72 | GEN 3:16 | ତହୁଁ ସେ ନାରୀଙ୍କୁ କହିଲେ, “ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି, ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।” |
78 | GEN 3:22 | ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି,” ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ, |
139 | GEN 6:1 | ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ; |
177 | GEN 7:17 | ଏଥିଉତ୍ତାରେ ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି, ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକୁ ଛାଡ଼ି ଭାସି ଉଠିଲା। |
178 | GEN 7:18 | ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଭାସିଲା। |
179 | GEN 7:19 | ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା। |
193 | GEN 8:9 | ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ। |
362 | GEN 15:1 | ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ୱାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, “ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ।” |
468 | GEN 19:10 | ମାତ୍ର ସେହି ଦୁଇ ଜଣ ହସ୍ତ ବଢ଼ାଇ ଲୋଟକୁ ଗୃହ ମଧ୍ୟରେ ଆପଣାମାନଙ୍କ ନିକଟକୁ ଟାଣି ନେଇ ଦ୍ୱାର ବନ୍ଦ କଲେ। |
555 | GEN 22:7 | ଆଉ ଇସ୍ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, “ହେ ମୋହର ପିତଃ।” ତହିଁରେ ସେ ଉତ୍ତର କଲେ, “ପୁତ୍ର, ଦେଖ, ମୁଁ ଏଠାରେ।” ସେତେବେଳେ ସେ ପଚାରିଲା, “ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ ?” |
556 | GEN 22:8 | ତହିଁରେ ଅବ୍ରହାମ କହିଲେ, “ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ।” ତହୁଁ ଦୁହେଁ ଏକତ୍ର ଚାଲିଗଲେ। |
603 | GEN 24:11 | ଏଥିଉତ୍ତାରେ ସନ୍ଧ୍ୟା ବେଳେ, ଯେଉଁ ସମୟରେ କନ୍ୟାଗଣ ଜଳ କାଢ଼ିବାକୁ ଆସନ୍ତି, ସେହି ସମୟରେ ସେ ନଗରର ବାହାରେ କୂପ ନିକଟରେ ଓଟମାନଙ୍କୁ ଆଣ୍ଠୋଇ ବସାଇଲା। |
611 | GEN 24:19 | ପୁଣି, ତାହାକୁ ପାନ କରାଇଲା ଉତ୍ତାରେ କହିଲା, “ମଧ୍ୟ ତୁମ୍ଭର ଓଟ ସବୁ ପାଣି ପିଇ ସାରିବା ଯାଏ ମୁଁ ପାଣି କାଢ଼ିବି।” |
612 | GEN 24:20 | ତହିଁରେ ସେ ଶୀଘ୍ର କୁଣ୍ଡରେ କଳସରୁ ପାଣି ଢାଳି ପୁନଶ୍ଚ ପାଣି କାଢ଼ିବା ପାଇଁ କୂପ ନିକଟକୁ ଧାଇଁଯାଇ ସମସ୍ତ ଓଟ ନିମନ୍ତେ ଜଳ କାଢ଼ିଲା। |
619 | GEN 24:27 | “ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହେଉନ୍ତୁ, ଯେହେତୁ ସେ ମୋ’ କର୍ତ୍ତା ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି; ପୁଣି, ସଦାପ୍ରଭୁ ମୋତେ ମୋ’ କର୍ତ୍ତାର ଜ୍ଞାତିମାନଙ୍କ ଗୃହ ପଥରେ କଢ଼ାଇ ଆଣିଅଛନ୍ତି।” |
635 | GEN 24:43 | ତେବେ ଦେଖ, ମୁଁ ଏବେ ଏହି ସଜଳ କୂପ ନିକଟରେ ଛିଡ଼ା ହୋଇଅଛି। ତହିଁରେ ଜଳ କାଢ଼ିବାକୁ ଆଗତା କୌଣସି କନ୍ୟାକୁ ଯଦି ମୁଁ କହେ, ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ; |
636 | GEN 24:44 | ପୁଣି, ସେ କନ୍ୟା ଯଦି କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ପାଣି କାଢ଼ି ଦେବି; ତେବେ ସେ ମୋ’ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ। |
637 | GEN 24:45 | ଏହି କଥା ମୁଁ ମନେ ମନେ କହୁଥଲି, ଏଥି ମଧ୍ୟରେ ରିବିକା ସ୍କନ୍ଧରେ କଳସ ଘେନି ବାହାରକୁ ଆସିଲା। ପୁଣି, ସେ କୂପ ଭିତରକୁ ଯାଇ ଜଳ କାଢ଼ନ୍ତେ ମୁଁ କହିଲି, “ବିନୟ କରୁଅଛି, ମୋତେ ଜଳ ପାନ କରାଅ।” |
640 | GEN 24:48 | ଆଉ ମୁଁ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି, ପୁଣି, ଯେ ମୋ’ କର୍ତ୍ତାଙ୍କ ପୁତ୍ର ନିମନ୍ତେ ତାଙ୍କ ଭ୍ରାତୃକନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ, ମୋ’ କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି। |
653 | GEN 24:61 | ଏଥିଉତ୍ତାରେ ରିବିକା ଓ ତାହାର ଦାସୀମାନେ ଉଠି ଓଟ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ପଛେ ଯାତ୍ରା କଲେ। ଏହିରୂପେ ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲା। |
686 | GEN 25:27 | ଏଥିଉତ୍ତାରେ ବାଳକମାନେ ବଢ଼ିଲା ଉତ୍ତାରେ ଏଷୌ ମୃଗୟାନିପୁଣ ଓ ବନବିହାରୀ ହେଲା; ପୁଣି, ଯାକୁବ ମୃଦୁମନୁଷ୍ୟ ଓ ତମ୍ବୁବାସୀ ହେଲା। |
792 | GEN 28:18 | ଏଥିଉତ୍ତାରେ ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା। |
799 | GEN 29:3 | ସେହି କୂପ ନିକଟରେ ସବୁ ପଲ ଏକତ୍ର ହୁଅନ୍ତି; ଆଉ, ଲୋକମାନେ ତା’ ମୁଖରୁ ପଥର ଘୁଞ୍ଚାଇ ମେଷଗଣକୁ ଜଳ ପାନ କରାନ୍ତି, ପୁନର୍ବାର କୂପ ମୁଖରେ ଯଥାସ୍ଥାନରେ ପଥରଟା ଢାଙ୍କି ଦିଅନ୍ତି। |
868 | GEN 30:37 | ଆଉ ଯାକୁବ ଲିବ୍ନୀ ଓ ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବଳ୍କଳ କାଢ଼ି କାଷ୍ଠର ଶୁକ୍ଳରେଖା ବାହାର କଲା। |
912 | GEN 31:38 | ଏହି କୋଡ଼ିଏ ବର୍ଷ ହେଲା ତୁମ୍ଭ ସଙ୍ଗରେ ରହିଲି। ତୁମ୍ଭର ମେଷୀ ଓ ଛାଗୀମାନଙ୍କର ଗର୍ଭପାତ ହୋଇନାହିଁ, କିଅବା ମୁଁ ତୁମ୍ଭ ପଲର ମେଣ୍ଢାମାନଙ୍କୁ ଖାଇ ନାହିଁ। |
988 | GEN 34:7 | ଆଉ ଯାକୁବର ପୁତ୍ରମାନେ ସେହି ସମ୍ବାଦ ପାଇ କ୍ଷେତ୍ରରୁ ଆସିଥିଲେ; ପୁଣି, ଶିଖିମ ଯାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୁଦ୍ଧରେ ଯେଉଁ ଅକର୍ତ୍ତବ୍ୟ ମୂଢ଼ କର୍ମ କରିଥିଲା, ତହିଁ ସକାଶେ ସେମାନେ ମନସ୍ତାପିତ ଓ ଅତି କ୍ରୋଧାନ୍ୱିତ ଥିଲେ। |
1026 | GEN 35:14 | ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ। |
1107 | GEN 37:23 | ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କ ନିକଟକୁ ଆସନ୍ତେ, ସେମାନେ ତାହାର ଅଙ୍ଗରଖା, ସେହି ନାନା ବର୍ଣ୍ଣର ଅଙ୍ଗରଖା, ତାହା ଦେହରୁ କାଢ଼ିନେଇ; |
1218 | GEN 41:22 | ଏଥିଉତ୍ତାରେ ଆମ୍ଭେ ସ୍ୱପ୍ନରେ ଦେଖିଲୁ ଯେ, ଦେଖ, ଗୋଟିଏ ଶଣ୍ଢାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶିଷା ବାହାରିଲା। |
1238 | GEN 41:42 | ଏଥିଉତ୍ତାରେ ଫାରୋ ଆପଣା ହସ୍ତରୁ ନିଜ ସନ୍ତକ-ଅଙ୍ଗୁରୀୟ କାଢ଼ି ଯୋଷେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ। |
1294 | GEN 43:3 | ତହିଁରେ ଯିହୁଦା ତାଙ୍କୁ କହିଲା, “ସେ ବ୍ୟକ୍ତି ଦୃଢ଼ ପ୍ରତିଜ୍ଞା କରି କହିଅଛି, ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ। |
1466 | GEN 48:14 | ତହିଁରେ ଇସ୍ରାଏଲ ଆପଣା ଡାହାଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମସ୍ତକ ଉପରେ ରଖିଲେ, ପୁଣି, ମନଃଶିର ମସ୍ତକ ଉପରେ ବାମ ହସ୍ତ ରଖିଲେ, ସେ ବିବେଚନା ପୂର୍ବକ ଆପଣା ହସ୍ତ ଏରୂପ ଚଳାଇଲେ; କାରଣ ମନଃଶି ପ୍ରଥମଜାତ ଥିଲା। |
1491 | GEN 49:17 | ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍ ପଡ଼ିଯାଏ। |
1498 | GEN 49:24 | ମାତ୍ର ତାହାର ଧନ ଦୃଢ଼ ହୋଇ ରହିଲା, ପୁଣି, ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ), |
1565 | EXO 2:10 | ଏଥିଉତ୍ତାରେ ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୋଶା ଦେଲା; କାରଣ ସେ କହିଲା, “ମୁଁ ଜଳରୁ ଏହାକୁ ଆକର୍ଷଣ କଲି।” |
1571 | EXO 2:16 | ମିଦୀୟନୀୟ ଯାଜକଙ୍କର ସାତୋଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳପାନ କରାଇବା ପାଇଁ ଜଳ କାଢ଼ି କୁଣ୍ଡ ପରିପୂର୍ଣ୍ଣ କଲେ। |
1574 | EXO 2:19 | ତହିଁରେ ସେମାନେ କହିଲେ, “ଜଣେ ମିସ୍ରୀୟ ଲୋକ ମେଷପାଳକମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା, ପୁଣି, ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପଲକୁ ଜଳପାନ କରାଇଲା।” |
1585 | EXO 3:5 | ତହୁଁ ସେ କହିଲେ, “ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି।” |
1607 | EXO 4:5 | ଏଥିପାଇଁ ତୁମ୍ଭେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର,” ତହିଁରେ ସେ ହସ୍ତ ବଢ଼ାଇ ତାକୁ ଧରନ୍ତେ, ତାଙ୍କ ହସ୍ତରେ ସେ ଯଷ୍ଟି ହେଲା। |
1611 | EXO 4:9 | ଏହି ଦୁଇ ଚିହ୍ନରେ ଯଦି ସେମାନେ ବିଶ୍ୱାସ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମ୍ଭେ ନୀଳ ନଦୀରୁ ଜଳ କିଛି ନେଇ ଶୁଷ୍କ ଭୂମିରେ ଢାଳ; ତହିଁରେ ତୁମ୍ଭେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ।” |
1622 | EXO 4:20 | ତହୁଁ ମୋଶା ଆପଣା ଭାର୍ଯ୍ୟା ଓ ପୁତ୍ରଗଣକୁ ଗଧ ଉପରେ ଚଢ଼ାଇ ମିସର ଦେଶକୁ ଫେରିଗଲେ; ପୁଣି, ସେ ଆପଣା ହସ୍ତରେ ପରମେଶ୍ୱରଙ୍କର ସେହି ଯଷ୍ଟି ନେଲେ। |
1800 | EXO 10:22 | ଏଥିଉତ୍ତାରେ ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ, ତିନି ଦିନ ପର୍ଯ୍ୟନ୍ତ ମିସର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ, କେହି ପରସ୍ପରଙ୍କୁ ଦେଖି ପାରିଲା ନାହିଁ। |
1887 | EXO 13:19 | ପୁଣି, ମୋଶା ଯୋଷେଫଙ୍କର ଅସ୍ଥି ଆପଣା ସଙ୍ଗେ ନେଲେ; କାରଣ ସେ ଇସ୍ରାଏଲ ସନ୍ତାନଗଣକୁ ଦୃଢ଼ ଶପଥ କରାଇ କହିଥିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ; ସେ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ସହିତ ଆମ୍ଭର ଅସ୍ଥି ଏହି ସ୍ଥାନରୁ ନେଇଯିବ।” |
1889 | EXO 13:21 | ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରିପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ଯାତ୍ରା କଲେ; |
1899 | EXO 14:9 | ତହୁଁ ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲ-ସଫୋନ ଅଗ୍ରତେ ପୀହହୀରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। |
1907 | EXO 14:17 | ପୁଣି, ଆମ୍ଭେ, ଦେଖ, ଆମ୍ଭେ ମିସ୍ରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ, ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ, ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେବା। |
1908 | EXO 14:18 | ଆଉ ଫାରୋ, ତାହାର ରଥ ଓ ତାହାର ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ।” |
1913 | EXO 14:23 | ଏଥିଉତ୍ତାରେ ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। |
1916 | EXO 14:26 | ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସ୍ରୀୟମାନଙ୍କ, ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।” |
1918 | EXO 14:28 | ପୁଣି, ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁ ସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅବଶିଷ୍ଟ ରହିଲା ନାହିଁ। |
1934 | EXO 15:13 | ତୁମ୍ଭେ ଆପଣା ଦୟାରେ ନିଜ ମୁକ୍ତ ଲୋକମାନଙ୍କୁ ଗମନ କରାଉଅଛ, ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ପଥ କଢ଼ାଇ ତୁମ୍ଭ ପବିତ୍ର ନିବାସ ସ୍ଥାନକୁ ନେଇ ଯାଉଅଛ। |
1940 | EXO 15:19 | କାରଣ ଫାରୋଙ୍କର ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ଲୋକମାନେ ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତେ, ସଦାପ୍ରଭୁ ସେମାନଙ୍କ ଉପରେ ପୁନର୍ବାର ସମୁଦ୍ର ଜଳ ଆଣିଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ। |
1942 | EXO 15:21 | ସେତେବେଳେ ମରୀୟମ ଲୋକମାନଙ୍କୁ ଉତ୍ତର କଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର; କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।” |
2048 | EXO 19:21 | ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନୋହିଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁ ସୀମା ଲଙ୍ଘନ କଲେ, ସେମାନଙ୍କ ମଧ୍ୟରୁ ଅନେକେ ବିନଷ୍ଟ ହେବେ। |
2050 | EXO 19:23 | ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଲୋକମାନେ ସୀନୟ ପର୍ବତରେ ଆରୋହଣ କରି ପାରନ୍ତି ନାହିଁ; କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଅଛ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।” |
2083 | EXO 21:5 | ମାତ୍ର ମୁଁ ଆପଣା ପ୍ରଭୁଙ୍କୁ, ପୁଣି, ଆପଣା ଭାର୍ଯ୍ୟା ଓ ସନ୍ତାନଗଣଙ୍କୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯଦି ସେହି ଦାସ ଦୃଢ଼ ରୂପେ କହିବ |
2120 | EXO 22:5 | ଆଉ ଅଗ୍ନି ଜ୍ୱଳି କଣ୍ଟକ ବନରେ ଲାଗିଲେ ଯଦି କାହାର କଳେଇ ଗଦା ଅବା ବଢ଼ନ୍ତା ଶସ୍ୟ କି କ୍ଷେତ ପୋଡ଼ିଯାଏ, ତେବେ ସେହି ଅଗ୍ନି ଲଗାଇବା ଲୋକ ଅବଶ୍ୟ ତହିଁର ମୂଲ୍ୟ ଦେବ। |
2193 | EXO 24:15 | ଏଉତ୍ତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି, ମେଘ ପର୍ବତକୁ ଆଚ୍ଛାଦନ କଲା। |
2206 | EXO 25:10 | ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ। |
2208 | EXO 25:12 | ପୁଣି, ତହିଁ ନିମନ୍ତେ ସ୍ୱର୍ଣ୍ଣର ଚାରି କଡ଼ା ଛାଞ୍ଚରେ ଢାଳି ତହିଁର ଚାରି କୋଣରେ ଦେବ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ରହିବ। |
2213 | EXO 25:17 | ଏଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ। |
2219 | EXO 25:23 | ତହିଁ ଉତ୍ତାରୁ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି |
2225 | EXO 25:29 | ପୁଣି, ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ, ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ। |
2252 | EXO 26:16 | ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ହେବ। |
2273 | EXO 26:37 | ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚଗୋଟି ଶିଟୀମ୍ କାଷ୍ଠର ସ୍ତମ୍ଭ ନିର୍ମାଣ କରି ସ୍ୱର୍ଣ୍ଣ ମଡ଼ାଇବ, ପୁଣି, ସ୍ୱର୍ଣ୍ଣରେ ତହିଁର ଆଙ୍କୁଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ। |
2276 | EXO 27:3 | ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ, ତହିଁର କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ; ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ। |
2278 | EXO 27:5 | ଏହି ଝାଞ୍ଜିରୀ ବେଦି-ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରୀ ବେଦିର ମଧ୍ୟ ପର୍ଯ୍ୟନ୍ତ ପାଇବ। |
2344 | EXO 29:7 | ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ। |
2349 | EXO 29:12 | ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ। |
2392 | EXO 30:9 | ତୁମ୍ଭେମାନେ ତହିଁ ଉପରେ ଅନ୍ୟ କୌଣସି ଧୂପ ଅବା ହୋମବଳି କିଅବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ଓ ତହିଁ ଉପରେ ପେୟ ନୈବେଦ୍ୟ ଢାଳିବ ନାହିଁ। |
2406 | EXO 30:23 | “ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି, ଅଢ଼ାଇଶତ ଶେକଲ ସୁଗନ୍ଧି, |
2415 | EXO 30:32 | ମନୁଷ୍ୟର ଶରୀରରେ ତାହା ଢ଼ଳାଯିବ ନାହିଁ; ଅଥବା ତୁମ୍ଭେମାନେ ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆଉ କୌଣସି ତୈଳ କରିବ ନାହିଁ; ତାହା ପବିତ୍ର ଅଟେ, ଆଉ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। |
2441 | EXO 32:2 | ତହୁଁ ହାରୋଣ ସେମାନଙ୍କୁ କହିଲେ, “ତେବେ ତୁମ୍ଭେମାନେ ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ରକନ୍ୟାଗଣର କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳ କାଢ଼ି ମୋ’ ପାଖକୁ ଆଣ।” |
2442 | EXO 32:3 | ତହିଁରେ ସମସ୍ତ ଲୋକ ଆପଣା ଆପଣା କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳସବୁ କାଢ଼ି ହାରୋଣଙ୍କ ନିକଟକୁ ଆଣିଲେ। |
2443 | EXO 32:4 | ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଏକ ଢଳା ବାଛୁରି ନିର୍ମାଣ କଲେ; ତହୁଁ ଲୋକମାନେ କହିଲେ, “ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।” |
2447 | EXO 32:8 | ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ; ସେମାନେ ଆପଣାମାନଙ୍କ ନିମନ୍ତେ ଏକ ଛାଞ୍ଚରେ ଢଳା ବାଛୁରି ନିର୍ମାଣ କରି ତାକୁ ପୂଜା କଲେ, ପୁଣି, ତାହା ନିକଟରେ ବଳିଦାନ କରି କହିଲେ, “ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।” |
2463 | EXO 32:24 | ତେବେ ମୁଁ କହିଲି, “ତୁମ୍ଭମାନଙ୍କ ମଧ୍ୟରେ ଯାହାର ଯେ କୌଣସି ସୁନା ଅଛି, ତାହା ସେମାନେ କାଢ଼ି ଦିଅନ୍ତୁ; ତହିଁରେ ସେମାନେ ମୋତେ ତାହା ଦେଲେ; ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହୁଁ ଏହି ବାଛୁରି ବାହାରି ଆସିଲା।” |
2497 | EXO 33:23 | ଏଥିଉତ୍ତାରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।” |
2514 | EXO 34:17 | ତୁମ୍ଭେ ଆପଣା ନିମନ୍ତେ ଛାଞ୍ଚରେ ଢଳା କୌଣସି ଦେବତା କର ନାହିଁ। |
2531 | EXO 34:34 | ମାତ୍ର ମୋଶା ସଦାପ୍ରଭୁଙ୍କ ସହିତ କଥା କହିବା ପାଇଁ ଭିତରେ ତାହାଙ୍କ ସାକ୍ଷାତକୁ ଯାଇ ବାହାରକୁ ନ ଆସିବା ପର୍ଯ୍ୟନ୍ତ ସେହି ଘୁମୁଟା କାଢ଼ି ରଖିଲେ; ଆଉ ଯେଉଁ ଆଜ୍ଞା ପାଇଲେ, ବାହାରେ ଆସି ଇସ୍ରାଏଲ ସନ୍ତାନଗଣକୁ ତାହା କହିଲେ। |
2588 | EXO 36:21 | ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଥିଲା। |
2603 | EXO 36:36 | ପୁଣି, ସେ ତହିଁ ନିମନ୍ତେ ଶିଟୀମ୍ କାଷ୍ଠର ଚାରି ସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ ଓ ସେସବୁର ଆଙ୍କୁଡ଼ା ସୁବର୍ଣ୍ଣରେ କଲେ ଓ ତହିଁ ନିମନ୍ତେ ରୂପାର ଚାରି ଚୁଙ୍ଗୀ ଢାଳିଲେ। |
2606 | EXO 37:1 | ଏଥିଉତ୍ତାରେ ବତ୍ସଲେଲ ଶିଟୀମ୍ କାଷ୍ଠରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ, ଏକ ସିନ୍ଦୁକ ନିର୍ମାଣ କଲେ |
2608 | EXO 37:3 | ପୁଣି, ତହିଁର ଚାରି କୋଣ ନିମନ୍ତେ ଚାରି ସ୍ୱର୍ଣ୍ଣକଡ଼ା ଢାଳିଲେ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ଦେଲେ। |
2611 | EXO 37:6 | ଏଉତ୍ତାରେ ସେ ନିର୍ମଳ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କଲେ। |
2615 | EXO 37:10 | ତହିଁ ଉତ୍ତାରୁ ସେ ଶିଟୀମ୍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କଲେ। |
2618 | EXO 37:13 | ଆଉ ସୁବର୍ଣ୍ଣରେ ଚାରି କଡ଼ା ଢାଳି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିଲେ। |
2621 | EXO 37:16 | ଆହୁରି, ସେ ମେଜର ଉପରିସ୍ଥିତ ପାତ୍ରସକଳ, ଅର୍ଥାତ୍, ତହିଁର ଥାଳୀ ଓ ଚାମଚ ଓ ପାତ୍ର, ଢାଳିବା ନିମନ୍ତେ ଗଡ଼ୁସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ। |
2638 | EXO 38:4 | ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ। |
2639 | EXO 38:5 | ପୁଣି, ସାଙ୍ଗୀର ଘରା ନିମନ୍ତେ ସେହି ପିତ୍ତଳ ଝାଞ୍ଜିରୀର ଚାରି କୋଣରେ ଚାରି କଡ଼ା ଢାଳିଲେ। |
2661 | EXO 38:27 | ଏଣୁ ସେହି ଏକଶହ ତାଳନ୍ତ ରୂପାରେ ପବିତ୍ର ସ୍ଥାନର ଓ ବିଚ୍ଛେଦ ବସ୍ତ୍ରର ଚୁଙ୍ଗୀ ଢଳାଗଲା; ଏକଶହ ଚୁଙ୍ଗୀ ନିମନ୍ତେ ଏକଶହ ତାଳନ୍ତ, ଅର୍ଥାତ୍, ଏକ ଏକ ଚୁଙ୍ଗୀ ନିମନ୍ତେ ଏକ ଏକ ତାଳନ୍ତ ବ୍ୟୟ ହେଲା। |
2752 | LEV 1:6 | ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ। |
2764 | LEV 2:1 | ଆଉ, କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁ ଦେବ; |
2769 | LEV 2:6 | ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ ନୈବେଦ୍ୟ। |