Wildebeest analysis examples for:   ory-ory   Word‍    February 11, 2023 at 19:20    Script wb_pprint_html.py   by Ulf Hermjakob

14  GEN 1:14  ଏଥିଉତ୍ତାରେ ପରମେଶ୍ୱର କହିଲେ, “ରାତ୍ରିରୁ ଦିବସକୁ ପୃଥକ୍‍ କରିବା ନିମନ୍ତେ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି, ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ।
18  GEN 1:18  ଆଉ ଦୀପ୍ତିକୁ ଅନ୍ଧକାରରୁ ପୃଥକ୍‍ କରିବା ପାଇଁ, ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ।
40  GEN 2:9  ସଦାପ୍ରଭୁ ପରମେଶ୍ୱର ସେହି ଭୂମିରୁ ନାନାଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି, ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସଦସତ୍‍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ।
48  GEN 2:17  ମାତ୍ର, ସଦସତ୍‍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।”
173  GEN 7:13  ସେହି ଦିନରେ ନୋହ, ପୁଣି, ଶେମ ଓ ହାମ ଓ ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ।
188  GEN 8:4  ଏଥିଉତ୍ତାରେ ସପ୍ତମ ମାସର ସପ୍ତଦଶ ଦିନରେ ଆରାରାଟ୍‍ ପର୍ବତ ଉପରେ ଜାହାଜ ଲାଗି ରହିଲା।
209  GEN 9:3  ପ୍ରତ୍ୟେକ ଗମନଶୀଳ ପ୍ରାଣୀ ତୁମ୍ଭମାନଙ୍କର ଖାଦ୍ୟ ହେବ, ଆମ୍ଭେ ହରିତ୍‍ ଶାକ ପରି ଏହି ସମସ୍ତ ତୁମ୍ଭମାନଙ୍କୁ ଦେଲୁ।
229  GEN 9:23  ସେତେବେଳେ ଶେମ ଓ ଯେଫତ୍‍ ସ୍କନ୍ଧରେ ବସ୍ତ୍ର ଘେନି ପଶ୍ଚାଦ୍‍ଗତି କରି ଆପଣାମାନଙ୍କ ପିତାଙ୍କର ଉଲଙ୍ଗତା ଆଚ୍ଛାଦନ କଲେ; ସେମାନେ ପଛଆଡ଼କୁ ମୁଖ ରଖି ଯିବାରୁ ପିତାଙ୍କର ଉଲଙ୍ଗତା ଦେଖିଲେ ନାହିଁ।
236  GEN 10:1  ଶେମ, ହାମ, ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
237  GEN 10:2  ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍, ଏମାନେ ଯେଫତ୍‍ର ସନ୍ତାନ।
238  GEN 10:3  ଅସ୍କିନସ୍‍ ରୀଫତ୍‍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ।
241  GEN 10:6  କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ।
243  GEN 10:8  ନିମ୍ରୋଦ୍‍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
244  GEN 10:9  ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍‍ ତୁଲ୍ୟ।”
246  GEN 10:11  ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍‍ ପୁରୀ ଓ କେଲହ,
247  GEN 10:12  ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍‍ ନଗର ସ୍ଥାପନ କଲା; ଏହି ରେଷନ୍‍ ମହାନଗର।
257  GEN 10:22  ଶେମର ଏହିସବୁ ସନ୍ତାନ, ଏଲମ୍‍ ଓ ଅଶୂର ଓ ଅର୍ଫକ୍‍ଷଦ ଓ ଲୁଦ୍‍ ଓ ଅରାମ।
258  GEN 10:23  ଏହି ଅରାମର ସନ୍ତାନ ଊଷ୍‍ ଓ ହୂଲ ଓ ଗେଥର ଓ ମଶ୍‍।
260  GEN 10:25  ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍‍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍‍।
261  GEN 10:26  ପୁଣି, ଯକ୍ତନ୍‍ର ପୁତ୍ର ଅଲ୍‍ମୋଦଦ ଓ ଶେଲଫ୍‍ ଓ ହତ୍‍ସର୍ମାବତ୍‍ ଓ ଯେରହ
307  GEN 12:8  ଏଥିଉତ୍ତାରେ ସେ ସେହି ସ୍ଥାନ ଛାଡ଼ି ବେଥେଲ୍‍ର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ବୁ ଠିଆ କଲେ; ତହିଁର ପଶ୍ଚିମରେ ବେଥେଲ୍‍ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି, ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
322  GEN 13:3  ପୁଣି, ସେ ପୂର୍ବଯାତ୍ରାନୁସାରେ ଦକ୍ଷିଣରୁ ବେଥେଲ୍‍ ଆଡ଼କୁ ଯାଉ ଯାଉ ବେଥେଲ୍‍ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପିତ ହୋଇଥିଲା,
338  GEN 14:1  ଏଥିଉତ୍ତାରେ ଶିନୀୟରର ଅମ୍ରାଫଲ୍‍ ରାଜା ଓ ଇଲ୍ଲାସରର ଅରୀୟୋକ୍‍ ରାଜା ଓ ଏଲମ୍‍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜାଙ୍କର ଅଧିକାର ସମୟରେ,
339  GEN 14:2  ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍‍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍‍, ସୋୟରର ରାଜା ସହିତ ଯୁଦ୍ଧ କଲେ।
342  GEN 14:5  ଏହେତୁ ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ତାଙ୍କର ସହାୟ ରାଜାଗଣ ଆସି ଅଷ୍ଟରୋତ୍‍ କର୍ଣ୍ଣୟିମରେ ରଫାୟୀୟ ଲୋକମାନଙ୍କୁ ଓ ହମରେ ସୁଷୀୟ ଲୋକମାନଙ୍କୁ ଓ ଶାବୀ କିରୀୟାଥୟିମରେ ଏମୀୟ ଲୋକମାନଙ୍କୁ,
346  GEN 14:9  ଏଲମ୍‍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜା ଓ ଶିନୀୟରର ଅମ୍ରାଫଲ୍‍ ରାଜା ଓ ଇଲ୍ଲାସରର ଅରୀୟୋକ୍‍ ରାଜା, ଏହି ଚାରି ରାଜାଙ୍କ ସହିତ ସୀଦ୍ଦୀମ ପଦାରେ ଯୁଦ୍ଧ କରିବାକୁ ଲାଗିଲେ।
351  GEN 14:14  ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନିଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍‍ ନଗର ପର୍ଯ୍ୟନ୍ତ ଗଲେ।
379  GEN 15:18  ପୁଣି, ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, “ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ୍‍ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ,
421  GEN 17:23  ଏଥିଉତ୍ତାରେ ଅବ୍ରହାମ ଆପଣା ପୁତ୍ର ଇଶ୍ମାୟେଲକୁ ଓ ଆପଣା ଗୃହଜାତ ଓ ମୂଲ୍ୟକ୍ରୀତ ସମସ୍ତ ଲୋକଙ୍କୁ, ଅର୍ଥାତ୍‍ ଅବ୍ରହାମଙ୍କର ଗୃହସ୍ଥିତ ପ୍ରତ୍ୟେକ ପୁରୁଷକୁ ଘେନି ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେହି ଦିନ ସମସ୍ତଙ୍କ ଲିଙ୍ଗାଗ୍ର ଚର୍ମ ଛେଦନ କଲେ।
569  GEN 22:21  ତାହାର ଜ୍ୟେଷ୍ଠ ପୁତ୍ର ଊଷ୍ ଓ ତାହାର ଭ୍ରାତା ବୂଷ୍‍ ଓ ଅରାମର ପିତା କମୂୟେଲ,
570  GEN 22:22  ପୁଣି, କେଷଦ୍‍ ଓ ହସୋ ଓ ପିଲଦଶ୍‍ ଓ ଯିଦ୍‍ଲଫ୍‍ ଓ ବଥୂୟେଲ।”
572  GEN 22:24  ପୁଣି, ନାହୋରର ରୂମା ନାମ୍ନୀ ଉପପତ୍ନୀଠାରୁ ଟେବହ, ଗହମ୍‍, ତହଶ୍‍ ଓ ମାଖା, ଏମାନେ ଜାତ ହେଲେ।
602  GEN 24:10  ଏଥିଉତ୍ତାରେ ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ ଦଶଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମନହରୟିମ୍‍ ଦେଶର ନାହୋର ନଗରକୁ ଯାତ୍ରା କଲା।
674  GEN 25:15  ହଦଦ୍‍ ଓ ତେମା ଓ ଯିଟୁର ଓ ନାଫୀଶ୍‍ ଓ କେଦମା।
679  GEN 25:20  ସେହି ଇସ୍‍ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍‍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍‍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ।
689  GEN 25:30  ତହୁଁ ସେ ଯାକୁବକୁ କହିଲା, “ମୁଁ କ୍ଳାନ୍ତ ହୋଇଅଛି, ବିନୟ କରେ, ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ,” ଏହି ନିମନ୍ତେ ତାହାର ନାମ ଇଦୋମ୍‍ (ରଙ୍ଗା) ଖ୍ୟାତ ହେଲା।
706  GEN 26:13  ଏନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ, ପୁଣି, ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ୍‍ ହେଲେ
715  GEN 26:22  ପୁଣି, ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହୋବୋତ୍‍ (ପ୍ରଶସ୍ତ ସ୍ଥାନ) ରଖିଲେ; କାରଣ ସେ କହିଲେ, ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା।
719  GEN 26:26  ଏଥିଉତ୍ତାରେ ଅବିମେଲକ ଅହୁଷତ୍‍ ନାମକ ଆପଣା ମିତ୍ରକୁ ଓ ଫୀଖୋଲ ନାମକ ସେନାପତିକୁ ସଙ୍ଗରେ ଘେନି ଗରାରଠାରୁ ଇସ୍‍ହାକଙ୍କ ନିକଟକୁ ଗଲେ।
727  GEN 26:34  ଏଥିଉତ୍ତାରେ ଏଷୌ ଚାଳିଶ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍‍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନର ବାସମତ୍‍ ନାମ୍ନୀ କନ୍ୟାକୁ ବିବାହ କଲେ।
776  GEN 28:2  ଉଠ, ପଦ୍ଦନ୍‍ ଅରାମରେ ଆପଣା ମାତାର ପିତା ବଥୂୟେଲର ଗୃହକୁ ଯାଇ ସେଠାରେ ଆପଣା ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର।
779  GEN 28:5  ଏଥିଉତ୍ତାରେ ଇସ୍‍ହାକ ଯାକୁବଙ୍କୁ ବିଦାୟ କରନ୍ତେ, ସେ ପଦ୍ଦନ୍‍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଲାବନର, ଅର୍ଥାତ୍‍, ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ଯାତ୍ରା କଲା।
780  GEN 28:6  ଏଥିଉତ୍ତାରେ ଇସ୍‍ହାକ ଯାକୁବଙ୍କୁ ଆଶୀର୍ବାଦ କରି ବିବାହ ନିମନ୍ତେ ପଦ୍ଦନ୍‍ ଅରାମକୁ ବିଦାୟ କଲେ, ପୁଣି, ଯାକୁବଙ୍କୁ ଆଶୀର୍ବାଦ କରିବା ସମୟରେ ତାହାଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ କିଣାନ ଦେଶର କୌଣସି କନ୍ୟା ବିବାହ କର ନାହିଁ।”
781  GEN 28:7  ଆଉ ଯାକୁବ ଆପଣା ପିତାମାତାଙ୍କର ଆଜ୍ଞା ମାନି ପଦ୍ଦନ୍‍ ଅରାମକୁ ପ୍ରସ୍ଥାନ କରିଅଛି,
783  GEN 28:9  ଆପଣାର ଭାର୍ଯ୍ୟାଗଣ ଥିଲେ ହେଁ ଇଶ୍ମାୟେଲ ନିକଟକୁ ଯାଇ ଅବ୍ରହାମଙ୍କର ପୌତ୍ରୀ ଇଶ୍ମାୟେଲର ପୁତ୍ରୀ ନବାୟୋତ୍‍ର ଭଗିନୀ ମହଲତ୍‍ ନାମ୍ନୀ କନ୍ୟାକୁ ବିବାହ କଲା।
793  GEN 28:19  ପୁଣି, ସେହି ସ୍ଥାନର ନାମ ବେଥେଲ୍‍ ରଖିଲା; ମାତ୍ର ପୂର୍ବେ ସେହି ନଗରର ନାମ ଲୂସ୍‍ ଥିଲା।
828  GEN 29:32  ଏଥିପାଇଁ ଲେୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ତାହାର ନାମ ରୁବେନ୍‍ (ପୁତ୍ରକୁ ଦେଖ) ଦେଲା; ଯେହେତୁ ସେ କହିଲା, “ସଦାପ୍ରଭୁ ମୋହର ଦୁଃଖ ଦେଖିଅଛନ୍ତି; ଏବେ ମୋ’ ସ୍ୱାମୀ ମୋତେ ଭଲ ପାଇବେ।”
842  GEN 30:11  ତହୁଁ ଲେୟା କହିଲା, “ଏ କି ସୌଭାଗ୍ୟ !” ଏଥିପାଇଁ ତାହାର ନାମ ଗାଦ୍‍ (ସୌଭାଗ୍ୟ) ରଖିଲା।
845  GEN 30:14  ଏଥିଉତ୍ତାରେ ଗହମ କଟା ସମୟରେ ରୁବେନ୍‍ ବାହାରେ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣା ମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲା, “ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”
868  GEN 30:37  ଆଉ ଯାକୁବ ଲିବ୍‍ନୀ ଓ ଲୂସ୍‍ ଅର୍ମୋନ୍‍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବଳ୍‍କଳ କାଢ଼ି କାଷ୍ଠର ଶୁକ୍ଳରେଖା ବାହାର କଲା।
892  GEN 31:18  ପୁଣି, ଆପଣା ଉପାର୍ଜ୍ଜିତ ପଶ୍ୱାଦି ସକଳ ଧନ, ଅର୍ଥାତ୍‍, ପଦ୍ଦନ୍‍ ଅରାମରେ ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜ୍ଜନ କରିଥିଲା, ତାହା ଘେନି କିଣାନ ଦେଶରେ ଆପଣା ପିତା ଇସ୍‍ହାକ ନିକଟକୁ ପ୍ରସ୍ଥାନ କଲା।
921  GEN 31:47  ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍‍ (ସାକ୍ଷୀ ରାଶୀ) ରଖିଲା।”
922  GEN 31:48  ସେତେବେଳେ ଲାବନ କହିଲା, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା; ଏଥିପାଇଁ ତାହାର ନାମ ଗଲୟଦ୍‍ ଓ ମିସ୍ପା (ପ୍ରହରୀ-ସ୍ଥାନ) ରଖିଲା,”
951  GEN 32:23  ଏଥିଉତ୍ତାରେ ସେ ରାତ୍ରିରେ ଉଠି ଆପଣାର ଦୁଇ ଭାର୍ଯ୍ୟା ଓ ଦୁଇ ଦାସୀ ଓ ଏକାଦଶ ସନ୍ତାନଙ୍କୁ ଯବ୍ବୋକ୍‍ ଘାଟରେ ପାର କରାଇବା ପାଇଁ ସଙ୍ଗରେ ନେଲା।
979  GEN 33:18  ଏହି ପ୍ରକାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲା।
1021  GEN 35:9  ଏଥିଉତ୍ତାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ।
1027  GEN 35:15  ପୁଣି, ଯାକୁବ ପରମେଶ୍ୱରଙ୍କ ସହିତ କଥୋପକଥନ ସ୍ଥାନର ନାମ ବେଥେଲ୍‍ ରଖିଲେ।
1034  GEN 35:22  ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍‍ ଯାଇ ଆପଣା ପିତାଙ୍କର ବିଲ୍‌ହା ନାମ୍ନୀ ଉପପତ୍ନୀ ସଙ୍ଗରେ ଶୟନ କଲା, ପୁଣି, ଇସ୍ରାଏଲ ତାହା ଶୁଣିଲେ।
1035  GEN 35:23  ଯାକୁବଙ୍କର ଦ୍ୱାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍‍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର ଓ ସବୂଲୂନ୍, ଏମାନେ ଲେୟାର ସନ୍ତାନ;
1038  GEN 35:26  ଆଉ ଗାଦ୍‍ ଓ ଆଶେର ଲେୟାର ଦାସୀ ସିଳ୍ପାର ସନ୍ତାନ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍‍ ଅରାମଠାରେ ଜନ୍ମିଥିଲେ।
1045  GEN 36:4  ଏଥିଉତ୍ତାରେ ଏଷୌର ଔରସରେ ଆଦା ଇଲୀଫସ୍‍କୁ ଓ ବାସମତ୍‍ ରୁୟେଲକୁ ପ୍ରସବ କଲେ।
1046  GEN 36:5  ଆଉ ଅହଲୀବାମା, ଯିୟୂଶ୍‍, ଯାଲମ୍‍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ।
1051  GEN 36:10  ଏଷୌର ସନ୍ତାନମାନଙ୍କର ନାମ ଏହି। ଏଷୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲୀଫସ୍‍ ବାସମତ୍‍ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁୟେଲ।
1052  GEN 36:11  ପୁଣି, ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍ ଓ ସଫୋ ଓ ଗୟିତମ୍‍ ଓ କନସ୍‍।
1053  GEN 36:12  ପୁଣି, ଏଷୌର ପୁତ୍ର ଇଲୀଫସ୍‍ର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା, ସେ ଇଲୀଫସ୍‍ ଦ୍ଵାରା ଅମାଲେକକୁ ପ୍ରସବ କଲା; ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
1054  GEN 36:13  ରୁୟେଲର ପୁତ୍ର ନହତ୍‍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ।
1055  GEN 36:14  ପୁଣି, ସିବୀୟୋନ୍‍ର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଯିୟୂଶ୍‍ ଯାଲମ୍‍ ଓ କୋରହ।
1056  GEN 36:15  ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍‍, ତାହାର ପୁତ୍ର ରାଜା ତୈମନ୍‍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍‍
1057  GEN 36:16  ଓ ରାଜା କୋରହ ଓ ରାଜା ଗୟିତମ୍‍ ଓ ରାଜା ଅମାଲେକ୍‍; ଇଦୋମ ଦେଶରେ ଇଲୀଫସ୍‍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।
1058  GEN 36:17  ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍‍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ ଥିଲେ।
1059  GEN 36:18  ପୁଣି, ଏଷୌର ଭାର୍ଯ୍ୟା ଅହଲୀବାମାର ସନ୍ତାନ ରାଜା ଯିୟୂଶ୍‍ ଓ ରାଜା ଯାଲମ୍‍ ଓ ରାଜା କୋରହ; ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ।
1061  GEN 36:20  (ପୂର୍ବକାଳର) ସେହି ଦେଶନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍‍ ଶୋବଲ୍‍ ସିବୀୟୋନ୍‍ ଓ ଅନା
1062  GEN 36:21  ଦିଶୋନ୍‍ ଓ ଏତ୍ସର ଓ ଦୀଶନ୍‍; ସେୟୀରର ଏହି ପୁତ୍ରଗଣ ଇଦୋମ ଦେଶର ହୋରୀୟ ବଂଶଜ ରାଜା ଥିଲେ।
1064  GEN 36:23  ପୁଣି, ଶୋବଲ୍‍ର ପୁତ୍ରଗଣ ଅବଲନ୍‍ ମାନହତ୍‍ ଏବଲ୍‍ ଓ ଶଫୋ ଓ ଓନମ୍‍।
1066  GEN 36:25  ସେହି ଅନାର ପୁତ୍ର ଦିଶୋନ୍‍ ଓ କନ୍ୟା ଅହଲୀବାମା।
1067  GEN 36:26  ପୁଣି, ଦିଶୋନ୍‍ର ପୁତ୍ର ହିମ୍‍ଦନ୍‍ ଓ ଇଶବନ୍‍ ଯିତ୍ରନ୍‍ ଓ କରାନ୍‍।
1068  GEN 36:27  ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍ ଓ ଆକନ୍‍।
1069  GEN 36:28  ପୁଣି, ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
1070  GEN 36:29  ହୋରୀୟ ବଂଶଜ ରାଜା ଏହି; ରାଜା ଲୋଟନ୍‍ ଓ ରାଜା ଶୋବଲ୍‍ ଓ ରାଜା ସିବୀୟୋନ୍‍ ଓ ରାଜା ଅନା
1071  GEN 36:30  ଓ ରାଜା ଦିଶୋନ୍‍ ଓ ରାଜା ଏତ୍ସର ଓ ରାଜା ଦୀଶନ୍‍। ଏମାନେ ସେୟୀର ଦେଶର ହୋରୀୟ ବଂଶଜ ରାଜା ଥିଲେ।
1073  GEN 36:32  ବିୟୋରର ବେଲା ନାମକ ପୁତ୍ର ଇଦୋମ୍‍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍‍ହାବା।
1074  GEN 36:33  ବେଲାର ମରଣ ଉତ୍ତାରେ, ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ରାଜତ୍ୱ କଲା।
1075  GEN 36:34  ପୁଣି, ଯୋବବ୍‍ର ମରଣ ଉତ୍ତାରେ ତୈମନ୍‍ଦେଶୀୟ ହୂଶମ୍‍ ତାହା ପଦରେ ରାଜତ୍ୱ କଲା।
1076  GEN 36:35  ହୂଶମ୍‌ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍‍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍‍।
1078  GEN 36:37  ପୁଣି, ସମ୍ଳର ମରଣ ଉତ୍ତାରେ (ଫରାତ୍‍) ନଦୀର ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲା।
1082  GEN 36:41  ଓ ରାଜା ଅହଲୀବାମା ଓ ରାଜା ଏଲା ଓ ରାଜା ପୀନୋନ୍‍
1083  GEN 36:42  ଓ ରାଜା କନସ୍‍ ଓ ରାଜା ତୈମନ୍‍ ଓ ରାଜା ମିବ୍‍ସର୍‍
1105  GEN 37:21  ଏ କଥା ଶୁଣି ରୁବେନ୍‍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି କହିଲା, “ନା, ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ।”
1106  GEN 37:22  ଆଉ ରୁବେନ୍‍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି ପିତା ନିକଟକୁ ଫେରି ପଠାଇବା ମାନସରେ ସେମାନଙ୍କୁ କହିଲା, “ତୁମ୍ଭେମାନେ ରକ୍ତପାତ କର ନାହିଁ,” ପ୍ରାନ୍ତରର ଏହି ଗର୍ତ୍ତ ମଧ୍ୟରେ ତାକୁ ପକାଇ ଦିଅ, ମାତ୍ର ତାହା ପ୍ରତି ହାତ ଉଠାଅ ନାହିଁ।”
1113  GEN 37:29  ଏଥିଉତ୍ତାରେ ରୁବେନ୍‍ ଗର୍ତ୍ତ ନିକଟକୁ ଫେରିଯାଇ ଯୋଷେଫ ଗର୍ତ୍ତ ଭିତରେ ନାହିଁ, ଏହା ଦେଖି ଆପଣା ବସ୍ତ୍ର ଚିରିଲା।
1124  GEN 38:4  ଏଥିଉତ୍ତାରେ ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଓନନ୍‍ ଦେଲା।
1129  GEN 38:9  ମାତ୍ର ସେହି ବଂଶ ଆପଣାର ହେବ ନାହିଁ, ଏହା ବୁଝି ଓନନ୍‍ ଭ୍ରାତୃଭାର୍ଯ୍ୟାର ସଙ୍ଗମ କାଳେ ଭ୍ରାତୃବଂଶ ଉତ୍ପନ୍ନ କରିବା ଅନିଚ୍ଛାରେ ଭୂମିରେ ରେତଃପାତ କଲା।
1223  GEN 41:27  ତହିଁ ପଶ୍ଚାତ୍‍ ଉତ୍‍ଥିତ ସେହି ସାତୁଟା କ୍ଷୀଣ କୁତ୍ସିତ ଗୋରୁ ସାତ ବର୍ଷ ସ୍ୱରୂପ; ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୁଟା ଶିଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ୱରୂପ।
1241  GEN 41:45  ପୁଣି, ଫାରୋ ଯୋଷେଫଙ୍କର ନାମ ସାଫନତ୍‍-ପାନେହ ରଖିଲେ; ପୁଣି, ଓନ୍‍ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍‍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ। ଏଥିଉତ୍ତାରେ ଯୋଷେଫ ସମୁଦାୟ ମିସର ଦେଶରେ ଗମନାଗମନ କରିବାକୁ ଲାଗିଲେ।
1246  GEN 41:50  ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇପୁତ୍ର ଜାତ ହୋଇଥିଲେ, ଓନ୍‍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା।
1275  GEN 42:22  ସେତେବେଳେ ରୁବେନ୍‍ ସେମାନଙ୍କୁ କହିଲା, “ତୁମ୍ଭେମାନେ ସେହି ବାଳକ ବିଷୟରେ ପାପ କର ନାହିଁ, ଏହି କଥା କି ମୁଁ ତୁମ୍ଭମାନଙ୍କୁ କହି ନାହିଁ ? ତଥାପି ତୁମ୍ଭେମାନେ ଶୁଣିଲ ନାହିଁ; ଏନିମନ୍ତେ ଦେଖ, ଏବେ ତାହାର ରକ୍ତର ପରିଶୋଧ ନିଆ ଯାଉଅଛି।”
1290  GEN 42:37  ତହିଁରେ ରୁବେନ୍‍ ପିତାଙ୍କୁ କହିଲା, “ମୁଁ ଯଦି ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅଙ୍କୁ ବଧ କରିବ; ମୋ’ ହସ୍ତରେ ତାକୁ ସମର୍ପଣ କର; ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି।”
1397  GEN 46:10  ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
1399  GEN 46:12  ଯିହୁଦାର ପୁତ୍ର ଏର୍‍, ଓନନ୍‍, ଶେଲା, ପେରସ ଓ ସେରହ; ମାତ୍ର ଏର୍‍ ଓନନ୍‍ କିଣାନ ଦେଶରେ ମରିଥିଲେ। ପେରସର ପୁତ୍ର ହିଷ୍ରୋଣ ଓ ହାମୂଲ।
1401  GEN 46:14  ସବୂଲୂନର ପୁତ୍ର ସେରଦ, ଏଲୋନ୍‍ ଓ ଯହଲେଲ।