1686 | EXO 6:30 | ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, “ମନ୍ଦ ବକ୍ତା ଯେ ମୁଁ, ମୋ’ କଥା ଫାରୋ କି ପ୍ରକାରେ ଶୁଣିବେ?” |
1720 | EXO 8:5 | ତେବେ ମୋଶା ଫାରୋଙ୍କୁ କହିଲେ, “ମୋ’ ଉପରେ ଦର୍ପ କର; ବେଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ କେବେ ଏହି ପ୍ରାର୍ଥନା କରିବି?” |
4198 | NUM 16:3 | ଆଉ ସେମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି, ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, ତେବେ କାହିଁକି ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ?” |