545 | GEN 21:31 | ଏଣୁ ସେହି ସ୍ଥାନର ନାମ ବେର୍ଶେବା (ଶପଥ-କୂପ) ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ। |
922 | GEN 31:48 | ସେତେବେଳେ ଲାବନ କହିଲା, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା; ଏଥିପାଇଁ ତାହାର ନାମ ଗଲୟଦ୍ ଓ ମିସ୍ପା (ପ୍ରହରୀ-ସ୍ଥାନ) ରଖିଲା,” |
6497 | JOS 24:19 | ଏଥିରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରି ପାରିବ ନାହିଁ, କାରଣ ସେ ପବିତ୍ର ପରମେଶ୍ୱର; ସେ (ସ୍ୱଗୌରବ-ରକ୍ଷଣରେ) ଉଦ୍ଯୋଗୀ ପରମେଶ୍ୱର; ସେ ତୁମ୍ଭମାନଙ୍କର ଅଧର୍ମ କି ପାପ କ୍ଷମା କରିବେ ନାହିଁ। |
8155 | 2SA 5:20 | ତହୁଁ ଦାଉଦ ବାଲ୍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋ’ ସମ୍ମୁଖରେ ମୋ’ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ। |