2949 | LEV 8:31 | ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର। |
8133 | 2SA 4:10 | ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେକରି ମୋତେ କହିଲା, ‘ଦେଖନ୍ତୁ, ଶାଉଲ ମରିଅଛି,’ ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଲଗ୍ଠାରେ ବଧ କଲି। |
8188 | 2SA 7:5 | “ଯାଅ, ଆମ୍ଭ ଦାସ ଦାଉଦକୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି,’ ତୁମ୍ଭେ କି ଆମ୍ଭ ନିମନ୍ତେ ବସତିଗୃହ ନିର୍ମାଣ କରିବ ? |
8287 | 2SA 11:25 | ସେତେବେଳେ ଦାଉଦ ସେହି ଦୂତକୁ କହିଲେ, “ତୁମ୍ଭେ ଯୋୟାବକୁ ଏପରି କହିବ, ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ୍ଗ ଯେପରି ଏକକୁ, ସେପରି ଅନ୍ୟକୁ ଗ୍ରାସ କରେନ୍ତ ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର,’ ଏହିରୂପେ ତୁମ୍ଭେ ତାହାକୁ ସାହସିକ କର।” |
8348 | 2SA 13:28 | ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ‘ଅମ୍ନୋନକୁ ମାର,’ ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ।” |
8366 | 2SA 14:7 | ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ‘ଆପଣା ଭାଇକୁ ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ,’ ପୁଣି ଉତ୍ତରାଧିକାରୀଙ୍କୁ ମଧ୍ୟ ଉଚ୍ଛିନ୍ନ କରିବୁ; ଏହା କଲେ ସେମାନେ ମୋର ବାକୀ ଥିବା ନିଆଁ ଲିଭାଇ ଦେବେ ଓ ପୃଥିବୀରୁ ମୋ’ ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ।” |
8376 | 2SA 14:17 | ଆପଣଙ୍କ ଦାସୀ ଆହୁରି କହିଲା, ‘ମୋର ପ୍ରଭୁ ମହାରାଜଙ୍କ ବାକ୍ୟ ଅବଶ୍ୟ ଶାନ୍ତିଦାୟକ ହେବ, କାରଣ ଭଲ ମନ୍ଦ ଶୁଣିବାକୁ ମୋର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ,’ ପୁଣି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କ ସଙ୍ଗେ ଥାଉନ୍ତୁ।” |
8418 | 2SA 15:26 | ‘ମାତ୍ର ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋ’ ପ୍ରତି କରନ୍ତୁ।” |
8426 | 2SA 15:34 | ମାତ୍ର ଯେବେ ତୁମ୍ଭେ ନଗରକୁ ଫେରି ଯାଇ ଅବଶାଲୋମକୁ କହିବ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି; ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି, ସେପରି ଏବେ ମୁଁ ଆପଣଙ୍କର ଦାସ ହେବି,’ ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହୀଥୋଫଲର ମନ୍ତ୍ରଣା ବ୍ୟର୍ଥ କରି ପାରିବ।” |
8575 | 2SA 20:18 | ତହୁଁ ସେ କହିଲା, “ପୂର୍ବକାଳରେ ଲୋକମାନେ କହୁଥା’ନ୍ତି, ‘ଲୋକେ ଆବେଲ୍ରେ ଅବଶ୍ୟ ପରାମର୍ଶ ପଚାରିବେ,’ ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ। |
8767 | 1KI 1:47 | ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ‘ଆପଣଙ୍କ ପରମେଶ୍ୱର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ,’ ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ। |
9017 | 1KI 8:29 | ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ‘ଏହିଠାରେ ଆମ୍ଭ ନାମ ରହିବ,’ ସେହି ସ୍ଥାନ, ଅର୍ଥାତ୍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ। |
9707 | 2KI 6:29 | ତହୁଁ ଆମ୍ଭେମାନେ ମୋ’ ପୁଅକୁ ସିଦ୍ଧ କରି ଖାଇଲୁ; ପୁଣି ଆର ଦିନ ମୁଁ ତାହାକୁ କହିଲି, ‘ତୁମ୍ଭ ପୁଅକୁ ଦିଅ, ଆମ୍ଭେମାନେ ତାକୁ ଖାଇବା,’ ମାତ୍ର ସେ ଆପଣା ପୁଅକୁ ଲୁଚାଇଅଛି।” |
9741 | 2KI 8:10 | ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।” |
9909 | 2KI 14:9 | ତହିଁରେ ଇସ୍ରାଏଲର ରାଜା ଯୋୟାଶ୍ ଯିହୁଦାର ରାଜା ଅମତ୍ସୀୟଙ୍କ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନର କଣ୍ଟକଲତା ଲିବାନୋନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ ଦିଅ,’ ଏଥି ମଧ୍ୟରେ ଲିବାନୋନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକଲତାକୁ ଦଳି ପକାଇଲା। |
19078 | JER 3:7 | ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ‘ସେ ଆମ୍ଭ ନିକଟକୁ ଫେରି ଆସିବ,’ ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା। |
19377 | JER 14:15 | ଏହେତୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏହି ଦେଶରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ସେହି ଭବିଷ୍ୟଦ୍ବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ। |
19587 | JER 23:34 | ଆଉ, ‘ସଦାପ୍ରଭୁଙ୍କର ପ୍ରତ୍ୟାଦେଶ,’ ଏହି କଥା ଭବିଷ୍ୟଦ୍ବକ୍ତା, ଯାଜକ ଓ ଲୋକମାନେ କହିଲେ, ଆମ୍ଭେ ସେ ଲୋକକୁ ଓ ତାହାର ବଂଶକୁ ଶାସ୍ତି ଦେବା।” |
19608 | JER 25:5 | ମୁଁ କହିଅଛି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଆଚରଣର ଦୁଷ୍ଟତାରୁ ଫେର,’ ତହିଁରେ ସଦାପ୍ରଭୁ ପୁରାତନ କାଳରୁ ସଦାକାଳ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁ ମଧ୍ୟରେ ତୁମ୍ଭେମାନେ ବାସ କରିବ; |
19681 | JER 27:16 | ଆହୁରି, ମୁଁ ଯାଜକମାନଙ୍କୁ ଓ ଏହି ସମସ୍ତ ଲୋକଙ୍କୁ କହିଲି, “ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହନ୍ତି, ‘ଦେଖ, ସଦାପ୍ରଭୁଙ୍କ ଗୃହର ପାତ୍ରସକଳ ଅଳ୍ପ କାଳ ମଧ୍ୟରେ ବାବିଲରୁ ଅଣାଯିବ,’ ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। |
19735 | JER 29:31 | ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, “ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,’ |
19736 | JER 29:32 | ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ନିହିଲାମୀୟ ଶମୟୀୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା; ଏହି ଲୋକମାନଙ୍କ ମଧ୍ୟରେ ବାସ କରିବା ପାଇଁ ତାହାର କେହି ରହିବେ ନାହିଁ; ଆଉ, ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ,’ ଏହା ସଦାପ୍ରଭୁ କହନ୍ତି; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।” |
19739 | JER 30:3 | କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ଏପରି ସମୟ ଆସୁଅଛି,’ ସଦାପ୍ରଭୁ କହନ୍ତି; ‘ହଁ, ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।’” |
19757 | JER 30:21 | ପୁଣି, ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ ଓ ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ନିର୍ଗତ ହେବେ; ଆଉ, ଆମ୍ଭେ ତାଙ୍କୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ,’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭ ନିକଟକୁ ଆସିବା ପାଇଁ ଯେ ସାହସ କରିଅଛନ୍ତି, ସେ କିଏ ? |
19789 | JER 31:29 | ‘ପିତୃଗଣ ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ଆଉ ସନ୍ତାନଗଣର ଦାନ୍ତ ଖଟା ହୋଇଅଛି,’ ଏପରି କଥା ସେସମୟରେ ଆଉ କୁହା ଯିବ ନାହିଁ। |
19854 | JER 33:10 | ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ‘ଧ୍ୱଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ,’ ବୋଲି କହୁଅଛ, ସେଠାରେ, ଅର୍ଥାତ୍, ଧ୍ୱଂସିତ, ନରଶୂନ୍ୟ, ନିବାସୀ ବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ |
19860 | JER 33:16 | ସେହି ସକଳ ଦିନରେ ଯିହୁଦା ପରିତ୍ରାଣ ପାଇବ ଓ ଯିରୂଶାଲମ ନିରାପଦରେ ବାସ କରିବ, ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,’ ଏହି ନାମରେ ସେ ବିଖ୍ୟାତ ହେବେ।” |
19962 | JER 37:19 | ଆପଣମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବ ନାହିଁ,’ ସେମାନେ ଏବେ କାହାନ୍ତି ? |
20010 | JER 39:18 | କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ,’ ଏହା ସଦାପ୍ରଭୁ କହନ୍ତି।” |
20055 | JER 42:11 | ତୁମ୍ଭେମାନେ ଯେଉଁ ବାବିଲ ରାଜା ବିଷୟରେ ଭୀତ ଅଛ, ତାହାକୁ ଭୟ କର ନାହିଁ,’ ସଦାପ୍ରଭୁ କହନ୍ତି, ‘ତାହାକୁ ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ। |
20104 | JER 44:25 | ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଓ ପେୟ ନୈବେଦ୍ୟ ଢାଳିବା ପାଇଁ ଯେଉଁ ମାନତ କରିଅଛୁ, ତାହା ଅବଶ୍ୟ ସିଦ୍ଧ କରିବୁ,’ ଏହି କଥା ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସ୍ତ୍ରୀମାନେ ମୁଖରେ କହି ହସ୍ତ ଦ୍ୱାରା ତାହା ସମ୍ପନ୍ନ କରିଅଛ। ତେବେ ତୁମ୍ଭମାନଙ୍କର ମାନତ ଦୃଢ଼ କର ଓ ତୁମ୍ଭମାନଙ୍କର ମାନତ ସିଦ୍ଧ କର।” |
20114 | JER 45:5 | ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ ? ତାହା ଚେଷ୍ଟା କର ନାହିଁ,’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।’” |
20163 | JER 48:14 | ‘ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ,’ ଏହା ତୁମ୍ଭେମାନେ କିପରି କହୁଅଛ ? |
22186 | HOS 2:14 | ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ବିଷୟରେ କହିଥିଲା ‘ଏହିସବୁ ମୋର ପ୍ରେମିକଗଣ ମୋର ବେତନ ସ୍ୱରୂପେ ମୋତେ ଦେଇଅଛନ୍ତି,’ ସେହିସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେହିସବୁକୁ ଅରଣ୍ୟ କରିବା, ତହିଁରେ ବନ୍ୟ ପଶୁଗଣ ତାହା ଖାଇ ପକାଇବେ। |