98 | GEN 4:18 | ସେହି ହନୋକର ପୁତ୍ର ଈରଦ ଓ ଈରଦର ପୁତ୍ର ମହୁୟାୟେଲ ଓ ମହୁୟାୟେଲର ପୁତ୍ର ମଥୁଶାୟେଲ ଓ ମଥୁଶାୟେଲର ପୁତ୍ର ଲେମକ। |
106 | GEN 4:26 | ତହୁଁ ଶେଥର ମଧ୍ୟ ଏକ ପୁତ୍ର ଜନ୍ମିଲା; ଆଉ ସେ ତାହାର ନାମ ଈନୋଶ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ। |
112 | GEN 5:6 | ଶେଥ ଶହେ ପାଞ୍ଚ ବର୍ଷ ବୟସରେ ଈନୋଶକୁ ଜାତ କଲା; |
113 | GEN 5:7 | ଈନୋଶର ଜନ୍ମ ଉତ୍ତାରେ ଶେଥ ଆଠଶହ ସାତ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା। |
115 | GEN 5:9 | ଈନୋଶ ନବେ ବର୍ଷ ବୟସରେ କୟିନାନକୁ ଜାତ କଲା; |
117 | GEN 5:11 | ଈନୋଶର ବୟସ ସର୍ବସୁଦ୍ଧା ନଅଶହ ପାଞ୍ଚ ବର୍ଷ ଥିଲା; ତହୁଁ ସେ ମଲା। |
707 | GEN 26:14 | ଏବଂ ତାଙ୍କର ମେଷଧନ ଓ ଗୋଧନ, ପୁଣି, ଅନେକ ଦାସଦାସୀ ହେଲେ; ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। |
769 | GEN 27:41 | ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, “ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।” |
832 | GEN 30:1 | ଏଥିଉତ୍ତାରେ ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ, ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, “ମୋତେ ସନ୍ତାନ ଦିଅ, ନୋହିଲେ ମୁଁ ମରିବି।” |
1084 | GEN 36:43 | ଓ ରାଜା ମଗ୍ଦୀୟେଲ ଓ ରାଜା ଈରମ୍; ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବୃତ୍ତାନ୍ତ ସମାପ୍ତ। |
1095 | GEN 37:11 | ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ। |
1679 | EXO 6:23 | ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା। |
2295 | EXO 28:1 | ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍, ହାରୋଣ, ନାଦବ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ। |
2655 | EXO 38:21 | ଲେବୀୟ ଲୋକମାନଙ୍କର କାର୍ଯ୍ୟ ନିମନ୍ତେ ହାରୋଣ ଯାଜକଙ୍କର ପୁତ୍ର ଈଥାମରଙ୍କ ଦ୍ୱାରା ମୋଶାଙ୍କର ଆଜ୍ଞାନୁସାରେ ଆବାସର, ଅର୍ଥାତ୍, ସାକ୍ଷ୍ୟରୂପେ ଆବାସର ଗଣନୀୟ ବସ୍ତୁ ସମୂହର ଏହି ଗଣନା କରାଗଲା। |
2749 | LEV 1:3 | ସେ ଯଦି ଗୋଠରୁ (ଗାଈଗୋରୁ ପଲରୁ) ହୋମାର୍ଥକ ବଳି ଉତ୍ସର୍ଗ କରେ, ତେବେ ନିଖୁନ୍ତ ପୁଂ ପଶୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ; ଯେପରି ତାହା ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବ। |
2780 | LEV 3:1 | ଆଉ, କୌଣସି ବ୍ୟକ୍ତିର ଉପହାର ଯଦି ମଙ୍ଗଳାର୍ଥକ ବଳିଦାନ ହୁଏ; ଯଦି ସେ ପଲରୁ ଅଣ୍ଡିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁନ୍ତ ପଶୁ ଆଣିବ। |
2785 | LEV 3:6 | ଆଉ, ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁନ୍ତ ଅଣ୍ଡିରା କି ମାଈ ପଶୁ ଉତ୍ସର୍ଗ କରିବ। |
2984 | LEV 10:6 | ପୁଣି, ମୋଶା ହାରୋଣଙ୍କୁ, ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରକୁ କହିଲେ, “ତୁମ୍ଭେମାନେ ଯେପରି ନ ମର ଓ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁ ଯେପରି କ୍ରୋଧ ନ କରନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମସ୍ତକର କେଶ ମୁକୁଳା ନ ହେଉ, କିଅବା ଆପଣା ଆପଣା ବସ୍ତ୍ର ଚିର ନାହିଁ; ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ତହିଁ ସକାଶୁ ତୁମ୍ଭମାନଙ୍କର ଭ୍ରାତୃବର୍ଗ ସମୁଦାୟ ଇସ୍ରାଏଲ ବଂଶ ରୋଦନ କରନ୍ତୁ। |
2990 | LEV 10:12 | ଏଥିଉତ୍ତାରେ ମୋଶା ହାରୋଣଙ୍କୁ, ତାଙ୍କର ଅବଶିଷ୍ଟ ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରର ଅବଶିଷ୍ଟ ଯେଉଁ ଭକ୍ଷ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ବେଦି ନିକଟରେ ତାଡ଼ି ବିନା ଭୋଜନ କର, ଯେହେତୁ ତାହା ମହାପବିତ୍ର; |
2994 | LEV 10:16 | ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ, |
3391 | LEV 22:21 | ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗ ପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ। |
3695 | NUM 3:2 | ହାରୋଣଙ୍କର ପୁତ୍ରଗଣର ନାମ ଏହି; ପ୍ରଥମଜାତ ନାଦବ୍, ତହୁଁ ଅବୀହୂ ଓ ଇଲୀୟାସର ଓ ଈଥାମର। |
3697 | NUM 3:4 | ମାତ୍ର ନାଦବ୍ ଓ ଅବୀହୂ ସୀନୟ ପ୍ରାନ୍ତରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଇତର ଅଗ୍ନି ଉତ୍ସର୍ଗ କରି ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାଣତ୍ୟାଗ କରିଥିଲେ, ସେମାନଙ୍କର ସନ୍ତାନ ନ ଥିଲା; ଏଥିସକାଶୁ ଇଲୀୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ସାକ୍ଷାତରେ ଯାଜକ କର୍ମ କଲେ। |
3772 | NUM 4:28 | ସମାଗମ-ତମ୍ବୁରେ ଗେର୍ଶୋନୀୟ ସନ୍ତାନମାନଙ୍କ ବଂଶର ଏହି ସେବା; ପୁଣି, ସେମାନଙ୍କ ରକ୍ଷଣୀୟ ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ। |
3777 | NUM 4:33 | ସମାଗମ-ତମ୍ବୁରେ ମରାରି-ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏହା ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ। |
3807 | NUM 5:14 | ଆଉ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜ୍ୱଳେ; ଅବା ଭାର୍ଯ୍ୟା ଅଶୁଚି ନୋହିଲେ ହେଁ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜ୍ୱଳେ; |
3808 | NUM 5:15 | ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଐଫାର ଦଶମାଂଶ ଯବ ମଇଦା ଉପହାର ଆଣିବ; ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ୍ ଅପରାଧ-ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ। |
3811 | NUM 5:18 | ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି, ଯାଜକ ଆପଣା ହସ୍ତରେ ଅଭିଶାପଜନକ ତିକ୍ତ ଜଳ ରଖିବ। |
3818 | NUM 5:25 | ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି, ବେଦି ଉପରକୁ ଆଣିବ; |
3822 | NUM 5:29 | ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ, |
3823 | NUM 5:30 | ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜ୍ୱଳିଲେ, ସେ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି, ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ। |
3859 | NUM 7:8 | ହାରୋଣ ଯାଜକଙ୍କର ପୁତ୍ର ଈଥାମରର ହସ୍ତାଧୀନରେ ମରାରି-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ। |
4054 | NUM 11:29 | ତେବେ ମୋଶା କହିଲେ, “ତୁମ୍ଭେ ମୋ’ ସକାଶୁ କ’ଣ ଈର୍ଷା କରୁଅଛ ? ପରମେଶ୍ୱର କରନ୍ତୁ, ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟଦ୍ବକ୍ତା ହୁଅନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ !” |
4521 | NUM 26:30 | ଗିଲୀୟଦର ସନ୍ତାନ ଏମାନେ; ଈୟେଷରଠାରୁ ଈୟେଷ୍ରୀୟ ବଂଶ; ହେଲକଠାରୁ ହେଲକୀୟ ବଂଶ, |
4551 | NUM 26:60 | ହାରୋଣଠାରୁ ନାଦବ ଓ ଅବୀହୂ, ପୁଣି, ଇଲୀୟାସର ଓ ଈଥାମର ଜନ୍ମିଲେ। |
5707 | DEU 29:25 | ଈଶ୍ୱର ଯେଉଁ ଦେବତାମାନଙ୍କୁ ନିଷିଦ୍ଧ କରିଥିଲେ ଏବଂ ସେମାନଙ୍କ ଦୃଷ୍ଟିରେ ଯେଉଁ ଦେବତାମାନେ ଅଜଣା ଥିଲେ, ସେମାନେ ଯାଇ ସେହି ଦେବତାଗଣର ସେବା କଲେ ଓ ସେମାନଙ୍କୁ ପ୍ରଣାମ କଲେ। |
6929 | JDG 14:18 | ଏଥିଉତ୍ତାରେ ସପ୍ତମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ, ମଧୁଠାରୁ ଆଉ ମିଷ୍ଟ କଅଣ ? ଓ ସିଂହଠାରୁ ବଳବାନ କିଏ ? ତହିଁରେ ଶାମ୍ଶୋନ୍ ସେମାନଙ୍କୁ କହିଲା, ତୁମ୍ଭେମାନେ ମୋର ଛଡ଼ାରେ (ଅଳ୍ପବୟଷ୍କା ଗାଈ) ହଳ କରି ନ ଥିଲେ, ମୋର ପ୍ରହେଳିକାର ଭେଦ ପାଇ ନ ଥାଆନ୍ତ। |
7609 | 1SA 16:12 | ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ। |
7662 | 1SA 17:42 | ତହୁଁ ପଲେଷ୍ଟୀୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର-ବଦନ ଥିଲେ। |
8060 | 2SA 2:8 | ଏଥି ମଧ୍ୟରେ ନେର୍ର ପୁତ୍ର ଅବ୍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍ବୋଶତକୁ ମହନୟିମକୁ ନେଇଯାଇ, |
8062 | 2SA 2:10 | ଶାଉଲଙ୍କର ପୁତ୍ର ଈଶ୍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍ଗାମୀ ହେଲେ। |
8064 | 2SA 2:12 | ନେର୍ର ପୁତ୍ର ଅବ୍ନର ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍କୁ ଗଲେ। |
8067 | 2SA 2:15 | ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ। |
8091 | 2SA 3:7 | ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି ଈଶ୍ବୋଶତ ଅବ୍ନରକୁ କହିଲା, “ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ ?” |
8092 | 2SA 3:8 | ତେବେ ଅବ୍ନର ଈଶ୍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, “ମୁଁ କି ଯିହୁଦାର କୁକ୍କୁର ମୁଣ୍ଡ ? ମୁଁ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋ’ ଉପରେ ଆରୋପ କରୁଅଛ ? |
8098 | 2SA 3:14 | ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, “ମୁଁ ପଲେଷ୍ଟୀୟମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।” |
8099 | 2SA 3:15 | ତହିଁରେ ଈଶ୍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା। |
8124 | 2SA 4:1 | ଆଉ ଶାଉଲଙ୍କର ପୁତ୍ର ଈଶ୍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ। |
8125 | 2SA 4:2 | ପୁଣି ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ; ଏମାନେ ବିନ୍ୟାମୀନ୍ ବଂଶଜାତ ବେରୋତୀୟ ରିମ୍ମୋନ୍ର ପୁତ୍ର। (କାରଣ ବେରୋତ ମଧ୍ୟ ବିନ୍ୟାମୀନ୍ର ଅଧିକାରରେ ଗଣିତ; |
8128 | 2SA 4:5 | ଏଥିଉତ୍ତାରେ ଈଶ୍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋନ୍ର ପୁତ୍ର ରେଖବ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ। |
8131 | 2SA 4:8 | ଏଉତ୍ତାରେ ସେମାନେ ଈଶ୍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି।” |
8135 | 2SA 4:12 | ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍ନର-କବରରେ କବର ଦେଲେ। |
8583 | 2SA 20:26 | ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ଯାଜକ ଥିଲା। |
8682 | 2SA 23:26 | ପଲ୍ଟୀୟ ହେଲସ୍, ତକୋୟୀୟ ଇକ୍କେଶର ପୁତ୍ର ଈରା; |
8694 | 2SA 23:38 | ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍; |
9317 | 1KI 16:31 | ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍ବାଲ ରାଜାର କନ୍ୟା ଈଷେବଲ୍କୁ ବିବାହ କଲେ ଓ ଯାଇ ବାଲ୍ର ସେବା କରି ତାହାକୁ ପ୍ରଣାମ କଲେ। |
9348 | 1KI 18:4 | ପୁଣି, ଯେଉଁ ସମୟରେ ଈଷେବଲ୍ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା )। |
9357 | 1KI 18:13 | ଈଷେବଲ୍ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର ଏକ ଶତ ଭବିଷ୍ୟଦ୍ବକ୍ତାଙ୍କୁ ପଚାଶ ପଚାଶ ଜଣ କରି ଗହ୍ୱରରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କ’ଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ ? |
9363 | 1KI 18:19 | ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଈଷେବଲ୍ର ମେଜରେ ଭୋଜନକାରୀ ବାଲ୍ର ଚାରିଶହ ପଚାଶ ଭବିଷ୍ୟଦ୍ବକ୍ତାଙ୍କୁ ଓ ଆଶେରାର ଚାରିଶହ ଭବିଷ୍ୟଦ୍ବକ୍ତାଙ୍କୁ କର୍ମିଲ ପର୍ବତରେ ମୋ’ ନିକଟରେ ଏକତ୍ର କର।” |
9391 | 1KI 19:1 | ଏଥିଉତ୍ତାରେ ଆହାବ ଏଲୀୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ବଧ କରିଥିଲେ, ତାହା ଈଷେବଲ୍କୁ ଜଣାଇଲେ। |
9392 | 1KI 19:2 | ତହିଁରେ ଈଷେବଲ୍ ଏଲୀୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲା, “ପ୍ରାୟ କାଲି ଏହି ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣକର ପ୍ରାଣ ତୁଲ୍ୟ ନ କରେ, ତେବେ ଦେବତାମାନେ ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।” |
9459 | 1KI 21:5 | ମାତ୍ର ତାଙ୍କ ଭାର୍ଯ୍ୟା ଈଷେବଲ୍ ତାଙ୍କ ନିକଟକୁ ଆସି କହିଲା, “ତୁମ୍ଭ ମନ କାହିଁକି ଏଡ଼େ ଦୁଃଖିତ ଯେ, ତୁମ୍ଭେ ଭୋଜନ କରୁନାହଁ ?” |
9461 | 1KI 21:7 | ତହୁଁ ତାଙ୍କର ଭାର୍ଯ୍ୟା ଈଷେବଲ୍ ତାଙ୍କୁ କହିଲା, “ତୁମ୍ଭେ କ’ଣ ଏବେ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୃତ୍ୱ କରୁନାହଁ ? ଉଠ, ଭୋଜନ କର ଓ ତୁମ୍ଭ ମନ ଆନନ୍ଦିତ ହେଉ; ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।” |
9465 | 1KI 21:11 | ତହୁଁ ନାବୋତର ନଗରସ୍ଥ ଲୋକମାନଙ୍କୁ, ଅର୍ଥାତ୍, ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଈଷେବଲ୍ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ। |
9468 | 1KI 21:14 | ତହିଁ ଉତ୍ତାରେ ସେମାନେ ଈଷେବଲ୍ ନିକଟକୁ କହି ପଠାଇଲେ, ନାବୋତ ପ୍ରସ୍ତରାଘାତରେ ମରିଅଛି। |
9469 | 1KI 21:15 | ଏଥିରେ ଈଷେବଲ୍, ପ୍ରସ୍ତରାଘାତରେ ନାବୋତର ମରିଥିବା ବିଷୟ ଶୁଣନ୍ତେ, ଈଷେବଲ୍ ଆହାବଙ୍କୁ କହିଲା, “ଉଠ, ଯିଷ୍ରିୟେଲୀୟ ନାବୋତ ରୂପା-ମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ମନା କଲା, ତାହା ଅଧିକାରରେ ଆଣ; କାରଣ ନାବୋତ ଜୀବିତ ନାହିଁ, ମାତ୍ର ମଲାଣି।” |
9477 | 1KI 21:23 | ଆଉ ଈଷେବଲ୍ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଯିଷ୍ରିୟେଲର ଗଡ଼-ପାଚେରୀ ନିକଟରେ କୁକ୍କୁରମାନେ ଈଷେବଲ୍କୁ ଖାଇବେ।” |
9479 | 1KI 21:25 | ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ। |
9767 | 2KI 9:7 | ପୁଣି ଆମ୍ଭେ ଯେପରି ଈଷେବଲ୍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ। |
9770 | 2KI 9:10 | ପୁଣି କୁକ୍କୁରମାନେ ଈଷେବଲ୍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ।’” ତହୁଁ ଭବିଷ୍ୟଦ୍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ। |
9782 | 2KI 9:22 | ପୁଣି ଯୋରାମ୍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି ?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ ?” |
9790 | 2KI 9:30 | ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା। |
9791 | 2KI 9:31 | ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି ?” |
9793 | 2KI 9:33 | ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ। |
9796 | 2KI 9:36 | ଏହେତୁ ସେମାନେ ଫେରି ଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍ର ମାଂସ ଖାଇବେ; |
9797 | 2KI 9:37 | ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍ ବୋଲି ଲୋକେ କହିବେ ନାହିଁ।’” |
10257 | 1CH 1:1 | ଆଦମ, ଶେଥ, ଈନୋଶ; |
10310 | 1CH 1:54 | ରାଜା ମଗ୍ଦୀୟେଲ, ରାଜା ଈରମ୍। ଏମାନେ ଇଦୋମର ରାଜା ଥିଲେ। |
10341 | 1CH 2:31 | ଆଉ ଅପ୍ପୟିମ୍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍। ଶେଶନ୍ର ପୁତ୍ର ଅହଲୟ। |
10401 | 1CH 4:12 | ଇଷ୍ଟୋନ୍ ବେଥ୍-ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ। |
10404 | 1CH 4:15 | ଆଉ ଯିଫୁନ୍ନିର ପୁତ୍ର କାଲେବଙ୍କର ସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ୍। |
10409 | 1CH 4:20 | ଆଉ, ଶିମୋନର ସନ୍ତାନ ଅମ୍ନୋନ, ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍। ଆଉ ଈଶୀର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍। |
10431 | 1CH 4:42 | ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଈଶୀର ସନ୍ତାନ ପ୍ଲଟୀୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର ପର୍ବତକୁ ଗଲେ। |
10456 | 1CH 5:24 | ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ। |
10461 | 1CH 5:29 | ଅମ୍ରାମ୍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ। ପୁଣି, ହାରୋଣର ପୁତ୍ର ନାଦବ୍ ଓ ଅବୀହୂ, ଇଲୀୟାସର ଓ ଈଥାମର। |
10546 | 1CH 7:7 | ଆଉ ବେଲାର ପୁତ୍ରଗଣ; ଇଷବୋନ୍, ଉଷି, ଉଷୀୟେଲ, ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀକ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ। |
10551 | 1CH 7:12 | ଶୁପ୍ପୀମ୍ ମଧ୍ୟ ଓ ହୁପ୍ପୀମ୍, ଈର୍ର ସନ୍ତାନଗଣ, ହୂଶୀମ୍, ଅହେରର ସନ୍ତାନଗଣ। |
10705 | 1CH 11:28 | ତକୋୟୀୟ ଇକ୍କେଶର ପୁତ୍ର ଈରା, ଅନାଥୋତୀୟ ଅବୀୟେଷର; |
10706 | 1CH 11:29 | ହୂଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ; |
10717 | 1CH 11:40 | ଯିତ୍ରୀୟ ଈରା ଓ ଗାରେବ୍; |
11021 | 1CH 24:1 | ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ। ହାରୋଣଙ୍କର ପୁତ୍ର ନାଦବ୍, ଅବୀହୂ, ଇଲୀୟାସର ଓ ଈଥାମର। |
11022 | 1CH 24:2 | ମାତ୍ର ନାଦବ୍, ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ। |
11023 | 1CH 24:3 | ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ ଓ ଈଥାମରର ସନ୍ତାନ ଅହୀମେଲକ୍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ। |
11024 | 1CH 24:4 | ପୁଣି, ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶର ପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ। |
11025 | 1CH 24:5 | ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ; କାରଣ, ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ। |