138 | GEN 5:32 | ଆଉ ନୋହଙ୍କୁ ପାଞ୍ଚଶହ ବର୍ଷ ବୟସ ହେଲା; ଆଉ ନୋହ, ଶେମ ଓ ହାମ ଓ ଯେଫତ୍କୁ ଜାତ କଲେ। |
229 | GEN 9:23 | ସେତେବେଳେ ଶେମ ଓ ଯେଫତ୍ ସ୍କନ୍ଧରେ ବସ୍ତ୍ର ଘେନି ପଶ୍ଚାଦ୍ଗତି କରି ଆପଣାମାନଙ୍କ ପିତାଙ୍କର ଉଲଙ୍ଗତା ଆଚ୍ଛାଦନ କଲେ; ସେମାନେ ପଛଆଡ଼କୁ ମୁଖ ରଖି ଯିବାରୁ ପିତାଙ୍କର ଉଲଙ୍ଗତା ଦେଖିଲେ ନାହିଁ। |
233 | GEN 9:27 | ପରମେଶ୍ୱର ଯେଫତ୍କୁ ବର୍ଦ୍ଧିଷ୍ଣୁ କରନ୍ତୁ; ପୁଣି, ସେ ଶେମର ତମ୍ବୁରେ ବାସ କରୁ; ଆଉ କିଣାନ ତାହାର ଦାସ ହେଉ।” |
237 | GEN 10:2 | ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍, ଏମାନେ ଯେଫତ୍ର ସନ୍ତାନ। |
249 | GEN 10:14 | ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ। |
256 | GEN 10:21 | ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା। |
257 | GEN 10:22 | ଶେମର ଏହିସବୁ ସନ୍ତାନ, ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ। |
259 | GEN 10:24 | ପୁଣି, ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର। |
261 | GEN 10:26 | ପୁଣି, ଯକ୍ତନ୍ର ପୁତ୍ର ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ |
264 | GEN 10:29 | ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନ୍ର ସନ୍ତାନ। |
277 | GEN 11:10 | ଶେମର ବଂଶାବଳୀ ଏହି। ଜଳପ୍ଳାବନର ଦୁଇ ବର୍ଷ ଉତ୍ତାରେ ଶେମ ଶହେ ବର୍ଷ ବୟସରେ ଅର୍ଫକ୍ଷଦକୁ ଜାତ କଲା। |
278 | GEN 11:11 | ଅର୍ଫକ୍ଷଦ ଜନ୍ମିଲା ଉତ୍ତାରେ ଶେମ ପାଞ୍ଚଶହ ବର୍ଷ ବଞ୍ଚି ଆଉ ସନ୍ତାନସନ୍ତତି ଜାତ କଲା। |
279 | GEN 11:12 | ପୁଣି, ଅର୍ଫକ୍ଷଦ ପଞ୍ଚତିରିଶ ବର୍ଷ ବୟସରେ ଶେଲହକୁ ଜାତ କଲା। |
280 | GEN 11:13 | ଶେଲହର ଜନ୍ମ ଉତ୍ତାରେ ଅର୍ଫକ୍ଷଦ ଚାରିଶହ ତିନି ବର୍ଷ ଜୀବିତ ରହି ଆଉ ପୁତ୍ରକନ୍ୟା ଜାତ କଲା। |
295 | GEN 11:28 | ମାତ୍ର ହାରଣ ଆପଣା ପିତା ତେରହର ସାକ୍ଷାତରେ କଲ୍ଦୀୟମାନଙ୍କ ଊର ନାମକ ଆପଣା ଜନ୍ମ ଦେଶରେ ମଲା। |
296 | GEN 11:29 | ଏଥିଉତ୍ତାରେ ଅବ୍ରାମ ଓ ନାହୋର ବିବାହ କଲେ; ଅବ୍ରାମଙ୍କ ଭାର୍ଯ୍ୟାଙ୍କର ନାମ ସାରୀ ଓ ନାହୋରର ଭାର୍ଯ୍ୟାର ନାମ ମିଲ୍କା, ସେ ହାରଣର କନ୍ୟା ଥିଲା; ସେହି ହାରଣ ମିଲ୍କା ଓ ଯିସ୍କାର ପିତା। |
298 | GEN 11:31 | ଏଥିଉତ୍ତାରେ ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ, ପୁଣି, ଅବ୍ରାମଙ୍କ ଭାର୍ଯ୍ୟା ସାରୀ ନାମ୍ନୀ ପୁତ୍ରବଧୂଙ୍କୁ ସଙ୍ଗରେ ନେଲେ; ଆଉ ସେମାନେ ସମସ୍ତେ କଲ୍ଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରି ବସତି କଲେ। |
307 | GEN 12:8 | ଏଥିଉତ୍ତାରେ ସେ ସେହି ସ୍ଥାନ ଛାଡ଼ି ବେଥେଲ୍ର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ବୁ ଠିଆ କଲେ; ତହିଁର ପଶ୍ଚିମରେ ବେଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି, ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। |
338 | GEN 14:1 | ଏଥିଉତ୍ତାରେ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା ଓ ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜାଙ୍କର ଅଧିକାର ସମୟରେ, |
346 | GEN 14:9 | ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜା ଓ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା, ଏହି ଚାରି ରାଜାଙ୍କ ସହିତ ସୀଦ୍ଦୀମ ପଦାରେ ଯୁଦ୍ଧ କରିବାକୁ ଲାଗିଲେ। |
355 | GEN 14:18 | ପୁଣି, ଶାଲେମ୍ର ରାଜା ମଲ୍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ; |
368 | GEN 15:7 | ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ କହିଲେ, “ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲ୍ଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ।” |
417 | GEN 17:19 | ସେତେବେଳେ ପରମେଶ୍ୱର କହିଲେ, “ତୁମ୍ଭର ଭାର୍ଯ୍ୟା ସାରା ତୁମ୍ଭ ନିମନ୍ତେ ନିଶ୍ଚୟ ପୁତ୍ର ପ୍ରସବ କରିବ, ପୁଣି, ତୁମ୍ଭେ ତାହାର ନାମ ଇସ୍ହାକ ରଖିବ, ପୁଣି, ଆମ୍ଭେ ତାହା ସହିତ ଆପଣା ନିୟମ ସ୍ଥିର କରିବା; ତାହା ତାହାର ଭବିଷ୍ୟତ ବଂଶ ପକ୍ଷରେ ଚିରସ୍ଥାୟୀ ନିୟମ ହେବ। |
419 | GEN 17:21 | ମାତ୍ର ଆଗାମୀ ବର୍ଷର ଏହି ସମୟରେ ସାରାର ଗର୍ଭରୁ ଯେଉଁ ଇସ୍ହାକ ଜନ୍ମିବ, ତାହା ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରିବା।” |
517 | GEN 21:3 | ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍ହାକ ରଖିଲେ। |
518 | GEN 21:4 | ପୁଣି, ଅବ୍ରହାମ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆପଣା ପୁତ୍ର ଇସ୍ହାକକୁ ଅଷ୍ଟମ ଦିନରେ ସୁନ୍ନତ କଲେ। |
519 | GEN 21:5 | ଅବ୍ରହାମଙ୍କର ଶହେ ବର୍ଷ ବୟସରେ ତାଙ୍କର ପୁତ୍ର ଇସ୍ହାକ ଜାତ ହେଲା। |
522 | GEN 21:8 | ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି, ଯେଉଁ ଦିନ ଇସ୍ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ। |
524 | GEN 21:10 | ଏହେତୁ ସେ ଅବ୍ରହାମଙ୍କୁ କହିଲା, “ତୁମ୍ଭେ ଏହି ଦାସୀକି ଓ ଏହାର ପୁତ୍ରକୁ ଦୂର କରି ଦିଅ; କାରଣ ଏହି ଦାସୀର ପୁତ୍ର ମୋହର ପୁତ୍ର ଇସ୍ହାକ ସହିତ ଉତ୍ତରାଧିକାରୀ ହେବ ନାହିଁ।” |
526 | GEN 21:12 | ସେତେବେଳେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ; ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର; ଯେହେତୁ ଇସ୍ହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ। |
528 | GEN 21:14 | ଏଥିଉତ୍ତାରେ ଅବ୍ରହାମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା। |
545 | GEN 21:31 | ଏଣୁ ସେହି ସ୍ଥାନର ନାମ ବେର୍ଶେବା (ଶପଥ-କୂପ) ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ। |
546 | GEN 21:32 | ଏହିରୂପେ ସେମାନେ ବେର୍ଶେବା ନିକଟରେ ନିୟମ ସ୍ଥିର କରନ୍ତେ, ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଉଠି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ। |
547 | GEN 21:33 | ଏଥିଉତ୍ତାରେ ଅବ୍ରହାମ ସେହି ବେର୍ଶେବା ନିକଟରେ ଏକ ଝାଉଁ ବୃକ୍ଷ ରୋପଣ କରି ସେହି ସ୍ଥାନରେ ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। |
550 | GEN 22:2 | ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।” |
551 | GEN 22:3 | ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇଜଣ ଦାସ ଓ ଆପଣା ପୁତ୍ର ଇସ୍ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। |
554 | GEN 22:6 | ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି, ଦୁହେଁ ଏକତ୍ର ଚାଲିଗଲେ। |
555 | GEN 22:7 | ଆଉ ଇସ୍ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, “ହେ ମୋହର ପିତଃ।” ତହିଁରେ ସେ ଉତ୍ତର କଲେ, “ପୁତ୍ର, ଦେଖ, ମୁଁ ଏଠାରେ।” ସେତେବେଳେ ସେ ପଚାରିଲା, “ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ ?” |
557 | GEN 22:9 | ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ। |
567 | GEN 22:19 | ଏଥିଉତ୍ତାରେ ଅବ୍ରହାମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ; ଆଉ ସେମାନେ ଉଠି ଏକତ୍ର ବେର୍ଶେବାକୁ ଗଲେ ଓ ଅବ୍ରହାମ ବେର୍ଶେବାରେ ବାସ କଲେ। |
568 | GEN 22:20 | ସେହି ଘଟଣା ଉତ୍ତାରେ ଅବ୍ରହାମଙ୍କୁ ଏହି ସମ୍ବାଦ ଦିଆଗଲା, “ଶୁଣ, ମିଲ୍କା ମଧ୍ୟ ତୁମ୍ଭ ଭ୍ରାତା ନାହୋର ନିମନ୍ତେ ସନ୍ତାନସନ୍ତତି ପ୍ରସବ କରିଅଛି। |
571 | GEN 22:23 | ସେହି ବଥୂୟେଲର କନ୍ୟା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା। |
575 | GEN 23:3 | ଏଥିଉତ୍ତାରେ ଅବ୍ରହାମ ଆପଣା ମୃତା (ଭାର୍ଯ୍ୟା) ନିକଟରୁ ଉଠି ଯାଇ ହେତ୍ର ସନ୍ତାନମାନଙ୍କୁ କହିଲେ, |
581 | GEN 23:9 | ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।” |
589 | GEN 23:17 | ଏହେତୁ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲାରେ ଇଫ୍ରୋଣର ଯେଉଁ କ୍ଷେତ୍ର ଥିଲା, ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ଓ ତହିଁର ଚତୁଃସୀମାନ୍ତର୍ଗତ ବୃକ୍ଷସମୂହ, |
591 | GEN 23:19 | ଏଥିଉତ୍ତାରେ ଅବ୍ରହାମ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାକୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ହିବ୍ରୋଣ। |
596 | GEN 24:4 | ମାତ୍ର, ତୁମ୍ଭେ ଆମ୍ଭ ଦେଶୀୟ ଜ୍ଞାତିମାନଙ୍କ ନିକଟକୁ ଯାଇ ମୋ’ ପୁତ୍ର ଇସ୍ହାକ ନିମନ୍ତେ କନ୍ୟା ଆଣିବ।” |
606 | GEN 24:14 | ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ, ତୁମ୍ଭେ ଆପଣା କଳସ ନୁଆଁଇ ମୋତେ ଜଳ ପାନ କରାଅ, ଏହି କଥା କହିଲେ ସେହି କନ୍ୟା ଯଦି କହିବ, ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି, ତେବେ ସେ ତୁମ୍ଭ ଦାସ ଇସ୍ହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ; ତହିଁରେ ତୁମ୍ଭେ ମୋ’ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି।” |
607 | GEN 24:15 | ଏହି କଥା କହୁ କହୁ ଅବ୍ରହାମଙ୍କର ନାହୋର ନାମକ ଭ୍ରାତାର ଭାର୍ଯ୍ୟା ମିଲ୍କାର ପୁତ୍ର ଯେ ବଥୂୟେଲ, ତାହାର କନ୍ୟା ରିବିକା ସ୍କନ୍ଧରେ କଳସ ଘେନି ବାହାରି ଆସିଲା। |
616 | GEN 24:24 | ତହିଁରେ ସେ ଉତ୍ତର କଲା, “ନାହୋରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।” |
639 | GEN 24:47 | ଏଥିଉତ୍ତାରେ ମୁଁ ତାହାକୁ ପଚାରିଲି, “ତୁମ୍ଭେ କାହାର କନ୍ୟା ?” ତହିଁରେ ସେ କହିଲା, “ନାହୋରର ଔରସରେ ମିଲ୍କାର ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।” ତହୁଁ ମୁଁ ତାହାର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି। |
654 | GEN 24:62 | ସେହି ସମୟରେ ଇସ୍ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା। |
656 | GEN 24:64 | ସେତେବେଳେ ରିବିକା ଅନାଇ ଇସ୍ହାକକୁ ଦେଖି ଓଟ ଉପରୁ ଓହ୍ଲାଇଲା। |
658 | GEN 24:66 | ଏଥିଉତ୍ତାରେ ସେହି ଦାସ ଇସ୍ହାକକୁ ଆପଣା କୃତ କର୍ମର ସମସ୍ତ ବିବରଣ କହିଲା। |
659 | GEN 24:67 | “ସେତେବେଳେ ଇସ୍ହାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା; ପୁଣି, ସେ ତାହାକୁ ପ୍ରେମ କଲା।” ତହିଁରେ ଇସ୍ହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା। |
661 | GEN 25:2 | ସେ ତାଙ୍କ ନିମନ୍ତେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦୀୟନ, ଯିଶ୍ବକ ଓ ଶୂହ, ଏମାନଙ୍କୁ ଜନ୍ମ କଲା। |
664 | GEN 25:5 | ଏଥିଉତ୍ତାରେ ଅବ୍ରହାମ ଇସ୍ହାକକୁ ଆପଣାର ସର୍ବସ୍ୱ ଦେଲେ। |
665 | GEN 25:6 | ମାତ୍ର ଅବ୍ରହାମ ଉପପତ୍ନୀମାନଙ୍କ ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସ୍ହାକ ନିକଟରୁ ସେମାନଙ୍କୁ ପୂର୍ବଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। |
668 | GEN 25:9 | ଆଉ ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାୟେଲ ମମ୍ରିର ସମ୍ମୁଖରେ ହିତ୍ତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ। |
670 | GEN 25:11 | ଅବ୍ରହାମଙ୍କ ମୃତ୍ୟୁୁ ଉତ୍ତାରେ ପରମେଶ୍ୱର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ; ପୁଣି, ଇସ୍ହାକ ବେର-ଲହୟ-ରୋୟୀ ନାମକ ସ୍ଥାନରେ ବସତି କଲେ। |
672 | GEN 25:13 | ନାମ ଓ ଗୋଷ୍ଠୀ ଅନୁସାରେ ଇଶ୍ମାୟେଲର ସନ୍ତାନମାନଙ୍କ ନାମ ଏହି। ଇଶ୍ମାୟେଲର ଜ୍ୟେଷ୍ଠପୁତ୍ର ନବାୟୋତ୍; ତାହା ଉତ୍ତାରେ କେଦାର ଓ ଅଦ୍ବେଲ ଓ ମିବ୍ସମ୍, |
673 | GEN 25:14 | ମିଶ୍ମା ଓ ଦୂମା ଓ ମସା, |
678 | GEN 25:19 | ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ। ଅବ୍ରହାମ ଇସ୍ହାକଙ୍କୁ ଜାତ କଲେ; |
679 | GEN 25:20 | ସେହି ଇସ୍ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ। |
680 | GEN 25:21 | ଇସ୍ହାକଙ୍କର ସେହି ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣନ୍ତେ, ତାହାର ଭାର୍ଯ୍ୟା ରିବିକା ଗର୍ଭବତୀ ହେଲା। |
685 | GEN 25:26 | ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଥିପାଇଁ ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ। |
687 | GEN 25:28 | ଇସ୍ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲା। |
694 | GEN 26:1 | ପୂର୍ବେ ଅବ୍ରହାମଙ୍କର, ବର୍ତ୍ତମାନ ସମୟରେ ଯେରୂପ ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ, ଇସ୍ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ। |
699 | GEN 26:6 | ତହିଁରେ ଇସ୍ହାକ ଗରାରଠାରେ ବାସ କଲେ। |
701 | GEN 26:8 | ପୁଣି, ସେହି ସ୍ଥାନରେ ବହୁ କାଳ ବାସ କଲା ଉତ୍ତାରେ ଏକ ସମୟରେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ବାଟେ ନିରୀକ୍ଷଣ କରି ଇସ୍ହାକଙ୍କୁ ଆପଣା ଭାର୍ଯ୍ୟା ରିବିକା ସହିତ କୌତୁକ କରୁଥିବାର ଦେଖିଲେ। |
702 | GEN 26:9 | ତେଣୁ ଅବିମେଲକ ଇସ୍ହାକଙ୍କୁ ଡକାଇ କହିଲେ, “ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ତୁମ୍ଭେ ତାହାକୁ ଆପଣା ଭଗିନୀ ବୋଲି କିପରି କହିଲ ?” ସେତେବେଳେ ଇସ୍ହାକ ଉତ୍ତର କଲେ, “ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁୁ ହେବ।” |
705 | GEN 26:12 | ଏଥିଉତ୍ତାରେ ଇସ୍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି, ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। |
709 | GEN 26:16 | ଏଥିଉତ୍ତାରେ ଅବିମେଲକ ଇସ୍ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ଅଧିକ ବଳବାନ ହୋଇଅଛ।” |
710 | GEN 26:17 | ତହିଁରେ ଇସ୍ହାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ବୁ ସ୍ଥାପନ କରି ସେହିଠାରେ ବାସ କଲେ। |
711 | GEN 26:18 | ପୁଣି, ଆପଣା ପିତା ଅବ୍ରହାମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ଯେଉଁ ସଜଳ କୂପ ଅବ୍ରହାମଙ୍କ ମୃତ୍ୟୁୁ ଉତ୍ତାରେ ପଲେଷ୍ଟୀୟମାନେ ପୋତି ପକାଇଥିଲେ, ସେହି ସମସ୍ତ ଇସ୍ହାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରପି ରଖିଲେ। |
712 | GEN 26:19 | ଆଉ ଇସ୍ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ। |
713 | GEN 26:20 | ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍ହାକଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର,” ଏଣୁ ସେ ସେହି କୂପର ନାମ ଏଷକ (ବିବାଦ) ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ। |
714 | GEN 26:21 | ଏଥିଉତ୍ତାରେ ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ, ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ; ତହୁଁ ଇସ୍ହାକ ତହିଁର ନାମ ସିଟ୍ନା (ଶତ୍ରୁତା) ରଖିଲେ। |
716 | GEN 26:23 | ଏଥିଉତ୍ତାରେ ସେ ସେହି ସ୍ଥାନରୁ ବେର୍ଶେବାକୁ ଗଲେ। |
718 | GEN 26:25 | ଏଥିଉତ୍ତାରେ ଇସ୍ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଏଥିଉତ୍ତାରେ ସେ ସେହି ସ୍ଥାନରେ ତମ୍ବୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟାଏ କୂପ ଖୋଳିଲେ। |
719 | GEN 26:26 | ଏଥିଉତ୍ତାରେ ଅବିମେଲକ ଅହୁଷତ୍ ନାମକ ଆପଣା ମିତ୍ରକୁ ଓ ଫୀଖୋଲ ନାମକ ସେନାପତିକୁ ସଙ୍ଗରେ ଘେନି ଗରାରଠାରୁ ଇସ୍ହାକଙ୍କ ନିକଟକୁ ଗଲେ। |
720 | GEN 26:27 | ତହିଁରେ ଇସ୍ହାକ ସେମାନଙ୍କୁ କହିଲେ, “ତୁମ୍ଭେମାନେ ତ ମୋତେ ଘୃଣା କରୁଅଛ, ପୁଣି, ଆପଣାମାନଙ୍କ ମଧ୍ୟରୁ ମୋତେ ଦୂର କରି ଦେଇଥିଲ, ଏବେ ମୋ’ ନିକଟକୁ କାହିଁକି ଆସିଅଛ ?” |
723 | GEN 26:30 | ସେତେବେଳେ ଇସ୍ହାକ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନପାନ କଲେ। |
724 | GEN 26:31 | ଏଥିଉତ୍ତାରେ ସେମାନେ ଶୀଘ୍ର ପ୍ରଭାତରେ ଉଠି ପରସ୍ପର ଶପଥ କଲେ। ପୁଣି, ଇସ୍ହାକ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ କୁଶଳରେ ତାଙ୍କ ନିକଟରୁ ପ୍ରସ୍ଥାନ କଲେ। |
725 | GEN 26:32 | ସେହି ଦିନ ଇସ୍ହାକଙ୍କର ଦାସମାନେ ଆସି ଆପଣାମାନଙ୍କ ଖୋଦିତ କୂପ ବିଷୟରେ ସମ୍ବାଦ ଦେଇ ତାଙ୍କୁ କହିଲେ, “ଆମ୍ଭେମାନେ ଜଳ ପାଇଅଛୁ।” |
726 | GEN 26:33 | ଏହେତୁ ସେ ସେହି କୂପର ନାମ ଶୀବା ରଖିଲେ, ପୁଣି, ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନଗର ବେର୍ଶେବା ନାମରେ ଖ୍ୟାତ ଅଟେ। |
728 | GEN 26:35 | ମାତ୍ର ସେମାନେ ଇସ୍ହାକ ଓ ରିବିକାଙ୍କ ମନର ଦୁଃଖଦାୟିନୀ ହେଲେ। |
729 | GEN 27:1 | ଏଥିଉତ୍ତାରେ ଇସ୍ହାକ ବୃଦ୍ଧ ହୁଅନ୍ତେ, ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ; ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌକୁ ଡାକି କହିଲେ, “ପୁଅରେ,” ତହିଁରେ ସେ ଉତ୍ତର କଲା, “ଦେଖନ୍ତୁ, ମୁଁ ଏଠାରେ।” |
733 | GEN 27:5 | ଇସ୍ହାକ ଆପଣା ପୁତ୍ର ଏଷୌକୁ ଏହି କଥା କହିବା ସମୟରେ ରିବିକା ଶୁଣିଲା। ଏହେତୁ ଏଷୌ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ, |
748 | GEN 27:20 | ତହିଁରେ ଇସ୍ହାକ ଆପଣା ପୁତ୍ରକୁ କହିଲେ, “ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ ?” ସେ କହିଲା, “ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ।” |
749 | GEN 27:21 | ଇସ୍ହାକ ଯାକୁବଙ୍କୁ ଆହୁରି କହିଲେ, “ପୁତ୍ର, ମୋ’ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ କି ନାହିଁ, ତୁମ୍ଭକୁ ସ୍ପର୍ଶ କରି ଜାଣିବି।” |
750 | GEN 27:22 | ତହୁଁ ଯାକୁବ ଆପଣା ପିତା ଇସ୍ହାକଙ୍କ ନିକଟକୁ ଯା’ନ୍ତେ, ସେ ତାହା ସ୍ପର୍ଶ କରି କହିଲେ, “ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏଷୌର ହସ୍ତ ଅଟଇ।” |
753 | GEN 27:25 | ସେତେବେଳେ ଇସ୍ହାକ କହିଲେ, “ତାହା ମୋ’ ପାଖକୁ ଆଣ; ମୁଁ ଆପଣା ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୁଁ ତୁମ୍ଭକୁ ଆଶୀର୍ବାଦ କରିବ।” ତହିଁରେ ସେ ନିକଟକୁ ଆଣି ଦିଅନ୍ତେ, ଇସ୍ହାକ ତାହା ଭୋଜନ କଲେ; ପୁଣି, ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ। |
754 | GEN 27:26 | ଏଥିଉତ୍ତାରେ ତାହାର ପିତା ଇସ୍ହାକ କହିଲେ, “ପୁତ୍ର, ଏବେ ମୋ’ ନିକଟକୁ ଆସି ମୋତେ ଚୁମ୍ବନ କର।” |
755 | GEN 27:27 | ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସ୍ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ’ ପୁତ୍ରର ସୁଗନ୍ଧି; |
758 | GEN 27:30 | ଏହି ପ୍ରକାରେ ଇସ୍ହାକ ଯାକୁବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସ୍ହାକଙ୍କ ନିକଟରୁ ବାହାର ହେବାମାତ୍ରେ ତାହାର ଭ୍ରାତା ଏଷୌ ଶିକାରରୁ ଆସିଲା। |
760 | GEN 27:32 | ତହିଁରେ ତାହାର ପିତା ଇସ୍ହାକ କହିଲେ, “ତୁମ୍ଭେ କିଏ ?” ସେ କହିଲା, “ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ପ୍ରଥମଜାତ ଏଷୌ।” |
761 | GEN 27:33 | ସେତେବେଳେ ଇସ୍ହାକ ଅତିଶୟ କମ୍ପିତ ହୋଇ କହିଲେ, “ତେବେ ଯେ ମୋ’ ନିକଟକୁ ମୃଗୟା ମାଂସ ଆଣିଥିଲା, ସେ କିଏ ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ।” |
763 | GEN 27:35 | ତହିଁରେ ଇସ୍ହାକ କହିଲେ, “ତୁମ୍ଭର ଭ୍ରାତା ଆସି ପ୍ରବଞ୍ଚନା କରି ତୁମ୍ଭର (ପ୍ରାପ୍ତବ୍ୟ) ଆଶୀର୍ବାଦ ହରଣ କରିଅଛି।” |
765 | GEN 27:37 | ତହୁଁ ଇସ୍ହାକ ଏଷୌକୁ କହିଲେ, “ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି, ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ ?” |