| 2958 | LEV 9:4 | ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି।’” |
| 4947 | DEU 2:7 | କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଯିବାର ଜାଣିଅଛନ୍ତି; ଏହି ଚାଳିଶ ବର୍ଷସାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ।’” |
| 6050 | JOS 9:11 | ଏହେତୁ ଆମ୍ଭମାନଙ୍କ ପ୍ରାଚୀନବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, “ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ‘ଆମ୍ଭେମାନେ ଆପଣମାନଙ୍କ ଦାସ; ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ।’” |
| 8096 | 2SA 3:12 | ଏଉତ୍ତାରେ ଅବ୍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର ? ଆହୁରି କହିଲା, ‘ଆପଣ ମୋ’ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ’ ହସ୍ତ ଆପଣଙ୍କର ସହାୟ ହେବ।’” |
| 8283 | 2SA 11:21 | ଯିରୁବ୍ବେଶତର ପୁତ୍ର ଅବୀମେଲକ୍କୁ କିଏ ମାରିଲା ? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କ’ଣ ତେବେସରେ ମଲା ନାହିଁ ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ ?’ ତେବେ ତୁମ୍ଭେ କହିବ, ‘ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି।’” |
| 8301 | 2SA 12:12 | ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ପ୍ରକାଶ୍ୟରେ କରିବା।’” |
| 8325 | 2SA 13:5 | ଏଥିରେ ଯୋନାଦବ୍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର; ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ମୋହର ଭଗିନୀ ତାମରକୁ ମୋ’ ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋ’ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’” |
| 8391 | 2SA 14:32 | ତହୁଁ ଅବଶାଲୋମ ଯୋୟାବଙ୍କୁ ଉତ୍ତର କଲା, “ଦେଖ ମୁଁ ତୁମ୍ଭ ନିକଟକୁ ଲୋକ ପଠାଇ କହିଲି, ‘ତୁମ୍ଭେ ଏଠାକୁ ଆସ, “ମୁଁ କାହିଁକି ଗଶୂରରୁ ଆସିଲି ? ଏକଥା ପଚାରିବା ପାଇଁ ମୁଁ ରାଜାଙ୍କ ନିକଟକୁ ତୁମ୍ଭକୁ ପଠାଇବି। ଆଜି ପର୍ଯ୍ୟନ୍ତ ସେଠାରେ ଥିଲେ, ମୋହର ଭଲ ହୋଇଥା’ନ୍ତା; ଏବେ ମୋତେ ରାଜାଙ୍କ ମୁଖ ଦେଖିବାକୁ ଦିଅ, ଯେବେ ମୋ’ଠାରେ ଅପରାଧ ଥାଏ, ତେବେ ସେ ମୋତେ ବଧ କରନ୍ତୁ।’” |
| 8400 | 2SA 15:8 | କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’” |
| 8432 | 2SA 16:3 | ତେବେ ରାଜା କହିଲେ, “ତୁମ୍ଭ ପ୍ରଭୁର ପୁତ୍ର କାହିଁ ?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, ‘ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।’” |
| 8468 | 2SA 17:16 | ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ‘ପ୍ରାନ୍ତରସ୍ଥ ଘାଟୀ ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସି-ମତେ ପାର ହୋଇ ଚାଲି ଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ।’” |
| 8527 | 2SA 19:14 | ପୁଣି ତୁମ୍ଭେମାନେ ଅମାସାଙ୍କୁ କୁହ, ‘ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ ?’ ଯଦି ତୁମ୍ଭେ ଯୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।’” |
| 8768 | 1KI 1:48 | ଆଉ, ମଧ୍ୟ ରାଜା ଏପରି କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆଜି ମୋ’ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା।’” |
| 8771 | 1KI 1:51 | ଏଉତ୍ତାରେ କେହି ଶଲୋମନଙ୍କୁ ଜଣାଇ କହିଲା, “ଦେଖନ୍ତୁ, ଶଲୋମନ ରାଜାଙ୍କୁ ଅଦୋନୀୟ ଭୟ କରୁଅଛି; କାରଣ, ସେ ଯଜ୍ଞବେଦିର ଶୃଙ୍ଗ ଅବଲମ୍ବନ କରି କହୁଅଛି, ‘ଶଲୋମନ ରାଜା ଯେ ଆପଣା ଦାସକୁ ଖଡ୍ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋ’ ନିକଟରେ ଶପଥ କରନ୍ତୁ।’” |
| 9553 | 2KI 1:16 | ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’” |
| 9650 | 2KI 4:43 | ତହୁଁ ତାଙ୍କ ଦାସ କହିଲା, “କ’ଣ, ଶହେ ଲୋକଙ୍କ ଆଗରେ ଏହା ରଖିବି ?” ମାତ୍ର ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ‘ସେମାନେ ଭୋଜନ କରିବେ ଓ ତହିଁରୁ ଅବଶିଷ୍ଟାଂଶ ରଖିବେ।’” |
| 9673 | 2KI 5:22 | ତହିଁରେ ସେ କହିଲା, “ସବୁ କୁଶଳ। ମୋ’ ପ୍ରଭୁ ମୋତେ ପଠାଇ କହିଅଛନ୍ତି, ‘ଦେଖ, ଏହିକ୍ଷଣେ ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ ଦୁଇ ଯୁବା ଲୋକ ଆସିଲେ; ମୁଁ ବିନୟ କରୁଅଛି, ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’” |
| 9712 | 2KI 7:1 | ସେତେବେଳେ ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର ଦ୍ୱାରରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରୟ କରାଯିବ।’” |
| 9770 | 2KI 9:10 | ପୁଣି କୁକ୍କୁରମାନେ ଈଷେବଲ୍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ।’” ତହୁଁ ଭବିଷ୍ୟଦ୍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ। |
| 9772 | 2KI 9:12 | ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’” |
| 9797 | 2KI 9:37 | ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍ ବୋଲି ଲୋକେ କହିବେ ନାହିଁ।’” |
| 10053 | 2KI 18:25 | ମୁଁ କ’ଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି ? ସଦାପ୍ରଭୁ ମୋତେ କହିଲେ, ‘ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।’” |
| 10069 | 2KI 19:4 | ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ତିରସ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।’” |
| 10072 | 2KI 19:7 | ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ। ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’” |
| 10085 | 2KI 19:20 | ଏଥିଉତ୍ତାରେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ଅଶୂରର ରାଜା ସନ୍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଲୁ।’” |
| 10099 | 2KI 19:34 | କାରଣ ଆମ୍ଭେ ଆପଣା ସକାଶୁ, ଓ ଆମ୍ଭ ଦାସ ଦାଉଦ ସକାଶୁ, ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା।’” |
| 10103 | 2KI 20:1 | ସେହି ସମୟରେ ହିଜକୀୟଙ୍କର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।’” |
| 10108 | 2KI 20:6 | ଆଉ ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା; ପୁଣି ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବା; ଆଉ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରର ସପକ୍ଷ ହେବା।’” |
| 10120 | 2KI 20:18 | ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ।’” |
| 10166 | 2KI 22:17 | କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଅଛନ୍ତି। ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ ଓ ତାହା ନିର୍ବାଣ ହେବ ନାହିଁ।’” |
| 10169 | 2KI 22:20 | ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ତୁମ୍ଭ ପିତୃଲୋକଙ୍କ ନିକଟରେ ସଂଗ୍ରହ କରିବା ଓ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେସବୁ ଅମଙ୍ଗଳ ଆଣିବା, ତାହା ତୁମ୍ଭ ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ଲୋକମାନେ ପୁନର୍ବାର ରାଜାଙ୍କୁ ଏହି କଥାର ସମାଚାର ଦେଲେ। |
| 10949 | 1CH 21:10 | “ଯାଅ, ଦାଉଦକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’” |
| 12131 | EZR 4:16 | ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ‘ଏହି ନଗର ନିର୍ମିତ ଓ ଏହି ପ୍ରାଚୀର-କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।’” |
| 13536 | JOB 28:28 | ପୁଣି, ସେ ମନୁଷ୍ୟକୁ କହିଲେ, ‘ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି।’” |
| 19083 | JER 3:12 | ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ;’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’” |
| 19099 | JER 4:3 | କାରଣ ସଦାପ୍ରଭୁ ଯିହୁଦାର ଓ ଯିରୂଶାଲମର ଲୋକମାନଙ୍କୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣାମାନଙ୍କର ପଡ଼ିଆ ଭୂମି ଚାଷ କର ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।’” |
| 19303 | JER 11:8 | ତଥାପି ସେମାନେ ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କଲେ; ଏନିମନ୍ତେ ଆମ୍ଭେ ପାଳନ କରିବା ପାଇଁ ସେମାନଙ୍କୁ ଯେଉଁ ନିୟମ ଆଦେଶ କଲୁ, ତହିଁର ସକଳ କଥା ସେମାନଙ୍କ ଉପରେ ବର୍ତ୍ତାଇଲୁ, ତଥାପି ସେମାନେ ପାଳନ କଲେ ନାହିଁ।’” |
| 19349 | JER 13:14 | ପୁଣି, ଆମ୍ଭେ ସେମାନଙ୍କର ଏକ ଜଣକୁ ଅନ୍ୟ ଜଣର ଉପରେ, ହଁ, ପିତୃଗଣକୁ ଓ ପୁତ୍ରଗଣକୁ ଏକ ସଙ୍ଗେ କଚାଡ଼ି ପକାଇବା, ଏହା ସଦାପ୍ରଭୁ କହନ୍ତି; ‘ଆମ୍ଭେ ସେମାନଙ୍କ ପ୍ରତି କୃପା କିଅବା ଦୟା ଅଥବା କରୁଣା ନ କରି ସେମାନଙ୍କୁ ନଷ୍ଟ କରିବା।’” |
| 19378 | JER 14:16 | ପୁଣି, ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନେ ଦୁର୍ଭିକ୍ଷ ଓ ଖଡ୍ଗ ହେତୁରୁ ଯିରୂଶାଲମର ନାନା ସଡ଼କରେ ପକାଯିବେ; ପୁଣି, ସେମାନଙ୍କୁ ସେମାନଙ୍କ ଭାର୍ଯ୍ୟା ଓ ସେମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ କବର ଦେବା ପାଇଁ କେହି ନ ଥିବେ; କାରଣ ଆମ୍ଭେ ସେମାନଙ୍କ ଦୁଷ୍ଟତା ସେମାନଙ୍କ ଉପରେ ଢାଳି ଦେବା।’” |
| 19386 | JER 15:2 | ପୁଣି, ଯଦି ସେମାନେ ତୁମ୍ଭକୁ କହନ୍ତି, ‘ଆମ୍ଭେମାନେ କେଉଁଠାକୁ ବାହାରି ଯିବା ?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହନ୍ତି, ‘ହତଯୋଗ୍ୟ ଲୋକମାନେ ହତ ସ୍ଥାନକୁ, ଖଡ୍ଗଯୋଗ୍ୟ ଲୋକମାନେ ଖଡ୍ଗ ନିକଟକୁ, ଦୁର୍ଭିକ୍ଷଯୋଗ୍ୟ ଲୋକମାନେ ଦୁର୍ଭିକ୍ଷ ସ୍ଥାନକୁ ଓ ବନ୍ଦୀତ୍ୱର ଯୋଗ୍ୟ ଲୋକମାନେ ବନ୍ଦୀ ସ୍ଥାନକୁ ଯାଉନ୍ତୁ।’” |
| 19453 | JER 17:27 | ମାତ୍ର ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ୱାରସମୂହରେ ଅଗ୍ନି ଜ୍ୱଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ ଓ ତାହା ନିର୍ବାଣ ହେବ ନାହିଁ।’” |
| 19481 | JER 19:5 | ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ।’” |
| 19491 | JER 19:15 | “ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଯେଉଁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।’” |
| 19519 | JER 21:10 | କାରଣ ସଦାପ୍ରଭୁ କହନ୍ତି, ‘ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।’” |
| 19527 | JER 22:4 | କାରଣ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କରିବ, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ, ତାହାର ଦାସଗଣ ଓ ଲୋକମାନେ ଏହି ଗୃହର ଦ୍ୱାର ଦେଇ ପ୍ରବେଶ କରିବେ।’” |
| 19532 | JER 22:9 | ତହିଁରେ ସେମାନେ ଉତ୍ତର କରିବେ, ‘କାରଣ ଏହି, ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ପ୍ରଣାମ ଓ ସେବା କଲେ।’” |
| 19603 | JER 24:10 | ପୁଣି, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଲୁ, ତହିଁରୁ ସେମାନେ ଯେପର୍ଯ୍ୟନ୍ତ ଉଚ୍ଛିନ୍ନ ନ ହୁଅନ୍ତି, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ମଧ୍ୟକୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା।’” |
| 19644 | JER 26:3 | ହୋଇପାରେ, ସେମାନେ ମନୋଯୋଗ କରି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ ସେମାନଙ୍କ ଆଚରଣର ଦୁଷ୍ଟତା ହେତୁ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନସ୍ଥ କରିଅଛୁ, ତହିଁରୁ ନିବୃତ୍ତ ହେବା।’” |
| 19647 | JER 26:6 | ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା।’” |
| 19676 | JER 27:11 | ମାତ୍ର ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ଆପଣାମାନଙ୍କର ବେକ ଦେବେ ଓ ତାହାର ଦାସ୍ୟକର୍ମ କରିବେ, ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା, ସେମାନେ ସେଠାରେ କୃଷିକର୍ମ କରି ବାସ କରିବେ।’” |
| 19680 | JER 27:15 | କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ମାତ୍ର ଆମ୍ଭେ ଯେପରି ତୁମ୍ଭମାନଙ୍କୁ ତଡ଼ି ଦେବୁ ଓ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାରକାରୀ ଭବିଷ୍ୟଦ୍ବକ୍ତାମାନେ ଯେପରି ବିନଷ୍ଟ ହେବେ, ଏଥିପାଇଁ ସେମାନେ ମିଥ୍ୟାରେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି।’” |
| 19698 | JER 28:11 | ଆଉ, ହନାନୀୟ ଲୋକସମୂହର ସାକ୍ଷାତରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଏହି ରୂପେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ବାବିଲର ରାଜା ନବୂଖଦ୍ନିତ୍ସରର ଯୁଆଳି, ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।’” ଏଥିରେ ଯିରିମୀୟ ଭବିଷ୍ୟଦ୍ବକ୍ତା ଆପଣା ବାଟରେ ଚାଲିଗଲେ। |
| 19701 | JER 28:14 | କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ଲୋକମାନେ ଯେପରି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛୁ ଓ ସେମାନେ ତାହାର ଦାସ୍ୟକର୍ମ କରିବେ; ପୁଣି, ଆମ୍ଭେ କ୍ଷେତ୍ରସ୍ଥ ପଶୁଗଣ ମଧ୍ୟ ତାହାକୁ ଦେଇଅଛୁ।’” |
| 19703 | JER 28:16 | ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରି ଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ।’” |
| 19711 | JER 29:7 | ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ।’” |
| 19732 | JER 29:28 | ସେ କାରଣରୁ ସେ ବାବିଲରେ ଆମ୍ଭମାନଙ୍କ ନିକଟକୁ ପଠାଇ କହିଅଛି, ନିର୍ବାସିତ କାଳ ଦୀର୍ଘ, ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଭୋଗ କର।’” |
| 19739 | JER 30:3 | କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ଏପରି ସମୟ ଆସୁଅଛି,’ ସଦାପ୍ରଭୁ କହନ୍ତି; ‘ହଁ, ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।’” |
| 19805 | JER 32:5 | ପୁଣି, ସେ ସିଦିକୀୟକୁ ବାବିଲକୁ ଘେନି ଯିବ, ପୁଣି ଆମ୍ଭେ ଯେପର୍ଯ୍ୟନ୍ତ ତାହାର ତତ୍ତ୍ୱାନୁସନ୍ଧାନ ନ କରୁ, ସେପର୍ଯ୍ୟନ୍ତ ସେ ସେଠାରେ ରହିବ; ତୁମ୍ଭେମାନେ କଲ୍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’” |
| 19815 | JER 32:15 | କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହି ଦେଶରେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରାଯିବ।’” |
| 19853 | JER 33:9 | ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯେସକଳ ମଙ୍ଗଳ କରିବା, ତାହା ପୃଥିବୀସ୍ଥ ସକଳ ଗୋଷ୍ଠୀ ଶ୍ରବଣ କରିବେ, ସେମାନଙ୍କ ସମ୍ମୁଖରେ ଏହି ନଗର ଆମ୍ଭ ପକ୍ଷରେ ଆନନ୍ଦଜନକ କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ ହେବ, ଆଉ ଆମ୍ଭେ ତାହା ପାଇଁ ଯେସବୁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତହିଁ ସକାଶୁ ସେମାନେ ଭୀତ ଓ କମ୍ପିତ ହେବେ।’” |
| 19855 | JER 33:11 | ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ, ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ପୂର୍ବ କାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।’” |
| 19866 | JER 33:22 | ଆକାଶମଣ୍ଡଳସ୍ଥ ସୈନ୍ୟଗଣର ସଂଖ୍ୟା ଯେପରି ଗଣାଯାଇ ନ ପାରେ, କିଅବା ସମୁଦ୍ରର ବାଲି ଯେପରି ମପାଯାଇ ନ ପାରେ, ସେପରି ଆମ୍ଭେ ଆପଣାର ଦାସ ଦାଉଦର ବଂଶକୁ ଓ ଆମ୍ଭର ପରିଚର୍ଯ୍ୟାକାରୀ ଲେବୀୟମାନଙ୍କୁ ବୃଦ୍ଧି କରିବା।’” |
| 19875 | JER 34:5 | ତୁମ୍ଭେ ଶାନ୍ତିରେ ମରିବ; ପୁଣି, ତୁମ୍ଭ ପିତୃଲୋକମାନଙ୍କ ନିମନ୍ତେ, ତୁମ୍ଭ ପୂର୍ବବର୍ତ୍ତୀ ରାଜାମାନଙ୍କ ନିମନ୍ତେ ଯେପରି ଦାହ ହୋଇଥିଲା, ସେପରି ଲୋକମାନେ ତୁମ୍ଭ ନିମନ୍ତେ ସୁଗନ୍ଧି ଧୂପ ଦାହ କରିବେ; ଆଉ, “ହାୟ ପ୍ରଭୁ ! ହାୟ ପ୍ରଭୁ !” ବୋଲି ତୁମ୍ଭ ନିମନ୍ତେ ବିଳାପ କରିବେ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି କଥା କହିଅଛୁ।’” |
| 19886 | JER 34:16 | ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକୁ ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।’” |
| 19891 | JER 34:21 | ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।’” |
| 19903 | JER 35:11 | ମାତ୍ର ବାବିଲର ରାଜା ନବୂଖଦ୍ନିତ୍ସର ଯେତେବେଳେ ଏହି ଦେଶକୁ ଆସିଲେ, ସେତେବେଳେ ଆମ୍ଭେମାନେ କହିଲୁ, “ଆସ, କଲ୍ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ସକାଶୁ ଆମ୍ଭେମାନେ ଯିରୂଶାଲମକୁ ଯାଉ,” ଏହେତୁ ଆମ୍ଭେମାନେ ଯିରୂଶାଲମରେ ବାସ କରୁଅଛୁ।’” |
| 19911 | JER 35:19 | ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭ ସମ୍ମୁଖରେ ଠିଆ ହେବା ପାଇଁ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକର ଅଭାବ କଦାପି ହେବ ନାହିଁ।’” |
| 19951 | JER 37:8 | ପୁଣି, କଲ୍ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ।’” |
| 19982 | JER 38:18 | ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’” |
| 19990 | JER 38:26 | ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହରେ ମରିବା ପାଇଁ ରାଜା ଯେପରି ଫେରି ନ ପଠାନ୍ତି, ଏଥିପାଇଁ ମୁଁ ତାଙ୍କ ଛାମୁରେ ନିବେଦନ କଲି।’” |
| 20079 | JER 43:13 | ଆହୁରି, ସେ ମିସର ଦେଶସ୍ଥ ବେଥ୍-ଶେମଶର ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ।’” |
| 20114 | JER 45:5 | ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ ? ତାହା ଚେଷ୍ଟା କର ନାହିଁ,’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।’” |
| 20144 | JER 47:2 | “ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଉତ୍ତର ଦିଗରୁ ଜଳ ଉଛୁଳୁଅଛି, ତାହା ପ୍ଳାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ।’” |
| 20316 | JER 51:35 | ସିୟୋନ ନିବାସିନୀ କହିବ, ‘ମୋ’ ପ୍ରତି ଓ ମୋ’ ମାଂସ ପ୍ରତି କୃତ ଦୌରାତ୍ମ୍ୟ ବାବିଲ ଉପରେ ବର୍ତ୍ତୁ’ ଓ ଯିରୂଶାଲମ କହିବ, ‘ମୋ’ ରକ୍ତର ଦାୟ କଲ୍ଦୀୟ ନିବାସୀମାନଙ୍କ ଉପରେ ବର୍ତ୍ତୁ।’” |
| 22197 | HOS 2:25 | ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା; ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା; ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା, ‘ତୁମ୍ଭେ ଆମ୍ଭର ଲୋକ’ ଓ ସେମାନେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’” |
| 22961 | ZEC 1:14 | ତହିଁରେ ମୋ’ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, “ତୁମ୍ଭେ ଘୋଷଣା କରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।’” |
| 23053 | ZEC 8:8 | ପୁଣି, ଆମ୍ଭେ ସେମାନଙ୍କୁ ଆଣିବା, ତହିଁରେ ସେମାନେ ଯିରୂଶାଲମ ମଧ୍ୟରେ ବାସ କରିବେ; ଆଉ, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସତ୍ୟ ଓ ଧାର୍ମିକତାରେ ସେମାନଙ୍କର ପରମେଶ୍ୱର ହେବା।’” |
| 23068 | ZEC 8:23 | ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସେହି ସମୟରେ ଏପରି ଘଟିବ ଯେ, ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ପୁରୁଷ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରି ଏହି କଥା କହିବେ, ‘ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ, କାରଣ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଆମ୍ଭେମାନେ ଶୁଣିଅଛୁ।’” |
| 23134 | ZEC 13:6 | ପୁଣି, ତୁମ୍ଭର ଦୁଇ ବାହୁ ମଧ୍ୟରେ ଏହି କ୍ଷତଦାଗସବୁ କଅଣ ? ଏହା କେହି ତାହାକୁ ପଚାରିଲେ, ସେ ଉତ୍ତର କରିବ, ‘ମୁଁ ଆପଣା ବନ୍ଧୁମାନଙ୍କ ଗୃହରେ ଯେଉଁ ଆଘାତ ପାଇଥିଲି, ଏହିସବୁ ସେହି।’” |
| 23137 | ZEC 13:9 | ଆଉ, ସେହି ତୃତୀୟାଂଶକୁ ଆମ୍ଭେ ଅଗ୍ନି ମଧ୍ୟଦେଇ ଆଣିବା ଓ ରୂପା ଯେପରି ପରିଷ୍କୃତ ହୁଏ, ତଦ୍ରୂପ ସେମାନଙ୍କୁ ପରିଷ୍କାର କରିବା, ଆଉ ସୁନା ଯେପରି ପରୀକ୍ଷିତ ହୁଏ, ସେପରି ସେମାନଙ୍କୁ ପରୀକ୍ଷା କରିବା। ସେମାନେ ଆମ୍ଭ ନାମରେ ପ୍ରାର୍ଥନା କରିବେ ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆମ୍ଭେ କହିବା, ‘ଏମାନେ ଆମ୍ଭର ଲୋକ’ ଆଉ, ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’” |
| 23162 | MAL 1:4 | ଇଦୋମ କହୁଅଛି, ଆମ୍ଭେମାନେ ନିପାତିତ ହୋଇଅଛୁ ନିଶ୍ଚୟ, ମାତ୍ର ଆମ୍ଭେମାନେ ଫେରି ଉଜାଡ଼ ସ୍ଥାନସବୁ ନିର୍ମାଣ କରିବା।” ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସେମାନେ ନିର୍ମାଣ କରିବେ, ମାତ୍ର ଆମ୍ଭେ ଭାଙ୍ଗି ପକାଇବା ଆଉ, ଲୋକମାନେ ସେମାନଙ୍କୁ ‘ଦୁଷ୍ଟତାର ଦେଶ’ ଓ ‘ପରମେଶ୍ୱରଙ୍କର ନିତ୍ୟ କ୍ରୋଧର ପାତ୍ର ସ୍ୱରୂପ ଗୋଷ୍ଠୀ ବୋଲି ନାମ ଦେବେ।’” |