ପୁତ୍ରମାନେ ତାଙ୍କୁ କିଣାନ ଦେଶକୁ ନେଇ ମକ୍ପେଲା କ୍ଷେତ୍ରରେ ମଧ୍ୟବର୍ତ୍ତୀ ଗୁହାରେ କବର ଦେଲେ; ସେହି ଗୁହା ମମ୍ରିର ସମ୍ମୁଖସ୍ଥ କ୍ଷେତ୍ର ସହିତ କବର ସ୍ଥାନାଧିକାର ନିମିତ୍ତ ହିତ୍ତୀୟ ଇଫ୍ରୋଣଠାରୁ ଅବ୍ରହାମଙ୍କ ଦ୍ୱାରା କ୍ରୀତ ହୋଇଥିଲା। |
1544 | EXO 1:11 | ଏଥିଉତ୍ତାରେ ସେମାନେ ଭାରବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍, ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ। |
1586 | EXO 3:6 | ସେ ଆହୁରି କହିଲେ, “ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର ଓ ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର।” ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ। |
1588 | EXO 3:8 | ଏହେତୁ ମିସ୍ରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ, ପୁଣି, ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ; ଅର୍ଥାତ୍, କିଣାନୀୟ, ହିତ୍ତୀୟ, ଇମୋରୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ଥା’ନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇ ଯିବାକୁ ଓହ୍ଲାଇ ଆସିଲୁ। |
1595 | EXO 3:15 | ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଏହି କଥା କହିବ, ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ (ସ୍ୱୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି, ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ। |
1596 | EXO 3:16 | ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନଗଣକୁ ଏକତ୍ର କରି ଏହି କଥା କୁହ, ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିସରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି, ସେସମସ୍ତ ବିଷୟର ଧ୍ୟାନ ଦେଇଅଛୁ। |
1606 | EXO 4:4 | ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନଙ୍କ ପୂର୍ବପୁରୁଷଗଣର ସଦାପ୍ରଭୁ ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ତୁମ୍ଭକୁ ଦର୍ଶନ ଦେଇଅଛନ୍ତି, ଏହା ଯେପରି ସେମାନେ ବିଶ୍ୱାସ କରିବେ, |
1660 | EXO 6:4 | ପୁଣି, କିଣାନ ଦେଶ, ଅର୍ଥାତ୍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ। |
1671 | EXO 6:15 | ପୁଣି, ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍, ଓହଦ୍, ଯାଖୀନ୍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ ଅଟନ୍ତି। |
1672 | EXO 6:16 | ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ, କହାତ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ ବର୍ଷ ଥିଲା। |
1674 | EXO 6:18 | ପୁଣି, କହାତର ସନ୍ତାନ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ ବର୍ଷ ବୟସ ହୋଇଥିଲା। |
1698 | EXO 7:12 | ଅର୍ଥାତ୍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। |
1705 | EXO 7:19 | ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିସର ଦେଶୀୟ ଜଳ ଉପରେ, ଅର୍ଥାତ୍, ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ, ଏସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସମସ୍ତ ଜଳ ରକ୍ତ ହେବ; ପୁଣି, ମିସର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ।” |
1892 | EXO 14:2 | “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲ-ସଫୋନ ଆଗରେ, ଅର୍ଥାତ୍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର। |
1899 | EXO 14:9 | ତହୁଁ ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲ-ସଫୋନ ଅଗ୍ରତେ ପୀହହୀରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। |
1913 | EXO 14:23 | ଏଥିଉତ୍ତାରେ ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। |
1970 | EXO 16:22 | ଏଥିଉତ୍ତାରେ ଷଷ୍ଠ ଦିନରେ ସେମାନେ ଦୁଇଗୁଣ, ଅର୍ଥାତ୍, ପ୍ରତି ଜଣ ଦୁଇ ଦୁଇ ଓମର ଅନ୍ନ ସଂଗ୍ରହ କଲେ, ତହିଁରେ ମଣ୍ଡଳୀର ଅଧ୍ୟକ୍ଷ ସମସ୍ତେ ଆସି ମୋଶାଙ୍କୁ ଜଣାଇଲେ। |
1971 | EXO 16:23 | ସେତେବେଳେ ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତାହା କହିଅଛନ୍ତି, ଯଥା, କାଲି ମହା ବିଶ୍ରାମ ଦିନ, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ; ଏହେତୁ ତୁମ୍ଭମାନଙ୍କର ଯାହା ଭାଜିବାର, ତାହା ଭାଜ; ଯାହା ପାକ କରିବାର, ତାହା ପାକ କର; ପୁଣି, ଯାହା କିଛି ଅବଶିଷ୍ଟ ରହେ, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ।” |
2005 | EXO 18:5 | ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର ଯିଥ୍ରୋ, ମୋଶାଙ୍କର ସେହି ଦୁଇ ପୁତ୍ର ଓ ଭାର୍ଯ୍ୟାକୁ ସଙ୍ଗରେ ଘେନି ପ୍ରାନ୍ତରରେ ମୋଶାଙ୍କ ନିକଟକୁ, ଅର୍ଥାତ୍, ପରମେଶ୍ୱରଙ୍କ ପର୍ବତର ଯେଉଁ ସ୍ଥାନରେ ସେ ଛାଉଣି ସ୍ଥାପନ କରିଥିଲେ, ସେହି ସ୍ଥାନକୁ ଆସିଲେ। |
2021 | EXO 18:21 | ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କର। |
2025 | EXO 18:25 | ପୁଣି, ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ, ଅର୍ଥାତ୍, ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କଲେ। |
2047 | EXO 19:20 | ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପର୍ବତ ଉପରେ, ଅର୍ଥାତ୍, ପର୍ବତ ଶୃଙ୍ଗରେ ଅବରୋହଣ କଲା ଉତ୍ତାରେ ମୋଶାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡ଼ାକିଲେ; ତହିଁରେ ମୋଶା ଆରୋହଣ କଲେ। |
2123 | EXO 22:8 | ପୁଣି, ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍, ଗୋରୁ, ଗର୍ଦ୍ଦଭ, ମେଷ କିଅବା ବସ୍ତ୍ରାଦି, ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯଦି କେହି କହେ, ଏହା ସେହି ଦ୍ରବ୍ୟ, ତେବେ ଉଭୟ ପକ୍ଷର କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ; ତହିଁରେ ପରମେଶ୍ୱର ଯାହାକୁ ଦୋଷୀ କରିବେ, ସେ ଆପଣା ପ୍ରତିବାସୀକୁ ଦୁଇ ଗୁଣ ଦେବ। |
2161 | EXO 23:16 | ଆଉ, ତୁମ୍ଭେ ଶସ୍ୟଚ୍ଛେଦନ ଉତ୍ସବ, ଅର୍ଥାତ୍, କ୍ଷେତରେ ଯାହା ବୁଣ, ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର; ପୁଣି, ବର୍ଷ ଶେଷରେ କ୍ଷେତରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର। |
2190 | EXO 24:12 | ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ ଦୁଇ ଖଣ୍ଡ ପ୍ରସ୍ତର-ଫଳକ ତୁମ୍ଭକୁ ଦେବା।” |
2199 | EXO 25:3 | ଅର୍ଥାତ୍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ; |
2218 | EXO 25:22 | ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ, ଅର୍ଥାତ୍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ କିରୂବ ଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା। |
2228 | EXO 25:32 | ଅର୍ଥାତ୍, ତହିଁର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା, ଏହିରୂପେ ଦୁଇ ପାର୍ଶ୍ୱରୁ ଛଅ ଶାଖା ନିର୍ଗତ ହେବ। |
2241 | EXO 26:5 | ଅର୍ଥାତ୍, ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ କରିବ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କରିବ; ସେହି ଦୁଇ ଫାଶ-ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ। |
2248 | EXO 26:12 | ସେହି ତମ୍ବୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍, ଯେଉଁ ଯବନିକା ଅର୍ଦ୍ଧ ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍ ପାର୍ଶ୍ୱରେ ଓହଳି ରହିବ। |
2295 | EXO 28:1 | ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍, ହାରୋଣ, ନାଦବ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ। |
2298 | EXO 28:4 | ଅର୍ଥାତ୍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ। |
2302 | EXO 28:8 | ପୁଣି, ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍, ସ୍ୱର୍ଣ୍ଣରେ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ। |
2304 | EXO 28:10 | ଅର୍ଥାତ୍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଦିତ କରିବ। |
2309 | EXO 28:15 | ପୁଣି, ଶିଳ୍ପ କର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍, ଏଫୋଦର କର୍ମାନୁସାରେ ସ୍ୱର୍ଣ୍ଣରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ତାହା ପ୍ରସ୍ତୁତ କରିବ। |
2332 | EXO 28:38 | ତାହା ହାରୋଣର କପାଳ ଉପରେ ରହିବ, ତହିଁରେ ପବିତ୍ର ଦ୍ରବ୍ୟ-ଘଟିତ ଅପରାଧ, ଅର୍ଥାତ୍, ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କର ପବିତ୍ରୀକୃତ ପବିତ୍ର ଦାନାଦି ସକଳ ଦ୍ରବ୍ୟ ସମ୍ବନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରୋଣ ବୋହିବ ଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ। |
2376 | EXO 29:39 | ଅର୍ଥାତ୍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ। |
2389 | EXO 30:6 | ପୁଣି, ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍, ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟ ସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ-ବସ୍ତ୍ରର ଆଗରେ ତାହା ରଖିବ। |
2403 | EXO 30:20 | ସେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବା ସମୟରେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ସମୟରେ ଯେପରି ନ ମରନ୍ତି, |
2406 | EXO 30:23 | “ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି, ଅଢ଼ାଇଶତ ଶେକଲ ସୁଗନ୍ଧି, |