283 | GEN 11:16 | ପୁଣି, ଏବର ଚୌତ୍ରିଶି ବର୍ଷ ବୟସରେ ପେଲଗ୍କୁ ଜାତ କଲା। |
284 | GEN 11:17 | ପେଲଗ୍ର ଜନ୍ମ ଉତ୍ତାରେ ଏବର ଚାରିଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା। |
458 | GEN 18:33 | ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ଏପ୍ରକାର କଥୋପକଥନ ସମାପନ କରି ପ୍ରସ୍ଥାନ କଲେ, ପୁଣି, ଅବ୍ରହାମ ମଧ୍ୟ ସ୍ୱସ୍ଥାନକୁ ଫେରିଗଲେ। |
577 | GEN 23:5 | ତହୁଁ ହେତ୍ର ସନ୍ତାନମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ, “ହେ ପ୍ରଭୁ, ଆମ୍ଭମାନଙ୍କ କଥା ଶୁଣନ୍ତୁ; |
579 | GEN 23:7 | ସେତେବେଳେ ଅବ୍ରହାମ ଉଠି ତଦ୍ଦେଶୀୟ ଲୋକମାନଙ୍କୁ, ଅର୍ଥାତ୍, ହେତ୍ର ସନ୍ତାନମାନଙ୍କୁ ପ୍ରଣାମ କଲେ। |
582 | GEN 23:10 | ସେତେବେଳେ ଇଫ୍ରୋଣ ହେତ୍ର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା; ତେଣୁ, ହିତ୍ତୀୟ ଇଫ୍ରୋଣ ଆପଣା ନଗର-ଦ୍ୱାରରେ ପ୍ରବେଶକାରୀ ହେତ୍ର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା, |
590 | GEN 23:18 | ଏହି ସବୁରେ ହେତ୍ର ସନ୍ତାନମାନଙ୍କ ସାକ୍ଷାତରେ, ଅର୍ଥାତ୍, ତାହାର ନଗର-ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କର ସ୍ୱତ୍ୱାଧିକାର ସ୍ଥିର କରାଗଲା। |
592 | GEN 23:20 | ଏହିରୂପେ କବର ସ୍ଥାନର ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହାରେ ଅବ୍ରହାମଙ୍କର ଅଧିକାର ହେତ୍ର ସନ୍ତାନମାନଙ୍କ ଦ୍ୱାରା ସ୍ଥିରୀକୃତ ହେଲା। |
825 | GEN 29:29 | ପୁଣି, ରାହେଲର ଦାସୀ ହେବା ନିମନ୍ତେ ସେ ଆପଣାର ବିଲ୍ହା ନାମ୍ନୀ ଦାସୀକି ଦେଲା। |
834 | GEN 30:3 | ସେତେବେଳେ ରାହେଲ କହିଲା, “ଏହି ଦେଖ, ମୋହର ଦାସୀ ବିଲ୍ହା ଅଛି, ତାହାର ସହବାସ କର; ସେ ପୁତ୍ର ପ୍ରସବ କରି ମୋ’ କୋଳରେ ଦେଲେ ତାହା ଯୋଗୁଁ ମୁଁ ମଧ୍ୟ ପୁତ୍ରବତୀ ହେବି।” |
835 | GEN 30:4 | ପୁଣି, ସେ ଆପଣା ଦାସୀ ବିଲ୍ହାକୁ ତାହା ସହିତ ବିବାହ ଦେଲା। |
836 | GEN 30:5 | ତହୁଁ ଯାକୁବ ତାହାର ସହବାସ କରନ୍ତେ, ବିଲ୍ହା ଗର୍ଭବତୀ ହୋଇ ଯାକୁବର ଗୋଟିଏ ପୁତ୍ର ପ୍ରସବ କଲା। |
838 | GEN 30:7 | ଏଥିଉତ୍ତାରେ ରାହେଲର ଦାସୀ ବିଲ୍ହା ପୁନର୍ବାର ଗର୍ଭଧାରଣ କରି ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା। |
1034 | GEN 35:22 | ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍ ଯାଇ ଆପଣା ପିତାଙ୍କର ବିଲ୍ହା ନାମ୍ନୀ ଉପପତ୍ନୀ ସଙ୍ଗରେ ଶୟନ କଲା, ପୁଣି, ଇସ୍ରାଏଲ ତାହା ଶୁଣିଲେ। |
1037 | GEN 35:25 | ପୁଣି, ଦାନ୍ ଓ ନପ୍ତାଲି ରାହେଲର ଦାସୀ ବିଲ୍ହାର ସନ୍ତାନ; |
1063 | GEN 36:22 | ଲୋଟନ୍ର ପୁତ୍ର ହୋରି ଓ ହେମମ୍, ପୁଣି, ଲୋଟନ୍ର ତିମ୍ନା ନାମ୍ନୀ ଭଗିନୀ ଥିଲା। |
1065 | GEN 36:24 | ପୁଣି, ସିବୀୟୋନ୍ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା। |
1076 | GEN 36:35 | ହୂଶମ୍ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍। |
1086 | GEN 37:2 | ଯାକୁବଙ୍କର ବୃତ୍ତାନ୍ତ ଏହି। ଯୋଷେଫ, ସତର ବର୍ଷ ବୟସ ସମୟରେ, ଆପଣା ଭାଇମାନଙ୍କ ସହିତ ପଶୁପଲ ଚରାଉଥିଲେ; ସେ ଆପଣା ପିତୃଭାର୍ଯ୍ୟା ବିଲ୍ହା ଓ ସିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା; ପୁଣି, ଯୋଷେଫ ସେହି ଭାଇମାନଙ୍କ କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ। |
1396 | GEN 46:9 | ରୁବେନ୍ର ପୁତ୍ର ହନୋକ, ପଲ୍ଲୂ, ହିଷ୍ରୋଣ ଓ କର୍ମି। |
1410 | GEN 46:23 | ଆଉ ଦାନ୍ର ପୁତ୍ର ହୂଶୀମ୍। |
1412 | GEN 46:25 | ଲାବନ ଆପଣା କନ୍ୟା ରାହେଲକୁ ବିଲ୍ହା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ଜଣ। |
1670 | EXO 6:14 | ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ, ପଲ୍ଲୂ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍ର ବଂଶ। |
6563 | JDG 2:16 | ତହୁଁ ସଦାପ୍ରଭୁ ବିଚାରକର୍ତ୍ତାଗଣଙ୍କୁ ଉତ୍ଥାପନ କରି ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। |
6565 | JDG 2:18 | ଆଉ ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ କୌଣସି ବିଚାରକର୍ତ୍ତାକୁ ଉତ୍ଥାପନ କଲେ, ସେତେବେଳେ ସେହି ବିଚାରକର୍ତ୍ତାର ଜୀବନଯାଏ ସଦାପ୍ରଭୁ ତାହାର ସଙ୍ଗେ ସଙ୍ଗେ ଥାଇ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରୁ ଉଦ୍ଧାର କଲେ; କାରଣ ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ। |
6579 | JDG 3:9 | ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ପାଇଁ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍ଥାପନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ। |
6722 | JDG 8:1 | ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍ଙ୍କୁ କହିଲେ, ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ ? ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ। |
6808 | JDG 9:52 | ତହୁଁ ଅବୀମେଲକ୍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହା ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ଗଡ଼ଦ୍ୱାରର ଅତି ନିକଟକୁ ଗଲା। |
6813 | JDG 9:57 | ପୁଣି ପରମେଶ୍ୱର ଶିଖିମ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇଲେ ଓ ଯିରୁବ୍ବାଲ୍ଙ୍କ ପୁତ୍ର ଯୋଥମ୍ର ଅଭିଶାପ ସେମାନଙ୍କ ଉପରେ ଫଳିଲା। |
7866 | 1SA 25:2 | ସେହି ସମୟରେ ମାୟୋନ୍ସ୍ଥିତ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲା; ସେ ଅତି ବଡ଼ ଲୋକ ଓ ତାହାର ତିନି ସହସ୍ର ମେଷ ଓ ଏକ ସହସ୍ର ଛାଗୀ ଥିଲେ; ପୁଣି, ସେ କର୍ମିଲରେ ଆପଣା ମେଷଲୋମ ଛେଦନ କରୁଥିଲା। |
8987 | 1KI 7:50 | ନିର୍ମଳ ସୁବର୍ଣ୍ଣର ପାତ୍ର, କତୁରୀ, କୁଣ୍ଡ, ଚାମର ଓ ଅଙ୍ଗାରଧାନୀ; ପୁଣି, ଅନ୍ତରାଗାରର, ଅର୍ଥାତ୍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବ୍ଜା କଲେ। |
9972 | 2KI 16:5 | ସେତେବେଳେ ଅରାମର ରାଜା ରତ୍ସୀନ ଓ ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହ ଯୁଦ୍ଧ କରିବା ପାଇଁ ଯିରୂଶାଲମକୁ ଆସିଲେ। ପୁଣି ସେମାନେ ଆହସ୍ଙ୍କୁ ଅବରୋଧ କଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ। |
9986 | 2KI 16:19 | ଏହି ଆହସ୍ଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କ’ଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ? |
9988 | 2KI 17:1 | ଯିହୁଦାର ରାଜା ଆହସ୍ଙ୍କ ରାଜତ୍ଵର ଦ୍ୱାଦଶ ବର୍ଷରେ ଏଲାଙ୍କର ପୁତ୍ର ହୋଶେୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ନଅ ବର୍ଷ ରାଜ୍ୟ କଲେ। |
10029 | 2KI 18:1 | ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର ହୋଶେୟଙ୍କ ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ରାଜା ଆହସ୍ଙ୍କର ପୁତ୍ର ହିଜକୀୟ ରାଜତ୍ଵ କରିବାକୁ ଆରମ୍ଭ କଲେ। |
10113 | 2KI 20:11 | ତହୁଁ ଯିଶାଇୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ନିକଟରେ ଡାକି ପ୍ରାର୍ଥନା କଲେ। ଏଥିରେ ଆହସ୍ଙ୍କର ସୂର୍ଯ୍ୟଘଟିକାରେ ଛାୟା ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ସେତିକି ସେ ପଛକୁ ଫେରାଇ ଆଣିଲେ। |
10181 | 2KI 23:12 | ଆଉ ଯିହୁଦାର ରାଜାମାନେ ଆହସ୍ର ଉପରିସ୍ଥ କୋଠରି ଛାତ ଉପରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ, ରାଜା ସେସବୁକୁ ସେସ୍ଥାନରୁ ଭାଙ୍ଗି ପକାଇ ଚୂର୍ଣ୍ଣ କଲେ ଓ ତହିଁର ଧୂଳି କିଦ୍ରୋଣ ନଦୀରେ ଫୋପାଡି ଦେଲେ। |
10199 | 2KI 23:30 | ଏଥିଉତ୍ତାରେ ଯୋଶୀୟଙ୍କ ଦାସମାନେ ମଗିଦ୍ଦୋରୁ ଯିରୂଶାଲମକୁ ତାଙ୍କର ମୃତ ଶରୀର ରଥରେ ଆଣି ତାଙ୍କର ନିଜ କବରରେ କବର ଦେଲେ। ତହୁଁ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍ଙ୍କୁ ନେଇ ତାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ। |
10203 | 2KI 23:34 | ତହୁଁ ଫାରୋ-ନଖୋ ଯୋଶୀୟଙ୍କର ପୁତ୍ର ଇଲିୟାକୀମ୍ଙ୍କୁ ତାଙ୍କର ପିତା ଯୋଶୀୟଙ୍କର ପଦରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍ ରଖିଲା; ମାତ୍ର ସେ ଯିହୋୟାହସ୍ଙ୍କୁ ନେଇ ଗଲା; ଆଉ ସେ ମିସରରେ ଉପସ୍ଥିତ ହୋଇ ସେଠାରେ ମଲେ। |
10320 | 1CH 2:10 | ପୁଣି, ରାମ୍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନ୍କୁ ଜାତ କଲା। |
10552 | 1CH 7:13 | ନପ୍ତାଲିର ପୁତ୍ରଗଣ; ଯହସୀୟେଲ, ଗୂନି, ଯେତ୍ସର ଓ ଶଲ୍ଲୁମ୍, ଏମାନେ ବିଲ୍ହାର ବଂଶ। |
11788 | 2CH 28:19 | କାରଣ ଇସ୍ରାଏଲର ରାଜା ଆହସ୍ଙ୍କ ସକାଶୁ ସଦାପ୍ରଭୁ ଯିହୁଦାକୁ ଖର୍ବ କଲେ; ଯେଣୁ ସେ ଯିହୁଦା ମଧ୍ୟରେ ସ୍ୱେଚ୍ଛାଚାର କରି ସଦାପ୍ରଭୁଙ୍କ ବିରୁଦ୍ଧରେ ନିତାନ୍ତ ସତ୍ୟ-ଲଙ୍ଘନ କରିଥିଲେ। |
11796 | 2CH 28:27 | ଏଉତ୍ତାରେ ଆହସ୍ଙ୍କ ମୃତ୍ୟୁ ପରେ, ଲୋକମାନେ ଯିରୂଶାଲମରେ, ନଗର ମଧ୍ୟରେ ତାଙ୍କୁ କବର ଦେଲେ; କାରଣ ସେମାନେ ତାଙ୍କୁ ଇସ୍ରାଏଲର ରାଜାମାନଙ୍କ କବରକୁ ଆଣିଲେ ନାହିଁ; ତହିଁ ଉତ୍ତାରେ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ। |
11999 | 2CH 36:1 | ଏଥିଉତ୍ତାରେ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍ଙ୍କୁ ନେଇ ତାଙ୍କର ପିତାଙ୍କ ପଦରେ ତାଙ୍କୁ ଯିରୂଶାଲମରେ ରାଜା କଲେ। |
12101 | EZR 2:69 | ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ ଏକଷଠି ହଜାର ଡ୍ରାକ୍ମା ସ୍ୱର୍ଣ୍ଣମୁଦ୍ରା ଓ ପାଞ୍ଚ ହଜାର ପାଉଣ୍ଡ ରୂପା ଓ ଯାଜକମାନଙ୍କ ନିମନ୍ତେ ଏକ ଶହ ବସ୍ତ୍ର ଦେଲେ। |
12233 | EZR 8:27 | ଏକ ହଜାର ଡ୍ରାକ୍ମା (ଗ୍ରୀସ୍ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି। |
16967 | PRO 17:24 | ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ, ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ। |
17853 | ISA 7:1 | ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍ର ପୁତ୍ର ଆହସ୍ର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ। |
17855 | ISA 7:3 | ସେତେବେଳେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର ଶାର-ଯାଶୂବ, ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳ ମୁଣ୍ଡରେ ଆହସ୍ର ସଙ୍ଗେ ସାକ୍ଷାତ କରିବାକୁ ଯାଅ। |
17862 | ISA 7:10 | ଏଥିଉତ୍ତାରେ ସଦାପ୍ରଭୁ ଆହସ୍କୁ ଆହୁରି କହିଲେ, |
18468 | ISA 38:8 | ଦେଖ, ଆମ୍ଭେ ଆହସ୍ର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହା ଦଶ ପାହୁଣ୍ଡ ପଛକୁ ଫେରାଇ ଆଣିବା।” ତହୁଁ ଘଟିକାରେ ସୂର୍ଯ୍ୟ ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ପଛକୁ ସେତିକି ଫେରି ଆସିଲା। |
23215 | MAT 1:2 | ଅବ୍ରାହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ, |
23241 | MAT 2:3 | ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; |
23425 | MAT 8:11 | କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରାହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ, |
23511 | MAT 10:25 | ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ । |
23692 | MAT 14:26 | ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ । |
23896 | MAT 21:1 | ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବୈଥ୍ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ । |
23973 | MAT 22:32 | ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର । ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର । |
24231 | MAT 27:33 | ଆଉ, ସେମାନେ ଗଲ୍ଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ |
24244 | MAT 27:46 | ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍ଥାନୀ ? ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? |
24254 | MAT 27:56 | ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମାତା ମରିୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ । |
24259 | MAT 27:61 | ମଗ୍ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ । |
24265 | MAT 28:1 | ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ । |
24341 | MRK 2:12 | ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ । |
24364 | MRK 3:7 | ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍ଗମନ କଲେ; ଆଉ ଯିହୂଦା, |
24379 | MRK 3:22 | ଆଉ, ଯିରୂଶାଲମରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ । |
24496 | MRK 6:20 | କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ । |
24521 | MRK 6:45 | ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍ସାଇଦା ଆଡ଼କୁ ଅପର ପାରିକି ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ । |
24579 | MRK 8:10 | ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍ମନୂଥା ଅଞ୍ଚଳକୁ ଆସିଲେ । |
24591 | MRK 8:22 | ପରେ ସେମାନେ ବେଥ୍ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ । |
24709 | MRK 10:52 | ଯୀଶୁ ତାହାକୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା । |
24710 | MRK 11:1 | ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବେଥ୍ଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, |
24768 | MRK 12:26 | ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ? |
24855 | MRK 14:32 | ପରେ ସେମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ । |
24916 | MRK 15:21 | ସେତେବେଳେ ଆଲେକ୍ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ । |
24929 | MRK 15:34 | ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, 'ଏଲୋହୀ, ଏଲୋହୀ, ଲାମା ଶବକ୍ଥାନୀ ?' ଅର୍ଥାତ୍ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? |
24935 | MRK 15:40 | କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରିୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରିୟମ, ପୁଣି, ଶଲୋମୀ ଥିଲେ; |
24936 | MRK 15:41 | ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାତ୍ଗମନ କରି ତାହାଙ୍କର ସେବା କରୁଥିଲେ; ତାହାଙ୍କ ସହିତ ଯିରୂଶାଲମକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ । |
24942 | MRK 15:47 | ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍ଦଲୀନୀ ମରିୟମ ଓ ଯୋସିଙ୍କ ମାତା ମରିୟମ ଦେଖିଲେ । |
24943 | MRK 16:1 | ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ସୁଗନ୍ଧିତ ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି । |
24951 | MRK 16:9 | [ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍ଦଲୀନୀ ମରିୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ]। |
25118 | LUK 3:24 | ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର, |
25121 | LUK 3:27 | ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍ବାବେଲଙ୍କ ପୁତ୍ର, ଜିରୁବ୍ବାବେଲ ଶଲ୍ଟୀୟେଲ୍ଙ୍କ ପୁତ୍ର, ଶଲ୍ଟୀୟେଲ୍ ନେରୀଙ୍କ ପୁତ୍ର, |
25122 | LUK 3:28 | ନେରୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ଳଦାନଙ୍କ ପୁତ୍ର, ଏଲ୍ଳଦାନ ଏରଙ୍କ ପୁତ୍ର, |
25128 | LUK 3:34 | ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍ହାକଙ୍କ ପୁତ୍ର, ଇସ୍ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର, |
25230 | LUK 6:15 | ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍ଯୋଗୀ ବୋଲି କହନ୍ତି, |
25316 | LUK 8:2 | ପୁଣି, ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍ ମଗ୍ଦଲୀନୀ ନାମକ ମରିୟମ, ଯାହାଙ୍କଠାରୁ ସାତ ଭୂତ ବାହାରିଯାଇଥିଲେ, |
25598 | LUK 13:11 | ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରି ପାରୁ ନ ଥିଲା । |
25885 | LUK 20:37 | ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ବୋଲି କହି ସୂଚନା ଦେଇଅଛନ୍ତି । |
26031 | LUK 23:27 | ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍ଗମନ କରୁଥିଲେ । |
26070 | LUK 24:10 | ଏମାନେ ମଗ୍ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଇଲେ । |
26098 | LUK 24:38 | ସେଥିରେ ସେ ସେମାନଙ୍କୁ କହିଲେ, କାହିଁକି ଉଦ୍ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି ? |
27078 | ACT 3:13 | ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ୱର, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ । |
27193 | ACT 7:8 | ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ । |
27217 | ACT 7:32 | ଆମ୍ଭେ ତୁମ୍ଭ ପିତୃପୁରୁଷମାନଙ୍କ ଈଶ୍ୱର, ଅବ୍ରହାମ, ଇସ୍ହାକ ଓ ଯାକୁବର ଈଶ୍ୱର । ସେଥିରେ ମୋଶା କମ୍ପି ଉଠି, ଭଲରୂପେ ଦେଖିବାକୁ ସାହାସ କଲେ ନାହିଁ । |
27285 | ACT 8:40 | କିନ୍ତୁ ଫିଲିପ୍ପ ଅଷ୍ଦୋଦ୍ ନାମକ ସ୍ଥାନରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟାରେ ଯାଇ ପହଞ୍ଚିଲେ । |
27321 | ACT 9:36 | ଯାଫୋରେ ଟାବୀଥା ନାମରେ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା । ସେ ନାନା ସତ୍କର୍ମ ଓ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ । |
27396 | ACT 11:20 | କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ । |
27429 | ACT 12:23 | ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ । |
27484 | ACT 14:1 | ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ସେମାନେ ଯିହୂଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୂଦୀ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ । |