7 | GEN 1:7 | ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା। |
133 | GEN 5:27 | ମଥୂଶେଲହର ବୟସ ସର୍ବସୁଦ୍ଧା ନଅଶହ ଊଣସ୍ତରି ବର୍ଷ ଥିଲା; ତହୁଁ ସେ ମଲା। |
189 | GEN 8:5 | ଏହିରୂପେ ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ ଊଣା ପଡ଼ିଲା; ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା। |
258 | GEN 10:23 | ଏହି ଅରାମର ସନ୍ତାନ ଊଷ୍ ଓ ହୂଲ ଓ ଗେଥର ଓ ମଶ୍। |
262 | GEN 10:27 | ଓ ହଦୋରାମ ଓ ଊଷଲ ଓ ଦିକ୍ଲା |
292 | GEN 11:25 | ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଊଣାଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା। |
295 | GEN 11:28 | ମାତ୍ର ହାରଣ ଆପଣା ପିତା ତେରହର ସାକ୍ଷାତରେ କଲ୍ଦୀୟମାନଙ୍କ ଊର ନାମକ ଆପଣା ଜନ୍ମ ଦେଶରେ ମଲା। |
298 | GEN 11:31 | ଏଥିଉତ୍ତାରେ ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ, ପୁଣି, ଅବ୍ରାମଙ୍କ ଭାର୍ଯ୍ୟା ସାରୀ ନାମ୍ନୀ ପୁତ୍ରବଧୂଙ୍କୁ ସଙ୍ଗରେ ନେଲେ; ଆଉ ସେମାନେ ସମସ୍ତେ କଲ୍ଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରି ବସତି କଲେ। |
368 | GEN 15:7 | ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ କହିଲେ, “ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲ୍ଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ।” |
453 | GEN 18:28 | ହୋଇପାରେ, ପଚାଶ ଜଣ ଧାର୍ମିକ ମଧ୍ୟରୁ ପାଞ୍ଚ ଜଣ ଊଣା ଥିବେ; ସେହି ପାଞ୍ଚ ଜଣ ଊଣା ହେବା ସକାଶୁ କି ଆପଣ ସମସ୍ତ ନଗର ବିନଷ୍ଟ କରିବେ ?” ସଦାପ୍ରଭୁ କହିଲେ, “ଆମ୍ଭେ ପଞ୍ଚଚାଳିଶ ଜଣ ପାଇଲେ, ତାହା ବିନଷ୍ଟ କରିବା ନାହିଁ।” |
569 | GEN 22:21 | ତାହାର ଜ୍ୟେଷ୍ଠ ପୁତ୍ର ଊଷ୍ ଓ ତାହାର ଭ୍ରାତା ବୂଷ୍ ଓ ଅରାମର ପିତା କମୂୟେଲ, |
954 | GEN 32:26 | ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା। |
960 | GEN 32:32 | ଏଥିଉତ୍ତାରେ ଯାକୁବ ପନୂୟେଲ ପାର ହୁଅନ୍ତେ, ସୂର୍ଯ୍ୟୋଦୟ ହେଲା; ମାତ୍ର ସେ ଊରୁସନ୍ଧି ସକାଶୁ ଛୋଟାଇ ଚାଲିଲା। |
961 | GEN 32:33 | ଏହେତୁ ଇସ୍ରାଏଲର ସନ୍ତାନମାନେ ଆଜି ପର୍ଯ୍ୟନ୍ତ (କୌଣସି) ଊରୁଦେଶର ଉପରିସ୍ଥ ସନ୍ଧିଶିରା ଭୋଜନ କରନ୍ତି ନାହିଁ, କାରଣ ସେ ଯାକୁବର ଊରୁଦେଶର ସନ୍ଧିଶିରା ସ୍ପର୍ଶ କରିଥିଲେ। |
1069 | GEN 36:28 | ପୁଣି, ଦୀଶନ୍ର ପୁତ୍ର ଊଷ୍ ଓ ଅରାନ୍। |
1641 | EXO 5:8 | ପୁଣି, ପୂର୍ବରେ ସେମାନଙ୍କ ଉପରେ ଯେତେ ଇଟା ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ; ତହିଁରୁ କିଛିମାତ୍ର ଊଣା କର ନାହିଁ; ଯେହେତୁ ସେମାନେ ଅଳସୁଆ ଅଟନ୍ତି; ଏଣୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଯିବାକୁ ଦିଅ ବୋଲି ଡାକ ପକାଉ ଅଛନ୍ତି; |
1644 | EXO 5:11 | ଯାଅ, ଯେଉଁଠାରେ ପାଳ ପାଇ ପାରିବ ସେହିଠାରୁ ଆପଣା ଆପଣା ନିମନ୍ତେ ତାହା ସଂଗ୍ରହ କର; ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଊଣା ହେବ ନାହିଁ।” |
1652 | EXO 5:19 | ତହିଁରେ ତୁମ୍ଭମାନଙ୍କ ଦୈନିକ ନିରୂପିତ ଇଟାରୁ କିଛି ଊଣା ହେବ ନାହିଁ; ଏହି କଥାରେ ଇସ୍ରାଏଲବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଦେଖିଲେ ଯେ, ସେମାନଙ୍କ ଦଶା ଅମଙ୍ଗଳସୂଚକ।” |
2398 | EXO 30:15 | ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତକରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେବା ସମୟରେ ଧନବାନ୍ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି, ଦରିଦ୍ର ତହିଁରୁ ଊଣା ଦେବ ନାହିଁ। |
2423 | EXO 31:2 | “ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଆହ୍ୱାନ କରିଅଛୁ |
2467 | EXO 32:28 | ତହିଁରେ ଲେବୀର ସନ୍ତାନମାନେ ମୋଶାଙ୍କର ବାକ୍ୟାନୁସାରେ ତଦ୍ରୂପ କରନ୍ତେ, ସେହି ଦିନ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ହଜାର ଲୋକ ମଲେ। |
2562 | EXO 35:30 | ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, “ଦେଖ, ସଦାପ୍ରଭୁ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଅଛନ୍ତି।” |
2656 | EXO 38:22 | ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯିହୁଦା ବଂଶଜାତ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ସେସବୁ ନିର୍ମାଣ କରିଥିଲେ। |
2658 | EXO 38:24 | ପବିତ୍ର ସ୍ଥାନ ନିର୍ମାଣର ସମସ୍ତ କାର୍ଯ୍ୟରେ ଏହିସବୁ ସୁବର୍ଣ୍ଣ ଲାଗିଲା, ଅର୍ଥାତ୍, ନୈବେଦ୍ୟର; ସମସ୍ତ ସ୍ୱର୍ଣ୍ଣ ପବିତ୍ର ସ୍ଥାନର ଶେକଲାନୁସାରେ ଊନତ୍ରିଂଶ ତାଳନ୍ତ ସାତଶହ ତିରିଶ ଶେକଲ ଥିଲା। |
2926 | LEV 8:8 | ଆଉ, ସେ ତାହା ଉପରେ ବୁକୁପଟା ଦେଲେ ଆଉ, ବୁକୁପଟାରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ। |
3486 | LEV 25:16 | ତୁମ୍ଭେ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତାନୁସାରେ ମୂଲ୍ୟ ଊଣା କରିବ; କାରଣ ସେ ତୁମ୍ଭକୁ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ଭୂମି ବିକ୍ରୟ କରିବ। |
3589 | LEV 27:18 | ମାତ୍ର, ଯଦି ସେ ଯୁବ୍ଲୀ ଉତ୍ତାରେ ଆପଣା କ୍ଷେତ୍ର ଶୁଚି କରେ, ତେବେ ଯାଜକ ଯୁବ୍ଲୀ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟାନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ, ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଊଣା କରାଯିବ। |
3628 | NUM 1:23 | ଶିମୀୟୋନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଊଣଷଠି ହଜାର ତିନି ଶହ ହେଲା। |
3672 | NUM 2:13 | ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ। |
3814 | NUM 5:21 | ତେବେ ସଦାପ୍ରଭୁ ତୁମ୍ଭର ଊରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭଙ୍କୁ ଶପଥ ଓ ରାଣର ଫଳ ଭୋଗ କରାଉନ୍ତୁ; |
3815 | NUM 5:22 | ତହିଁରେ ଏହି ଅଭିଶାପଜନକ ଜଳ ତୁମ୍ଭ ଉଦର ଫୁଲାଇବାକୁ ଓ ଊରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ; ଏହି ସକଳ କଥା କହି ଯାଜକ ରାଣଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକି ଶପଥ କରାଇବ; ତହିଁରେ ସେହି ସ୍ତ୍ରୀ ଆମେନ୍ କହିବ। |
3820 | NUM 5:27 | ପୁଣି, ସେ ସେହି ସ୍ତ୍ରୀକୁ ଜଳ ପାନ କରାଇଲେ ଏପରି ହେବ, ଯଦି ସେହି ସ୍ତ୍ରୀ ଆପଣା ସ୍ୱାମୀ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ଅଭିଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଊରୁ ଅବଶ ହେବ; ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଅଭିଶାପ ସ୍ୱରୂପ ହେବ। |
4057 | NUM 11:32 | ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ; କେହି ଦଶ ହୋମରରୁ ଊଣା ସଂଗ୍ରହ କଲା ନାହିଁ; ଆଉ ସେମାନେ ଆପଣାମାନଙ୍କ ନିମନ୍ତେ ଛାଉଣିର ଚାରିଆଡ଼େ ତାହା ବିଛାଇ ରଖିଲେ। |
4394 | NUM 22:18 | ଏଥିରେ ବିଲୀୟମ୍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, “ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ପାରେ ନାହିଁ। |
4577 | NUM 27:21 | ପୁଣି, ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍, ସେ ଓ ତାହା ସହିତ ଇସ୍ରାଏଲ ସନ୍ତାନଗଣର ସମୁଦାୟ ମଣ୍ଡଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।” |
4715 | NUM 31:49 | ପୁଣି, ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭର ଏହି ଦାସମାନେ ଆପଣାମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଊଣା ହୋଇ ନାହିଁ। |
5008 | DEU 4:2 | ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ, ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେହିସବୁ ଆଜ୍ଞା ପାଳନ କର। |
5274 | DEU 13:1 | ମୁଁ ଯାହା ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ; ତୁମ୍ଭେ ତହିଁରେ ଯୋଗ କରିବ ନାହିଁ କି ତହିଁରୁ ଊଣା କରିବ ନାହିଁ। |
5562 | DEU 25:13 | ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ। |
5563 | DEU 25:14 | ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ। |
5982 | JOS 7:4 | ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ସହସ୍ର ସେଠାକୁ ଗଲେ, ମାତ୍ର ସେମାନେ ଅୟ ନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ। |
5983 | JOS 7:5 | ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା। |
6236 | JOS 15:32 | ଓ ଲବାୟୋତ୍ ଓ ଶିଲହୀମ୍ ଓ ଐନ୍ ଓ ରିମ୍ମୋନ୍; ଗ୍ରାମ ସମେତ ସର୍ବସୁଦ୍ଧା ଊଣତିରିଶ ନଗର। |
6361 | JOS 19:38 | ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର। |
6599 | JDG 3:29 | ସେତେବେଳେ ସେମାନେ ମୋୟାବର ଊଣାଧିକ ଦଶ ହଜାର ଲୋକଙ୍କୁ ବଧ କଲେ, ପ୍ରତ୍ୟେକେ ବୃହତକାୟ ଓ ବିକ୍ରମଶାଳୀ ଲୋକ ଥିଲା; କେହି ପଳାଇ ପାରିଲା ନାହିଁ। |
6731 | JDG 8:10 | ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ। |
6805 | JDG 9:49 | ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ସେହିପରି ଏକ ଏକ ଡାଳ କାଟି ଅବୀମେଲକ୍ର ପଛେ ପଛେ ଯାଇ ସେହି ଉଚ୍ଚ ଗୃହ ପାଖରେ ରଖିଲେ ଓ ସେହି ଉଚ୍ଚ ଗୃହରେ ସେମାନଙ୍କ ଉପରେ ଅଗ୍ନି ଲଗାଇଲେ; ତେଣୁ ଶିଖିମ ଗଡ଼ର ସମସ୍ତ ଲୋକ ମଧ୍ୟ ମଲେ, ସେମାନେ ସ୍ତ୍ରୀପୁରୁଷ ଊଣାଧିକ ଏକ ହଜାର ଲୋକ ଥିଲେ। |
6978 | JDG 16:27 | ସେସମୟରେ ଗୃହ ପୁରୁଷ ଓ ସ୍ତ୍ରୀରେ ପରିପୂର୍ଣ୍ଣ ଥିଲା; ପଲେଷ୍ଟୀୟ ସମସ୍ତ ଅଧିପତି ସେଠାରେ ଥିଲେ; ଆଉ ଛାତ ଉପରେ ଊଣାଧିକ ତିନି ହଜାର ପୁରୁଷ ଓ ସ୍ତ୍ରୀ ଥାଇ ଶାମ୍ଶୋନ୍ର କୌତୁକ ଦେଖୁଥିଲେ। |
7087 | JDG 20:31 | ତହୁଁ ବିନ୍ୟାମୀନ୍-ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ; ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଧ କରିବାକୁ ଲାଗିଲେ; ଆଉ ବେଥେଲ୍ ଆଡ଼େ ଓ କ୍ଷେତ୍ର ଦେଇ ଗିବୀୟା ଆଡ଼େ ଯିବା ଦୁଇ ସଡ଼କରେ ସେମାନେ ଊଣାଧିକ ଇସ୍ରାଏଲୀୟ ତିରିଶ ଲୋକଙ୍କୁ ବଧ କଲେ। |
7095 | JDG 20:39 | ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧ ବେଳେ ମୁଖ ଫେରାଇଲେ, ତହୁଁ ବିନ୍ୟାମୀନ୍ ଇସ୍ରାଏଲର ଲୋକମାନଙ୍କୁ ଆଘାତ କରି ଊଣାଧିକ ତିରିଶ ଜଣଙ୍କୁ ବଧ କଲେ; କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି, ଏବେ ମଧ୍ୟ ସେପରି, ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। |
7107 | JDG 21:3 | ଆଉ ସେମାନେ କହିଲେ, ହେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଊଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା ? |
7301 | 1SA 4:2 | ତହୁଁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ; ପୁଣି, ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଊଣାଧିକ ଚାରି ସହସ୍ର ଲୋକ ବଧ କଲେ। |
7415 | 1SA 9:22 | ଏଥିରେ ଶାମୁୟେଲ ଶାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ ଓ ଊଣାଧିକ ତିରିଶ ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ। |
7502 | 1SA 13:15 | ଏଥିଉତ୍ତାରେ ଶାମୁୟେଲ ଉଠି ଗିଲ୍ଗଲ୍ରୁ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାକୁ ଗଲେ। ସେତେବେଳେ ଶାଉଲ ଗଣନା କରି ଊଣାଧିକ ଛଅ ଶତ ଲୋକ ଆପଣା ନିକଟରେ ଥିବାର ଦେଖିଲେ। |
7512 | 1SA 14:2 | ସେସମୟରେ ଶାଉଲ ଗିବୀୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବ ବୃକ୍ଷ ମୂଳରେ ଥିଲେ; ପୁଣି, ଊଣାଧିକ ଛଅ ଶହ ଲୋକ ତାଙ୍କ ସଙ୍ଗରେ ଥିଲେ; |
7524 | 1SA 14:14 | ଯୋନାଥନ ଓ ତାହାର ଅସ୍ତ୍ରବାହକର କୃତ ଏହି ପ୍ରଥମ ହତ୍ୟାରେ ପ୍ରାୟ ଅର୍ଦ୍ଧ ଏକର ଭୂମିରେ ଊଣାଧିକ କୋଡ଼ିଏ ଜଣ ହତ ହେଲେ। |
7780 | 1SA 21:6 | ତହୁଁ ଦାଉଦ ଯାଜକକୁ ଉତ୍ତର ଦେଇ କହିଲେ, ପ୍ରକୃତରେ ଊଣାଧିକ ଏହି ତିନି ଦିନ ହେଲା, ସ୍ତ୍ରୀମାନେ ଆମ୍ଭମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ, ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା; ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନ ଥିବ ? |
7792 | 1SA 22:2 | ଆଉ ପ୍ରତ୍ୟେକ କ୍ଳିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ; ତହିଁରେ ସେ ସେମାନଙ୍କର ସେନାପତି ହେଲେ; ଏହିରୂପେ ଊଣାଧିକ ଚାରି ଶହ ଲୋକ ତାଙ୍କର ସଙ୍ଗୀ ହେଲେ। |
7826 | 1SA 23:13 | ତହୁଁ ଦାଉଦ ଓ ତାଙ୍କର ଊଣାଧିକ ଛଅ ଶହ ଲୋକ ଉଠି କିୟୀଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇ ପାରିଲେ, ସେଠାକୁ ଗଲେ। ଏଥିରେ ଦାଉଦ କିୟୀଲାରୁ ପଳାଇ ଯାଇଅଛି ବୋଲି ଶାଉଲଙ୍କୁ କୁହାଗଲା; ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ। |
7877 | 1SA 25:13 | ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧ। ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ୍ଗ ବାନ୍ଧିଲେ; ତହୁଁ ଦାଉଦଙ୍କର ପଛରେ ଊଣାଧିକ ଚାରି ଶହ ଲୋକ ଗମନ କଲେ; ପୁଣି, ଦୁଇ ଶହ ଲୋକ ସାମଗ୍ରୀ ପାଖରେ ରହିଲେ। |
7902 | 1SA 25:38 | ଏଥିଉତ୍ତାରେ ଊଣାଧିକ ଦଶ ଦିନ ଉତ୍ତାରେ ସଦାପ୍ରଭୁ ନାବଲକୁ ଆଘାତ କରନ୍ତେ, ସେ ମଲା। |
7951 | 1SA 28:6 | ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍ ଦ୍ୱାରା, ନା ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା। |
8000 | 1SA 30:19 | ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ। |
8082 | 2SA 2:30 | ଆଉ ଯୋୟାବ ଅବ୍ନରର ପଶ୍ଚାଦ୍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣାଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ। |
8265 | 2SA 11:3 | ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, “ସେ କ’ଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍ଶେବା ନୁହେଁ ?” |
8268 | 2SA 11:6 | ତହୁଁ ଦାଉଦ ଯୋୟାବ ନିକଟକୁ ଲୋକ ପଠାଇ କହିଲେ, “ହିତ୍ତୀୟ ଊରୀୟକୁ ମୋ’ ନିକଟକୁ ପଠାଇଦିଅ।” ତହିଁରେ ଯୋୟାବ ଊରୀୟକୁ ଦାଉଦଙ୍କ ନିକଟକୁ ପଠାଇଦେଲା। |
8269 | 2SA 11:7 | ତେଣୁ ଊରୀୟ ଉପସ୍ଥିତ ହୁଅନ୍ତେ, ଦାଉଦ ତାହାକୁ ଯୋୟାବର କୁଶଳ ବାର୍ତ୍ତା ଓ ଲୋକମାନଙ୍କର କୁଶଳ ବାର୍ତ୍ତା ଓ ଯୁଦ୍ଧର କୁଶଳ ବାର୍ତ୍ତା ପଚାରିଲେ। |
8270 | 2SA 11:8 | ପୁଣି ଦାଉଦ ଊରୀୟକୁ କହିଲେ, “ଆପଣା ଗୃହକୁ ଯାଇ ପାଦ ପ୍ରକ୍ଷାଳନ କର।” ତହିଁରେ ଊରୀୟ ରାଜଗୃହରୁ ବାହାରିଗଲା, ପୁଣି ତା’ ପଛେ ପଛେ ରାଜାଙ୍କ ନିକଟରୁ ଉପହାର ଗଲା। |
8271 | 2SA 11:9 | ମାତ୍ର ଊରୀୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ୱାରରେ ଶୟନ କଲା, ଆଉ ଆପଣା ଗୃହକୁ ଗଲା ନାହିଁ। |
8272 | 2SA 11:10 | ଏଥିରେ ଊରୀୟ ଆପଣା ଗୃହକୁ ଯାଇ ନାହିଁ, ଏହା ଲୋକମାନେ ଦାଉଦଙ୍କୁ ଜଣାନ୍ତେ, ଦାଉଦ ଊରୀୟକୁ କହିଲେ, “ତୁମ୍ଭେ କ’ଣ ଯାତ୍ରାରୁ ଆସି ନାହଁ ? ଆପଣା ଗୃହକୁ କାହିଁକି ଗଲ ନାହିଁ ?” |
8273 | 2SA 11:11 | ତେବେ ଊରୀୟ ଦାଉଦଙ୍କୁ କହିଲା, “ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋ’ ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କ’ଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି ? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏକଥା କରିବି ନାହିଁ।” |
8274 | 2SA 11:12 | ଏଥିରେ ଦାଉଦ ଊରୀୟକୁ କହିଲେ, “ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି।” ତହୁଁ ଊରୀୟ ସେ ଦିନ ଓ ପର ଦିନ ଯିରୂଶାଲମରେ ରହିଲା। |
8276 | 2SA 11:14 | ଏଣୁ ଦାଉଦ ସକାଳେ ଯୋୟାବ ନିକଟକୁ ପତ୍ର ଲେଖି ଊରୀୟ ହାତରେ ତାହା ପଠାଇଲେ। |
8277 | 2SA 11:15 | ପତ୍ରରେ ସେ ଏହା ଲେଖିଥିଲେ, ଯଥା, “ଯେପରି ଊରୀୟ ଆହତ ହୋଇ ମରିବ, ଏଥିପାଇଁ ତୁମ୍ଭେମାନେ ଘୋର ଯୁଦ୍ଧ ସମ୍ମୁଖରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ।” |
8278 | 2SA 11:16 | ପୁଣି ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି, ଏହା ଜାଣି ସେ ଊରୀୟକୁ ସେଠାରେ ନିଯୁକ୍ତ କଲା। |
8279 | 2SA 11:17 | ଏଉତ୍ତାରେ ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ, ତହିଁରେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ମଲେ ଓ ହିତ୍ତୀୟ ଊରୀୟ ମଧ୍ୟ ମଲା। |
8283 | 2SA 11:21 | ଯିରୁବ୍ବେଶତର ପୁତ୍ର ଅବୀମେଲକ୍କୁ କିଏ ମାରିଲା ? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କ’ଣ ତେବେସରେ ମଲା ନାହିଁ ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ ?’ ତେବେ ତୁମ୍ଭେ କହିବ, ‘ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି।’” |
8286 | 2SA 11:24 | ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜଙ୍କର କେତେକ ଦାସ ମଲେ ଓ ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମଲା।” |
8288 | 2SA 11:26 | ଏଉତ୍ତାରେ ଊରୀୟର ଭାର୍ଯ୍ୟା ଆପଣା ସ୍ୱାମୀ ଊରୀୟର ମୃତ୍ୟୁୁ ସମ୍ବାଦ ପାଇ ଆପଣା ସ୍ୱାମୀ ନିମନ୍ତେ ବିଳାପ କଲା। |
8298 | 2SA 12:9 | ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ ? ତୁମ୍ଭେ ଖଡ୍ଗ ଦ୍ୱାରା ହିତ୍ତୀୟ ଊରୀୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମ୍ମୋନ ସନ୍ତାନଗଣର ଖଡ୍ଗ ଦ୍ୱାରା ଊରୀୟକୁ ବଧ କରିଅଛ। |
8299 | 2SA 12:10 | ଏହେତୁ ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ।’ |
8304 | 2SA 12:15 | ଏଥିଉତ୍ତାରେ ନାଥନ ଆପଣା ଗୃହକୁ ଚାଲିଗଲେ। ଏଥିଉତ୍ତାରେ ସଦାପ୍ରଭୁ ଊରୀୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ, ସେ ଅତ୍ୟନ୍ତ ପୀଡ଼ିତ ହେଲା। |
8695 | 2SA 23:39 | ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ। |
8866 | 1KI 4:19 | ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା। |
8874 | 1KI 5:7 | ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ। |
9257 | 1KI 15:5 | କାରଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ଦାଉଦ କରିଥିଲେ ଓ କେବଳ ହିତ୍ତୀୟ ଊରୀୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ଆପଣାର ଯାବଜ୍ଜୀବନ ତାହାଙ୍କର ଦତ୍ତ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ। |
9489 | 1KI 22:6 | ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍ବକ୍ତାମାନଙ୍କର ଊଣାଧିକ ଚାରିଶହ ଲୋକ ଏକତ୍ର କରି ସେମାନଙ୍କୁ ପଚାରିଲେ, “ମୁଁ ରାମୋତ୍-ଗିଲୀୟଦ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବି କି କ୍ଷାନ୍ତ ହେବି ?” ତହୁଁ ସେମାନେ କହିଲେ, “ଯାଉନ୍ତୁ; କାରଣ ପ୍ରଭୁ ମହାରାଜାଙ୍କ ହସ୍ତରେ ତାହା ସମର୍ପଣ କରିବେ।” |
9829 | 2KI 10:32 | ସେସମୟରେ ସଦାପ୍ରଭୁ ଇସ୍ରାଏଲକୁ ଊଣା କରିବାକୁ ଲାଗିଲେ; ପୁଣି ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ଆଘାତ କଲା; |
9977 | 2KI 16:10 | ଏଥିଉତ୍ତାରେ ଆହସ୍ ରାଜା ଅଶୂରର ରାଜା ତିଗ୍ଲାତ୍-ପିଲେସର୍କୁ ସାକ୍ଷାତ କରିବା ପାଇଁ ଦମ୍ମେଶକକୁ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ; ତହିଁରେ ଆହସ ରାଜା ସେହି ଯଜ୍ଞବେଦିର ସକଳ ଶିଳ୍ପକର୍ମାନୁସାରେ ତହିଁର ଆକୃତି ଓ ନମୁନା ଊରୀୟ ଯାଜକ ନିକଟକୁ ପଠାଇଲେ। |
9978 | 2KI 16:11 | ତହୁଁ ଊରୀୟ ଯାଜକ ଏକ ଯଜ୍ଞବେଦି ନିର୍ମାଣ କଲା; ଆହସ୍ ରାଜା ଦମ୍ମେଶକରୁ ଯାହା ଯାହା ପଠାଇଥିଲେ, ତଦନୁସାରେ ଆହସ ରାଜା ଦମ୍ମେଶକରୁ ଆସିବା ପୂର୍ବେ ଊରୀୟ ଯାଜକ ସକଳ କର୍ମ କଲା। |
9982 | 2KI 16:15 | ଆହୁରି ଆହସ୍ ରାଜା ଊରୀୟ ଯାଜକକୁ ଆଜ୍ଞା ଦେଇ କହିଲେ, “ପ୍ରଭାତୀୟ ହୋମବଳି ଓ ସାୟଂକାଳୀନ ଭକ୍ଷ୍ୟ ନୈବେଦ୍ୟ ଓ ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ପୁଣି ଦେଶସ୍ଥ ସମଗ୍ର ଲୋକଙ୍କ ହୋମବଳି ଓ ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ଦଗ୍ଧ କର ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ବଳିଦାନର ସବୁ ରକ୍ତ ଛିଞ୍ଚି ଦିଅ; ମାତ୍ର ପ୍ରଶ୍ନକରଣାର୍ଥେ ପିତ୍ତଳ ଯଜ୍ଞବେଦି ମୋ’ ପାଇଁ ରହିବ।” |
9983 | 2KI 16:16 | ଏହିରୂପେ ଊରୀୟ ଯାଜକ ଆହସ୍ ରାଜାଙ୍କର ଆଜ୍ଞା ପ୍ରମାଣେ ସବୁ କର୍ମ କଲା। |
10234 | 2KI 25:8 | ପଞ୍ଚମ ମାସରେ, ମାସର ସପ୍ତମ ଦିନରେ ବାବିଲ ରାଜା ନବୂଖଦ୍ନିତ୍ସରଙ୍କ ରାଜତ୍ଵର ଊଣାଇଶ ବର୍ଷରେ ବାବିଲ ରାଜାର ଦାସ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା। |
10273 | 1CH 1:17 | ଶେମର ସନ୍ତାନଗଣ; ଏଲମ୍, ଅଶୂର, ଅର୍ଫକ୍ଷଦ, ଲୁଦ୍, ଅରାମ, ଊଷ୍, ହୂଲ, ଗେଥର ଓ ମେଶକ୍। |
10277 | 1CH 1:21 | ହଦୋରାମ, ଊଷଲ, ଦିକ୍ଲା, |
10298 | 1CH 1:42 | ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍। ଦୀଶନ୍ର ପୁତ୍ର ଊଷ୍ ଓ ଅରାନ୍। |